Friday, May 14, 2021

BIODATA (ODIA) : Dr. Harekrishna Meher (ଡକ୍ଟର୍ ହରେକୃଷ୍ଣ ମେହେର)


Biodata Odia: Dr. HAREKRISHNA MEHER
======= 

ଡକ୍ଟର୍ ହରେକୃଷ୍ଣ ମେହେର 
=======
* ଜନ୍ମ : ୫-୫-୧୯୫୬ ଖ୍ରୀଷ୍ଟାବ୍ଦ, ସିନାପାଲି, ଜିଲ୍ଲା-ନୂଆପଡ଼ା, ଓଡ଼ିଶା ।  
* ସିନାପାଲି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନପୂର୍ବକ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ଼ରୁ 
   ମାଟ୍ରିକ୍ ପରୀକ୍ଷାରେ ପ୍ରଥମଶ୍ରେଣୀ (୧୯୭୧)୤ ଗଙ୍ଗାଧର ମେହେର ମହାବିଦ୍ୟାଳୟ, 
   ସମ୍ବଲପୁରରେ ଅଧ୍ୟୟନପୂର୍ବକ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପ୍ରାଗ୍-ବିଶ୍ବବିଦ୍ୟାଳୟ 
   କଳା (ପି.ୟୁ. ୧୯୭୨) ଏବଂ ପ୍ରଥମ ବର୍ଷ ଡିଗ୍ରୀ (୧୯୭୩) ପ୍ରଥମ ଶ୍ରେଣୀ ।  
* ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟୟନପୂର୍ବକ ଉତ୍କଳ ବିଶ୍ବବିଦ୍ୟାଳୟରୁ
   ବି.ଏ. ସଂସ୍କୃତ ଅନର୍ସ୍, ପ୍ରଥମ ଶ୍ରେଣୀରେ ପ୍ରଥମ (୧୯୭୫). 
* ବନାରସ୍ ହିନ୍ଦୁ ବିଶ୍ବବିଦ୍ୟାଳୟ, ବାରାଣସୀରୁ ତିନି ଉପାଧି : 
     ଏମ୍.ଏ. ସଂସ୍କୃତ, ପ୍ରଥମ ଶ୍ରେଣୀରେ ପ୍ରଥମ, ସ୍ବର୍ଣ୍ଣପଦକ ପ୍ରାପ୍ତ (୧୯୭୭), 
     ପିଏଚ୍.ଡି. ସଂସ୍କୃତ (୧୯୮୧), ଡିପ୍ଳୋମା-ଇନ୍-ଜର୍ମାନ୍ (୧୯୭୯). 
* ମହାକବି ଶ୍ରୀହର୍ଷ-କୃତ 'ନୈଷଧଚରିତ' ମହାକାବ୍ୟରେ ପ୍ରତିଫଳିତ ଦାର୍ଶନିକ ଚିନ୍ତାଧାରା ବିଷୟରେ ତାଙ୍କର ପିଏଚ୍.ଡି. ଗବେଷଣା ପୁସ୍ତକ ପ୍ରକାଶିତ। 
* ଓଡ଼ିଆ, ହିନ୍ଦୀ, ଇଂରାଜୀ, ସଂସ୍କୃତ ଓ କୋଶଲୀ - ୫ଟି ଭାଷାରେ ଲେଖାଲେଖି ।  
* ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶିତ ।  
* ବିଶ୍ବସଂସ୍କୃତ-ସମ୍ମିଳନୀ, ଜାତୀୟ ଆଲୋଚନାଚକ୍ର ଓ କବିସମ୍ମିଳନୀ ଆଦିରେ ସକ୍ରିୟ    
