Sunday, August 23, 2026

Tumko Dekha To Ye Khayal Aaya : Sanskrit Version Lyrics (त्वामपश्यम्, तद् भावनागतेयम्) By Dr.Harekrishna Meher

Sanskrit Version Lyrics of Original Hindi Song : 
तुमको देखा तो ये ख़याल आया : 
Sanskrit Translation by 
Dr.Harekrishna Meher: 
त्वामपश्यम्, तद् भावनागतेयम् * 
(As per Original Hindi Tune) 
====

Song Credits and Acknowledgements 
----------- 
मूल हिन्दी गीत : 
तुमको देखा तो ये खयाल आया * 
चलचित्र : साथ-साथ (१९८२) 
गीतकार : जावेद अख़्तर 
संगीत : कुलदीप सिंह 
गायन : जगजीत सिंह एवं चित्रा सिंह 
==== 
तुमको देखा, तो ये खयाल आया । 
जिन्दगी धूप, तुम घना साया ।। ((०) 
*
आज फिर दिल ने  इक तमन्ना की, 
आज फिर दिल को  हमने समझाया । 
जिन्दगी धूप, तुम घना साया । 
तुमको देखा, तो ये खयाल आया ।। (१) 
*
तुम चले जाओगे तो, सोचेंगे । 
हमने क्या खोया, हमने क्या पाया ।
जिन्दगी धूप, तुम घना साया । 
तुमको देखा, तो ये खयाल आया ।। (२)    
*
हम जिसे गुनगुना  नहीं सकते, 
वक्त ने ऐसा  गीत क्यों गाया । 
जिन्दगी धूप, तुम घना साया ।। 
तुमको देखा, तो ये खयाल आया ।। (३)
==== 
*****  
Sanskrit Translation : 
तुमको देखा तो ये ख़याल आया *
मूलगीतानुकूल-संस्कृतानुवाद: - 
डॉ. हरेकृष्ण-मेहेर: 
---------
त्वामपश्यम्, तद् भावनागतेयम् ।  
जीवनं ताप:, सान्द्र-च्छाया त्वम् ।। (०) 
अद्य पुनरकरोत्, कामनां हृत् स्वम्, 
अद्य बोधितवान्, भूयोऽहं हृदयम्‌ ।  
जीवनं ताप:, सान्द्र-च्छाया त्वम् ।। (१) 
*
त्वं यदि गन्तासि तद्, चिन्तेयम् । 
किं मया नष्टम्, किं मयावाप्तम् ।
जीवनं ताप:, सान्द्र-च्छाया त्वम् ।। (२) 
गुञ्जितुं यत् न वै, समर्थोऽहम् । 
गीतवान् काल:, कथमेवं गीतम् । 
जीवनं ताप:, सान्द्र-च्छाया त्वम् ।। 
त्वामपश्यम्, तद् भावनागतेयम्।। (३)
===== 
Translation done during August 2024. 
Translated for popularisation with service to Sanskrit and the nation. 
==== 

Related Link:
Chalachitra-Gita-Sanskritaayanam : चलचित्र-गीत-संस्कृतायनम् : 
(Anthology of Sanskrit Versions of Film Songs)
Link : http://hkmeher.blogspot.com/2017/05/chalachitra-gita-sanskritayanam.html 

**** 

BlogPost : 
Sanskrit Version Lyrics of Hindi Song "Tumko Dekha To Ye Khayal Aayaa" :
Link :
https://hkmeher.blogspot.com/2026/08/sanskrit-version-lyrics-of-tumko-dekha.html 

* Facebook Post : https://www.facebook.com/share/p/18tEZzpu35/ 

**** 

Biodata : Web Version:
http://hkmeher.blogspot.com/2012/06/brief-biodata-english-dr-harekrishna.html?m=0 

***** 

Thursday, August 20, 2026

ନିଶା (Nisha: Odia Song): ଓଡ଼ିଆ ଗୀତ: Dr.Harekrishna Meher

'NISHA' (Odia Song)
Lyrics and Tuning : Dr. Harekrishna Meher 

(Regarding Prevention of Drug Use)
------
* निशा * (ओड़िआ गीत) 
रचना एवं स्वरयोजना : डॉ. हरेकृष्ण मेहेर
------
* ନିଶା * (ଗୀତିକବିତା)
ରଚନା ଓ ସ୍ବରଯୋଜନା : ଡକ୍ଟର୍ ହରେକୃଷ୍ଣ ମେହେର
======== 