   ଯୋଗଦାନ । ସଂସ୍କୃତର ସରଳୀକରଣ ଓ ଆଧୁନିକୀକରଣ ଦିଗରେ ପ୍ରଯତ୍ନଶୀଳ । 
* ନିଜ ଉଦ୍‌ଭାବିତ ମୌଳିକ ଛନ୍ଦରେ ଆଧୁନିକ ସଂସ୍କୃତ ଗୀତିରଚନା ଓ ସ୍ବର-ରଚନା । 
* ବିଭିନ୍ନ ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କରେ ତଥା ଅନ୍ୟ ବିଦ୍ବାନ୍‌ମାନଙ୍କ ଦ୍ବାରା 
   ଡକ୍ଟର୍ ମେହେରଙ୍କ କୃତିରାଜିର ଗବେଷଣାତ୍ମକ ଆଲୋଚନା ।   
* ଆକାଶବାଣୀ-ଦୂରଦର୍ଶନାଦିରେ ଲେଖା ଓ କବିତାମାନ ପ୍ରସାରିତ ।  
* ଡିଡି-ନିଉଜ୍ ଚାନେଲ୍ ଦିଲ୍ଲୀର ବାର୍ତ୍ତାବଲୀ କାର୍ଯ୍ଯକ୍ରମରେ ହିନ୍ଦୀଚଳଚିତ୍ର-ଗୀତାଦିର  
   ସ୍ବକୃତ ସଂସ୍କୃତାନୁବାଦ ଭିଡିଓମାନ ପ୍ରସାରିତ ଓ ୟୁ-ଟିଉବ୍ ରେ ସ୍ଥାପିତ । 
* ଜଣେ ପ୍ରତିଷ୍ଠିତ ଅଧ୍ୟାପକ, ଗବେଷକ, ପ୍ରାବନ୍ଧିକ, ସମାଲୋଚକ, କବି, ଅନୁବାଦକ, 
   ଗୀତିକାର, ସ୍ବରସଂଯୋଜକ ଓ ସୁବକ୍ତା ଭାବରେ ପରିଚିତ ।  
* ପିତା ସ୍ବର୍ଗତ କବି ନାରାୟଣ ଭରସା ମେହେର ଓ ମାତା ସୁମତୀ ଦେବୀ । ପିତାମହ 
   ସ୍ବର୍ଗତ କବି ମନୋହର ମେହେର ପଶ୍ଚିମ ଓଡ଼ିଶାର ‘ଗଣକବି’ ରୂପେ ଚର୍ଚ୍ଚିତ । କବି-
   ପରମ୍ପରାରୁ ସର୍ଜନାତ୍ମକ-ପ୍ରତିଭାବାନ୍ ଡ. ମେହେରଙ୍କ  ଭାଷାସାହିତ୍ୟ ଓ ସଙ୍ଗୀତରେ   
   ବିଶେଷ ଅଭିରୁଚି ।  ଆଧୁନିକ ସଂସ୍କୃତସାହିତ୍ୟର ଜଣେ ସୁପ୍ରତିଷ୍ଠିତ ଗୀତିକବି । 
* ହାଥରସ ଉତ୍ତରପ୍ରଦେଶର ‘ସଙ୍ଗୀତ’ ପତ୍ରିକାରେ ସ୍ବକୀୟ ମୌଳିକ ଛନ୍ଦୋବଦ୍ଧ  
   ସଂସ୍କୃତ ଗୀତରାଜି ସହ ସ୍ବରଚିତ ସ୍ବରଲିପିମାନ ପ୍ରକାଶିତ । 
* ଆନ୍ତର୍ଜାତିକ ଜୀବନୀ-ଗ୍ରନ୍ଥମାନଙ୍କରେ ପରିଚୟାତ୍ମକ ବିବରଣ ସ୍ଥାନିତ । 
* ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ । 
*  ଅନେକ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ଓ ସଂବର୍ଦ୍ଧନାପ୍ରାପ୍ତ । 

* ଅନୂଦିତ କାବ୍ୟରାଜି ମଧ୍ୟରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଓଡ଼ିଆ ମହାକାବ୍ୟ 'ତପସ୍ୱିନୀ'ର ହିନ୍ଦୀ-ଇଂରାଜୀ-ସଂସ୍କୃତ ତ୍ରିଭାଷୀ ଅନୁବାଦ, 'ପ୍ରଣୟବଲ୍ଲରୀ' କାବ୍ୟର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ହିନ୍ଦୀ-ସଂସ୍କୃତ ଅନୁବାଦ, କବି-କାଳିଦାସ-କୃତ 'ମେଘଦୂତ'ର କୋଶଲୀ ଗୀତ ରୂପାନ୍ତର, 'ଋତୁସଂହାର', 'ମେଘଦୂତ' ଓ 'କୁମାରସମ୍ଭବ'ର ଓଡ଼ିଆ ପଦ୍ୟାନୁବାଦ, କବି ଭର୍ତ୍ତୃହରି-କୃତ 'ନୀତି-ଶୃଙ୍ଗାର-ବୈରାଗ୍ୟଶତକ'ର, କବି ଶ୍ରୀହର୍ଷ-କୃତ 'ନୈଷଧଚରିତ' (ନବମ ସର୍ଗ)ର ଓଡ଼ିଆ ପଦ୍ୟାନୁବାଦ ଏବଂ କବି-ଜୟଦେବ-କୃତ ' ଗୀତଗୋବିନ୍ଦ'ର ଓଡ଼ିଆ-ଇଂରାଜୀ ଅନୁବାଦ ଆଦି ପ୍ରଧାନ । 
===== 