ନିଶା, ନିଶା, ନିଶାରେ,
ନିଜକୁ ନ ମିଶା ରେ ।
ଦିବସେ କି ନିଶାରେ,
ନ ରସ ତୁ ନିଶାରେ ।
ଯେ ରସିଲା,  ସେ ସରିଲା,
କେତେ ଦୁଃଖ ଦଶାରେ ।
ନିଶା, ନିଶା, ନିଶାରେ,
ନିଜକୁ ନ ମିଶା ରେ ।। (୦)
*
ପଶ୍ଚିମର ଅନ୍ଧାରେ,
ନ ହୁଅ ତୁ ବନ୍ଧା ରେ ।
ରବି ଜ୍ୟୋତି  ପରକାଶେ
ଦେଖ ପୂର୍ବ ଦିଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। (୧)
*
ବହୁମୂଲ୍ୟ ପରାଣ,
ବୃଥା ନୁହେ ତୁ ଜାଣ ।
ଜୀଇଁ ଶିଖ    ସୁଖେ ହସି,
ମଧୁଭରା ଆଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। (୨)
*
ଘେନି ନିଶା ଦରବ,
ନାଶ ଯାଏ ମାନବ ।
ଏ ଦୁର୍ଗୁଣ   ଛାଡ଼ ସଦା,
ନ ବୁଡ଼ ନିରାଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। 
ନିଶା, ନିଶା, ନିଶାରେ ।‌
ନିଜକୁ ନ ମିଶା ରେ ।। (୩)
====
ଗୀତଟି କହରୱ। (୪+୪) ୮-ମାତ୍ରା ତାଳରେ ପରିବେଷଣୀୟ ।
(ରଚନା କାଳ‌ : ତା: ୯-୫-୧୯୯୭
------ 

Included in 
'Kavitavali-Madhuri' (Anthology of Odia Poems) : କବିତାବଳୀ-ମାଧୁରୀ : 
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

**** 

Nisha : ନିଶା (ଗୀତିକବିତା) : 
https://hkmeher.blogspot.com/2026/08/nisha-odia-song-drharekrishna-meher.html 

**** 


Sunday, August 16, 2026

* Durgashtaka * दुर्गाष्टक * ଦୁର୍ଗାଷ୍ଟକ * (Devotional Odia Song: Stuti for Goddess Durga) By: Dr.Harekrishna Meher

Durgashtaka * दुर्गाष्टक * ଦୁର୍ଗାଷ୍ଟକ *
(Devotional Odia Song: Prayer for Goddess Durga)
By : Dr. Harekrishna Meher 
===
* दुर्गाष्टक *
(ओड़िआ भक्तिपरक गीत : दुर्गादेवी-स्तुति)
रचयिता : डॉ. हरेकृष्ण मेहेर
---------

* ଦୁର୍ଗାଷ୍ଟକ *
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର 
(ରାଗ - ଚତୁର୍ଦ୍ଦଶାକ୍ଷରୀ) 
====== 