ସାହିତ୍ୟିକ ସମ୍ମାନ ପ୍ରାପ୍ତି : 
* ଗଙ୍ଗାଧର ସମ୍ମାନ (୨୦୦୨): ସାଂସ୍କୃତିକ ପରିଷଦ, ପାଟଣାଗଡ଼.  
* ଗଙ୍ଗାଧର ସାରସ୍ବତ ସମ୍ମାନ (୨୦୦୨):  ଗଙ୍ଗାଧର ସାହିତ୍ୟ ପରିଷଦ, ବରପାଲି.  
* ଜୟକୃଷ୍ଣ ମିଶ୍ର କାବ୍ୟସମ୍ମାନ (୨୦୦୩):  ନିଖିଳ ଓଡ଼ିଶା ସଂସ୍କୃତ କବିସମ୍ମେଳନ, 
   କଟକ. 
* ବିଦ୍ୟାରତ୍ନ ପ୍ରତିଭା ସମ୍ମାନ (୨୦୦୫):  ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ 
   ସ୍ମୃତି ସଂସଦ, ଭୁବନେଶ୍ବର. 
* ଅଶୋକଚନ୍ଦନ ସ୍ମାରକ ଗଙ୍ଗାଧର ସମ୍ମାନ (୨୦୦୯): ରାଜ୍ୟସ୍ତରୀୟ ସ୍ବଭାବକବି 
   ଗଙ୍ଗାଧର ସ୍ମୃତି ସମିତି, ବରପାଲି ଓ  କେଦାରନାଥ କଳା ସାହିତ୍ୟ ସଂସଦ, 
   ଅମ୍ବାଭୋନା.  
* ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ସ୍ମାରକ ସମ୍ମାନ (୨୦୧୦): 
   ଏକାଡେମୀ ଅଫ୍ ବେଙ୍ଗଲୀ ପୋଏଟ୍ରି, କୋଲକାତା-୭୦୦୦୫୪. 
* ହରିପ୍ରିୟାମୁଣ୍ଡ ସ୍ମାରକୀ ଗଙ୍ଗାଧର ମେହେର ସମ୍ମାନ (୨୦୧୦):  
   ଗଙ୍ଗାଧର ମେହେର କ୍ଳବ୍, ବରପାଲି, ବରଗଡ଼.   
* ଡ. ନୀଳମାଧବ ପାଣିଗ୍ରାହୀ ସମ୍ମାନ (୨୦୧୦): [‘କୋଶଲୀ ମେଘଦୂତ’ ପୁସ୍ତକ ପାଇଁ ] 
   ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର, ସମ୍ବଲପୁର.   
* ଏୱାର୍ଡ଼୍ ଅଫ୍ ଏପ୍ରିସିଏଶନ୍ (ଜୟଦେବ ଉତ୍ସବ ୨୦୦୮):   
   ଓଡ଼ିଶୀ ଏକାଡେମୀ, ଲୋଧି ରୋଡ଼୍, ନୂଆଦିଲ୍ଲୀ.  
* ବାଚସ୍ପତି ଗଣେଶ୍ବର ରଥ ବେଦାନ୍ତାଳଙ୍କାର ସମ୍ମାନ (୨୦୧୩):   
   ବାଲାଜୀ ମନ୍ଦିର ସୁରକ୍ଷା ସମିତି, ପଣ୍ଡିତ ସମ୍ମିଳନୀ, ଭବାନୀପାଟନା.  
* ବିଶ୍ବସଂସ୍କୃତ ଦିବସ ସମ୍ମାନ (୨୦୧୩):  ମହାବୀର ସାଂସ୍କୃତିକ ଅନୁଷ୍ଠାନ,
   ଭବାନୀପାଟନା.   
* ଏକାମ୍ର ସମ୍ମାନ (୨୦୧୮): କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ବର. 
* ଗଙ୍ଗାଧର ମେହେର ସମ୍ମାନ (୨୦୧୮):  ଗଙ୍ଗାଧର ମେହେର ପ୍ରତିଷ୍ଠାନ, ଭୁବନେଶ୍ବର. 
* ରାଜ୍ୟସ୍ତରୀୟ ଗଙ୍ଗାଧର ମେହେର ସ୍ମୃତିସମ୍ମାନ (୨୦୨୦): ଗଙ୍ଗାଧର ମେହେର  
   ସ୍ମୃତି ସମିତି ଓ ରାଜଜ୍ଯୋତି ସେବାସମିତି, ଟିଟିଲାଗଡ଼, ବଲାଙ୍ଗିର.  
* ସର୍ବଶ୍ରୀ ସାହିତ୍ୟ ସମ୍ମାନ (୨୦୨୧): ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ, 
ଭବାନୀପାଟଣା, କଳାହାଣ୍ଡି. 
* ଗୀତିସଂସ୍କୃତ-ମହାକବିଃ ରାଷ୍ଟ୍ରିୟ ସମ୍ମାନ (୨୦୨୩): ଲୋକଭାଷା ପ୍ରଚାର ସମିତି, ପୁରୀ. 
* ବ୍ୟାସଭାରତୀ ସମ୍ମାନ (୨୦୨୩): ମହର୍ଷି ବ୍ୟାସଦେବ ରାଷ୍ଟ୍ରିୟ ପ୍ରାଚ୍ୟବିଦ୍ୟା ଗବେଷଣା କେନ୍ଦ୍ର, ରାଉରକେଲା, ଓଡ଼ିଶା.
===== 

ସାହିତ୍ୟିକ ସଂବର୍ଦ୍ଧନା ଓ ଅଭିନନ୍ଦନ : 
--------- 
    * ଖଡ଼ିଆଳ ସାହିତ୍ୟ ସମିତି, ଖଡ଼ିଆଳ (୧୯୯୮) 
    * ଗଦାଧର ସାହିତ୍ୟ ସଂସଦ, କୋମନା, ନୂଆପଡ଼ା (୧୯୯୮) 
    * ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତିବିହାର (୨୦୦୦) 
    * ଶିକ୍ଷାବିକାଶ ପରିଷଦ, କଳାହାଣ୍ଡି, ଭବାନୀପାଟନା (୨୦୦୩) 
    * କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟନା (୨୦୦୩) 
    * ଅଭିରାମ ସ୍ମୃତି ପାଠାଗାର ଟ୍ରଷ୍ଟ, ଭବାନୀପାଟନା (୨୦୦୬) 
    * ଉଦନ୍ତୀ ମହୋତ୍ସବ, ସିନାପାଲି, ନୂଆପଡ଼ା (୨୦୧୨)   
    * କଳାହାଣ୍ଡି ଲେଖକ କଳା ପରିଷଦ, ବନାନୀ କବି ସମ୍ମିଳନୀ, 
       ଭବାନୀପାଟନା (୨୦୧୩) 
    * ଗଙ୍ଗାଧର ସାରସ୍ବତ ସମିତି, ସିନାପାଲି, ନୂଆପଡ଼ା (୨୦୧୬) 
    * ନିଖିଳ ଓଡ଼ିଶା ମେହେର ଭୁଲିଆ ସମାଜ, ସମ୍ବଲପୁର (ପଦ୍ମପୁର ମହାସଭା, ୨୦୧୮) 
    * ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ସଂସ୍କୃତବିଭାଗ, ଭବାନୀପାଟନା (୨୦୧୮) 
    * ମହର୍ଷି ବ୍ୟାସଦେବ ରାଷ୍ଟ୍ରିୟ ପ୍ରାଚ୍ୟବିଦ୍ୟା ଗବେଷଣାକେନ୍ଦ୍ର, ରାଉରକେଲା, ଓଡ଼ିଶା (୨୦୨୦) 
    * ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା, 
       (ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ, କଳାହାଣ୍ଡି,  ୨୦୨୧)
-------- 
* ଓଡ଼ିଶା ଶିକ୍ଷାସେବା (Odisha Education Service) ରେ ୧୯୮୧ ରେ 
   ସଂସ୍କୃତ ଅଧ୍ୟାପକ ରୂପେ ଯୋଗଦାନ । ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ   
   ଅଧ୍ୟାପନା ।  ପଞ୍ଚାୟତ ମହାବିଦ୍ୟାଳୟ, ବରଗଡ଼ (୧୯୮୧-୧୯୮୮);  
   ଫକୀରମୋହନ ମହାବିଦ୍ୟାଳୟ, ବାଲେଶ୍ବର (୧୯୮୮-୧୯୯୨);  
   ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟନା (୧୯୯୨-୨୦୧୨);  
   ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ, ସମ୍ବଲପୁର (୨୦୧୨-୨୦୧୪)। 
   ୧୯୮୧ ରୁ ଅଧ୍ୟାପକ, ୧୯୮୬ ରୁ ବରିଷ୍ଠ ଅଧ୍ୟାପକ, 
   ୧୯୯୪ ରୁ  ରିଡର୍ (ପ୍ରାଧ୍ୟାପକ), ୧୯୯୯ ରୁ ବରିଷ୍ଠ ପ୍ରାଧ୍ୟାପକ ।      

ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ, ସମ୍ବଲପୁରର  ସ୍ନାତକୋତ୍ତର 
ସଂସ୍କୃତ ବିଭାଗରେ  ବରିଷ୍ଠ ପ୍ରାଧ୍ୟାପକ ଓ ମୁଖ୍ୟ ଭାବରେ କାର୍ଯ୍ୟରତ ରହି 
୫୮ ବର୍ଷ ବୟସରେ  ତା: ୩୧-୫-୨୦୧୪ ରେ ଓଡ଼ିଶା ଶିକ୍ଷାସେବାରୁ ଅବସର ଗ୍ରହଣ ।
===== 

ପ୍ରମୁଖ ସାହିତ୍ୟିକ କୃତି (ପ୍ରକାଶିତ) : 
--------- 
୧.  ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ପିଏଚ୍.ଡି. ଗବେଷଣା ଗ୍ରନ୍ଥ 
      ‘Philosophical Reflections in the Naisadhacarita’   
       (ISBN : 81-85094-21-7) 
       ପୁନ୍ଥି ପୁସ୍ତକ. ୩୬/୪ବି, ବିଧାନ ସରଣୀ, କଲିକତା-୪,  ୧୯୮୯. 

୨.  ‘ନୈଷଧ-ମହାକାବ୍ୟେ ଧର୍ମଶାସ୍ତ୍ରୀୟ-ପ୍ରତିଫଲନମ୍’ 
     ଧର୍ମଶାସ୍ତ୍ର ବିଭାଗ, ଶ୍ରୀଜଗନ୍ନାଥ-ସଂସ୍କୃତ-ବିଶ୍ବବିଦ୍ୟାଳୟ, ପୁରୀ, ୧୯୯୪. 

୩.  ସାହିତ୍ୟଦର୍ପଣ: ଅଳଙ୍କାର (ଓଡ଼ିଆ-ସଂସ୍କୃତ ବ୍ୟାଖ୍ୟା ସହ) 
     ISBN : 81-7411-12-7, ବିଦ୍ୟାପୁରୀ, ବାଲୁବଜାର, କଟକ-୨, ୧୯୯୫. 

୪.  ଶ୍ରୀକୃଷ୍ଣ ଜନ୍ମ (ମୌଳିକ କବିତା), ୧୯୭୭. 
୫.  ଶ୍ରୀରାମରକ୍ଷାସ୍ତୋତ୍ର (ଶିବରକ୍ଷାସ୍ତୋତ୍ର ସହ ଓଡ଼ିଆ ପଦ୍ୟାନୁବାଦ), ୧୯୭୭. 
୬.  ଶିବତାଣ୍ଡବ ସ୍ତୋତ୍ର, ୧୯୭୮. 
୭.  ବିଷ୍ଣୁସହସ୍ର ନାମ, ୧୯୭୮. 
୮.  ଗାୟତ୍ରୀସହସ୍ର ନାମ, ୧୯୮୨. 
      (୫ ରୁ ୮ ଓଡ଼ିଆ ପଦ୍ୟାନୁବାଦ ଓ ସଂପାଦନା) 
      ପ୍ରକାଶକ : ବାଣୀ ଭଣ୍ଡାର, ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା  
୯.  ମନୋହର ପଦ୍ୟାବଳୀ (ସଂପାଦନା), ପ୍ରକାଶକ : ନାରାୟଣ ଭରସା ମେହେର, 
       ମନୋହର କବିତାବାସ, ସିନାପାଲି, ୧୯୮୫. 
୧୦. ମାତୃଗୀତିକାଞ୍ଜଲିଃ (ଆଧୁନିକ ମୌଳିକ ସଂସ୍କୃତ ଗୀତିକାବ୍ୟ) 
       କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟନା, ୧୯୯୭.
୧୧. ତପସ୍ବିନୀ (ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର ସମ୍ପୂର୍ଣ୍ଣ ହିନ୍ଦୀ ଅନୁବାଦ) 
        ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜ୍ୟୋତି ବିହାର, ଓଡ଼ିଶା, ୨୦୦୦.
୧୨. Tapasvini of Gangadhara Meher   
        (ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର ସମ୍ପୂର୍ଣ୍ଣ ଇଂରାଜୀ ଅନୁବାଦ) 
        ISBN : 81-87661-63-1,  ଆର୍. ଏନ୍. ଭଟ୍ଟାଚାର୍ଯ୍ୟ, ଏ-୧୨୭, 
        ଏଚ୍. ବି. ଟାଉନ୍, ସୋଦେପୁର, କୋଲକାତା- ୭୦୦୧୧୦, ୨୦୦୯. 
୧୩.  କୋଶଲୀ ମେଘଦୂତ (କାଳିଦାସ-କୃତ ସଂସ୍କୃତ ‘ମେଘଦୂତ’ କାବ୍ୟର ସଂପୂର୍ଣ୍ଣ 
         କୋଶଲୀ ଗୀତ ଅନୁବାଦ)  ISBN : 13 978-93-80758-03-9.
         ପ୍ରକାଶକ : ‘ତୃପ୍ତି’, ଭୁବନେଶ୍ବର-୭୫୧୦୦୨, ଓଡ଼ିଶା, ୨୦୧୦.
୧୪.  ତପସ୍ବିନୀ ((ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟର   
         ସମ୍ପୂର୍ଣ୍ଣ ସଂସ୍କୃତ ଅନୁବାଦ) ISBN:  978-81-7110-412-3.
         ପରିମଲ ପବ୍ଳିକେଶନ୍‌ସ୍, ୨୭/୨୮ ଶକ୍ତିନଗର, ଦିଲ୍ଲୀ-୭, ୨୦୧୨. 