ଜୟ ଜୟ ଦୁର୍ଗା ମାଗୋ ! ଦୁର୍ଗତି-ହାରିଣୀ ।
କେଶରୀବାହିନୀ ଦୁଷ୍ଟ-ଦୈତ୍ୟ-ସଂହାରିଣୀ ।। (୧)
ଉମା ହୈମବତୀ ତୁହି  ଈଶ୍ୱରୀ ପାର୍ବତୀ ।
କାଳିକା ସର୍ବମଙ୍ଗଳା  ଗୌରୀ ଭଗବତୀ ।। (୨)
ଗାୟତ୍ରୀ ସାବିତ୍ରୀ ଆଦି  ବହୁ ନାମ ତୋର ।
କେବେ ଶାନ୍ତ ରୂପ ତୋର  କେବେ ମହାଘୋର ।। (୩)
ଧର୍ମରକ୍ଷା ଅର୍ଥେ ମାଗୋ ! ବିସ୍ତାରିଛୁ କାୟା ।
ଦଶଭୁଜା ଆଦିଶକ୍ତି  ଦେବୀ ମହାମାୟା ।। (୪)
ମାତା ଶକ୍ତି ଜ୍ଞାନ ବିଦ୍ୟା  ବୁଦ୍ଧି ସ୍ବରୂପରେ ।
ବ୍ୟାପି ରହିଅଛୁ ତୁହି  ସକଳ ବିଶ୍ବରେ ।। (୫)
ଜଗତ-ଜନନୀ ସର୍ବ-ବିପତ୍ତି-ନାଶିନୀ ।
ପ୍ରସନ୍ନ ମାନସେ ହୁଅ  ବର-ପ୍ରଦାୟିନୀ ।। (୬)
ଭକତ ଜନର ଦୁଃଖ  କର ନିବାରଣ ।
ତୋହରି ଚରଣେ ମାତ ! ପଶିଲି ଶରଣ ।। (୭)
ଅନୁକମ୍ପା ବହି ଦୋଷ  ଥିଲେ କ୍ଷମା କର ।
ସିଦ୍ଧ ହେଉ ମନୋବାଞ୍ଛା ପ୍ରସାଦେ ତୋହର ।। (୮)
ଏ ତୋର ଅଷ୍ଟକ ସର୍ବ  କଷ୍ଟ କରୁ ନାଶ ।
ହରେକୃଷ୍ଣ ଧ୍ୟାୟେ ମାଗୋ ! ପୂର୍ଣ୍ଣ କର ଆଶ ।। (୯)
-----
(ଇତି ଶ୍ରୀହରେକୃଷ୍ଣ-ମେହେର-ବିରଚିତ ଦୁର୍ଗାଷ୍ଟକ ସମ୍ପୂର୍ଣ୍ଣ ‌।)
==== 

*
(ରଚନା ସମୟ : ୧୯୮୧ ମସିହା ।
ଏହି ଦୁର୍ଗାସ୍ତୁତି ଅନେକ ବର୍ଷ ପର୍ଯ୍ୟନ୍ତ ସିନାପାଲି ଗ୍ରାମ-ସ୍ଥିତ ଶ୍ରୀଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ବେଳେ ନିୟମିତ ଗାନ କରାଯାଉଥିଲା ।) 
====

(Odia Song 'Durgashtaka' in Devanagari Script)
------
* दुर्गाष्टक *
(ओड़िआ भक्तिगीत : दुर्गादेवी-स्तुति)
रचयिता : डॉ. हरेकृष्ण मेहेर 
(राग - चतुर्दशाक्षरी) 
---------
जय जय दुर्गा मागो ! दुर्गति-हारिणी ।
केशरी-बाहिनी दुष्ट-दैत्य-संहारिणी ।। (१)
उमा हैमबती तुहि  ईश्वरी पार्बती ।‌
काळिका सर्बमङ्गळा  गौरी भगबती ।। (२)
गायत्री साबित्री आदि बहु नाम तोर ।
केबे शान्त रूप तोर  केबे महाघोर ।। (३)
धर्मरक्षा अर्थे मागो ! बिस्तारिछु काया । 
दशभुजा आदिशक्ति। देबी महामाया ।।  (४)
माता शक्ति ज्ञान बिद्या बुद्धि स्वरूपरे ।
व्यापि रहिअछु तुहि  सकळ बिश्वरे ।। (५)
जगत-जननी  सर्ब-बिपत्ति-नाशिनी ।
प्रसन्न मानसे हुअ  बर-प्रदायिनी ।। (६)
भकत जनर दु:ख  कर निबारण ।
तोहरि चरणे मात ! पशिलि शरण ।। (७)
अनुकम्पा बहि दोष  थिले क्षमा कर ।
सिद्ध हेउ मनोबाञ्छा  प्रसादे तोहर ।। (८)
ए तोर अष्टक सर्ब  कष्ट करु नाश ।
हरेकृष्ण ध्याये मागो ! पूर्ण्ण कर आश ।। (९)
(इति श्रीहरेकृष्ण-मेहेर-बिरचित दुर्गाष्टक सम्पूर्ण्ण)
====

रचना काल : १९८१ ईसवी. 
==== 

Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link :
Kavitavali-Madhuri : 
କବିତାବଳୀ-ମାଧୁରୀ :  https://hkmeher.blogspot.com/2026/04/l-kavitavali-anthology-of-odia-poems-by.html