*  କାବ୍ୟରାଜିର ପଦ୍ୟାନୁବାଦ ପ୍ରକାଶିତ: 
     ଯାଜପୁରର ପ୍ରସିଦ୍ଧ 'ବର୍ତ୍ତିକା' ମୁଖପତ୍ର ଦଶହରା ବିଶେଷାଙ୍କଗୁଡ଼ିକରେ ପ୍ରକାଶିତ: 
    [ସଂସ୍କୃତ କାବ୍ୟରାଜିର ସମ୍ପୂର୍ଣ୍ଣ ଓଡ଼ିଆ ପଦ୍ୟାନୁବାଦ] 
    ୧. ନୀତି-ଶତକ (ଭର୍ତ୍ତୃହରି), ୧୯୯୫-୯୭. 
    ୨. ଶୃଙ୍ଗାର-ଶତକ (ଭର୍ତ୍ତୃହରି), ୧୯୯୮. 
    ୩. ବୈରାଗ୍ୟ-ଶତକ (ଭର୍ତ୍ତୃହରି), ୧୯୯୯. 
    ୪. ନୈଷଧଚରିତ-ନବମ ସର୍ଗ (ଶ୍ରୀହର୍ଷ), ୨୦୦୦. 
    ୫. କୁମାରସମ୍ଭବ-ପଞ୍ଚମ ସର୍ଗ (କାଳିଦାସ), ୨୦୦୧. 
    ୬. ରଘୁବଂଶ-ଦ୍ବିତୀୟ ସର୍ଗ (କାଳିଦାସ), ୨୦୦୨.
    ୭. କୁମାରସମ୍ଭବ-ସପ୍ତମ ସର୍ଗ (କାଳିଦାସ), ୨୦୦୪. 
    ୮. କୁମାରସମ୍ଭବ-ପ୍ରଥମ ସର୍ଗ (କାଳିଦାସ), ୨୦୦୫. 
    ୯. କୁମାରସମ୍ଭବ-ଦ୍ବିତୀୟ ସର୍ଗ (କାଳିଦାସ), ୨୦୦୬. 
   ୧୦. କୁମାରସମ୍ଭବ-ଅଷ୍ଟମ ସର୍ଗ (କାଳିଦାସ), ୨୦୦୯. 
   ୧୧. ଋତୁସଂହାର - ସଂପୂର୍ଣ୍ଣ (କାଳିଦାସ), ୨୦୧୫. 
   ୧୨. ଗୀତଗୋବିନ୍ଦ - ସଂପୂର୍ଣ୍ଣ (ଜୟଦେବ), ୨୦୧୬. 
   ୧୩. ମେଘଦୂତ - ସଂପୂର୍ଣ୍ଣ (କାଳିଦାସ), ୨୦୧୭. 
   ୧୪. ରଘୁବଂଶ - ଷଷ୍ଠ-ସପ୍ତମ ସର୍ଗ (କାଳିଦାସ), ୨୦୧୮. 
   ୧୫. କୁମାରସମ୍ଭବ - ତୃତୀୟ-ଚତୁର୍ଥ ସର୍ଗ (କାଳିଦାସ), ୨୦୧୯.
   ୧୬. କୁମାରସମ୍ଭବ - ଷଷ୍ଠ ସର୍ଗ (କାଳିଦାସ), ୨୦୨୦. 
   ୧୭. ରଘୁବଂଶ - ତୃତୀୟ ସର୍ଗ (କାଳିଦାସ), ୨୦୨୧. 
   ୧୮. ଶ୍ରୀମଦ୍ଭଗବଦ୍-ଗୀତା - ସଂପୂର୍ଣ୍ଣ (ବ୍ୟାସଦେବ), ୨୦୨୨. 
* କୋଶଲୀ ମେଘଦୂତ (ମେଘଦୂତ-କାବ୍ୟର ସଂପୂର୍ଣ୍ଣ କୋଶଲୀ ଗୀତ ଅନୁବାଦ), ୨୦୦୩. 
----
* କବିବର ରାଧାନାଥ ରାୟଙ୍କ ‘ବର୍ଷା’ ଓଡ଼ିଆ ପଦ୍ୟର ସଂସ୍କୃତାନୁବାଦ
      (ଲୋକଭାଷା-ସୁଶ୍ରୀଃ ପତ୍ରିକା, ପୁରୀ, ୨୦୦୬) 
---- 
* ଅପ୍ରକାଶିତ କୃତି (ମୌଳିକ): 
-------
ସଂସ୍କୃତରେ : ୧. ପୁଷ୍ପାଞ୍ଜଳି-ବିଚିତ୍ରା (ଆଧୁନିକ ଗୀତିକାବ୍ୟ) 
                 ୨. ସ୍ୱସ୍ତି-କବିତାଞ୍ଜଳିଃ (ଆଧୁନିକ ଗୀତିକାବ୍ୟ)
                 ୩. ସାରସ୍ବତାୟନମ୍ (ଶୋଧ-ପ୍ରବନ୍ଧାବଳୀ) 
                 ୪. ସୌନ୍ଦର୍ୟ-ସନ୍ଦର୍ଶନମ୍ (ସୌନ୍ଦର୍ଯ୍ଯଶାସ୍ତ୍ରବିଷୟକ କାବ୍ୟ) 
                 ୫. ସାବିତ୍ରୀନାଟକମ୍    
                 ୬. ଜୀବନାଲେଖ୍ୟମ୍ (ଆଧୁନିକ କବିତାସଂଗ୍ରହ)  
                 ୭. ମୌନବ୍ୟଞ୍ଜନା (ଆଧୁନିକ କବିତାସଂଗ୍ରହ) 
                 ୮. ଅସ୍ରମଜସ୍ରମ୍ (ଆଧୁନିକ କବିତାସଂଗ୍ରହ)
                 ୯. ହାସିତାସ୍ୟା ବୟସ୍ୟା (ହାଇକୁ-ସିଜୋ-ତାନ୍‌କା କବିତାସଂଗ୍ରହ)  
               ୧୦. ଉତ୍କଲୀୟ-ସତ୍କଲା (ଗୀତିକାବ୍ୟ) 
               ୧୧. ସ୍ତବାର୍ଚ୍ଚନ-ସ୍ତବକମ୍ (ସ୍ତୋତ୍ରକାବ୍ୟ) 
               ୧୨. ସୂକ୍ତି-କସ୍ତୂରିକା  (ସୂକ୍ତିକାବ୍ୟ) 
               ୧୩. ମେହେରୀୟ-ଛନ୍ଦୋମାଲା. 

ଓଡ଼ିଆରେ : ୧. ଆଲୋଚନାର ପଥେ (ଶୋଧପ୍ରବନ୍ଧାବଳୀ) 
      ୨. ଭଞ୍ଜୀୟ-କାବ୍ୟାଲୋଚନା   ୩. ଭଞ୍ଜ-ସାହିତ୍ୟରେ ଜଗନ୍ନାଥ-ତତ୍ତ୍ବ  
      ୪. ଘେନ ନୈଷଧ ପରାୟେ   ୫. ଓଡ଼ିଆ ରୀତି ସାହିତ୍ୟରେ ଦାର୍ଶନିକ ଚିନ୍ତନ 
      ୬. ନିବନ୍ଧାୟନ  ୭. କବିତାବଳୀ  ୮. ଶିଖଣ୍ଡୀକାବ୍ୟ  ୯. ସତୀ ସାବିତ୍ରୀ (ନାଟକ) 
      ୧୦. ଓଡ଼ିଆ ବର୍ଣ୍ଣମାଳାର କୃତ୍ରିମ ସମସ୍ୟା. 

ଇଂରାଜୀରେ : 1. POEMS  OF THE MORTALS   
                   2.  GLORY  (Research Articles and Essays). 

ହିନ୍ଦୀରେ : ୧. ହିନ୍ଦୀ ସାରସ୍ବତୀ   ୨. କୁଛ୍ କୱିତା-ସୁମନ୍ । 
କୋଶଲୀରେ : ୧. କୋଶଲୀ ଗୀତମାଲା.
====

* ଅପ୍ରକାଶିତ କୃତି (ଅନୁବାଦ): 
 [ସଂସ୍କୃତ କାବ୍ୟରାଜିର ଓଡ଼ିଆ ପଦ୍ୟାନୁବାଦ]
 ୧. ଶ୍ରୀମଦ୍‌ଭଗବଦ୍‌ଗୀତା (ବ୍ୟାସଦେବ)   ୨. କୁମାରସମ୍ଭବ (କାଳିଦାସ)   
 ୩. ରଘୁବଂଶ (କାଳିଦାସ) 

ସ୍ବଭାବକବି ଗଙ୍ଗାଧର ମେହେର-କୃତ ଓଡ଼ିଆ କାବ୍ୟରାଜିରୁ :
        ୧.   ପ୍ରଣୟ-ବଲ୍ଲରୀ (ହିନ୍ଦୀ ଓ ସଂସ୍କୃତ ଅନୁବାଦ) 
        ୨.   ଅର୍ଘ୍ୟଥାଳୀ (ନିର୍ବାଚିତ କବିତାବଳୀ: ହିନ୍ଦୀ-ଇଂରାଜୀ-ସଂସ୍କୃତ ଅନୁବାଦ) 
        ୩.   କୀଚକବଧ (ହିନ୍ଦୀ ଅନୁବାଦ) 

ଅନ୍ୟାନ୍ୟ :  ୧. ଶିବତାଣ୍ଡବ ସ୍ତୋତ୍ର (ଇଂରାଜୀ ଅନୁବାଦ) 
               ୨.  ମାତୃଗୀତିକାଞ୍ଜଲି (ହିନ୍ଦୀ ଅନୁବାଦ) 
               ୩. ଜୟଦେବ-କୃତ ଗୀତଗୋବିନ୍ଦ (ଇଂରାଜୀ ଅନୁବାଦ) 
               ୪. ଚଳଚିତ୍ର-ଗୀତ-ସଂସ୍କୃତାୟନମ୍ (ହିନ୍ଦୀ ଚଳଚିତ୍ର-ଗୀତରାଜିର 
                    ମୂଳସ୍ବରାନୁସାରୀ ଗେୟାନୁକୂଳ ସଂସ୍କୃତାନୁବାଦ) ଅନ୍ତର୍ଜାଲରେ ସ୍ଥାନିତ। 
               ======== 

      ଡକ୍ଟର୍ ହରେକୃଷ୍ଣ ମେହେର 
       ଅବସରପ୍ରାପ୍ତ ବରିଷ୍ଠ ରିଡର୍ ଓ ମୁଖ୍ୟ, ସ୍ନାତକୋତ୍ତର ସଂସ୍କୃତ ବିଭାଗ, 
       ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟ,  
       ସମ୍ବଲପୁର - ୭୬୮୦୦୪ (ଓଡ଼ିଶା)  
                           *         
                    Dr. HAREKRISHNA  MEHER 
                                   M.A. Gold Medalist (BHU), OES-1,
                                   Ph.D. (BHU), Diploma in German 
                        Retired  Sr. Reader and Head, 
                        Post-Graduate Department of Sanskrit, 
                        Gangadhar Meher Autonomous College 
                     Sambalpur -768004, Odisha, India. 

                   Mobile : + 91-94373-62962.
                   e-mail :  meher.hk@gmail.com   
                   website :  http://www.hkmeher.blogspot.com / 
                                    http://www.tapasvini-kavya.blogspot.com   
                                    https://hkmeher.wordpress.com 
 
-------- 
Related Links :             
* Biodata in English : 
*
Biodata (Hindi-English-Sanskrit-Odia) :  
Images of Some Books : 

For More Details :  

Biodata : MY WORKS AND ACHIEVEMENTS :  http://hkmeher.blogspot.com/2007/07/my-biodata.html  

Interview in 'BARTIKA' Magazine:  


Contributions of Harekrishna Meher to Sanskrit Literature:

http://tapasvini-kavya.blogspot.com/2013/04/contributions-of-drharekrishna-meher-to.html?m=1

Places where Works of Harekrishna Meher are discussed, cited, reviewed 
in  Research and other fields: 

http://hkmeher.blogspot.com/2010/06/places-where-drharekrishna-meher-and.html?m=1

Chalachitra-Gita-Samskritaayanam :

http://hkmeher.blogspot.com/2017/05/chalachitra-gita-sanskritayanam.html?m=1
====== 

                          

No comments:

Post a Comment