**** 

*Durgashtaka * ଦୁର୍ଗାଷ୍ଟକ (Odia Stotra Poem) Link :
https://hkmeher.blogspot.com/2026/08/durgashtaka-devotional-odia-song-stuti.html 

***** 

Related Link : 
Sanskrit Stotra : 
SriDurgashtakam : श्रीदुर्गाष्टकम् : 
Blog Link :
https://hkmeher.blogspot.com/2009/09/durgashtakam-harekrishna-meher.html 

***** 

Sanskrit Document Link :
श्रीदुर्गाष्टकम् (संस्कृत स्तोत्र) : 
ShriDurgashtakam
रचयिता : हरेकृष्ण मेहेर : 
https://sanskritdocuments.org/doc_devii/durgAShTakam4.html
===
Other Link: hkmeher (Harekrishna Meher's Sanskrit Poems) :
https://sanskritdocuments.org/sanskrit/hkmeher/

**** 

Thursday, August 6, 2026

ଶିବତାଣ୍ଡବ-ସ୍ତୋତ୍ର : ଓଡ଼ିଆ ପଦ୍ୟାନୁବାଦ * ଡକ୍ଟର୍ ହରେକୃଷ୍ଣ ମେହେର * SivaTandava-Stotra: Odia Version by Dr.Harekrishna Meher (Odia and Devanagari Scripts)

* ଶିବତାଣ୍ଡବସ୍ତୋତ୍ରମ୍ * 

ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର ହରେକୃଷ୍ଣ ମେହେର 
----------

'Siva-Tandava Stotram' 
ODIA Metrical Translation by
Dr. Harekrishna Meher : 

(In both Odia and Devanagari Scripts) :
https://www.facebook.com/share/p/1ATcMxrY4q/

SivaTandava-Stotram:
Odia Version Post in Odia Script:

Harekrishna Meher :
https://hkmeher.blogspot.com/2026/08/sivatandava-stotra-odia-version-by.html
------

*
SivaTandava: Original Slokas and Odia Version in Devanagari Script:
https://hkmeher.blogspot.com/2008/03/siva-tandava-stotra-oriya-version.html
****

*SivaTandava-Stotram*
---------- 
Posted here from Published Odia Book.
(Odia Version in Both Odia and Devanagari scripts presented here)

----------


* शिवताण्डवस्तोत्रम् (In Odia Script) * 
--------- 
* ଶିବତାଣ୍ଡବସ୍ତୋତ୍ରମ୍ * 
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର ହରେକୃଷ୍ଣ ମେହେର
(ରାଗ - ବଙ୍ଗଳାଶ୍ରୀ)

----------

(୧) 
ଜଟାରୂପୀ ବନୁଁ           ବିନିଃସୃତ ଗଙ୍ଗା-
             ନିର୍ଝରଣେ ପରିପୂତ ।
କଣ୍ଠଦେଶେ ନିଜ           ଲମ୍ବାଇ ବିଶାଳ
             ସର୍ପମାଳା ଅଦଭୁତ ।
ଡିବି ଡିବି ଡିବି            ଡମ୍ବରୁ ବାଇ ଯେ
           କଲେ ପ୍ରଚଣ୍ଡ ତାଣ୍ଡବ । 
ନିରତେ ଆମ୍ଭର           କଲ୍ୟାଣ କରନ୍ତୁ
         ସେ ପ୍ରଭୁ ପାର୍ବତୀଧବ ।। 

----
(୨) 
ଜଟାଜୂଟରୂପୀ         କଟାହରେ ବେଗେ
             ଭ୍ରମିତ ସ୍ୱର୍ଗଗଙ୍ଗାର । 
ତରଳ ତରଙ୍ଗ-          ଭଙ୍ଗୀରେ ରୁଚିର
        ଉତ୍ତମାଙ୍ଗ ଶୋହେ ଯାର ।
ଧକ ଧକ ଧକ               ବହ୍ନି ଜଳୁଅଛି
          ଯାର ଲଲାଟ-ପଟରେ । 
ସେ ଚନ୍ଦ୍ରମଉଳି        ଶିବଠାରେ ମୋର
           ମନ ରମୁ ନିରନ୍ତରେ ।। 

----
(୩) 
ଗିରୀଶ-ଜେମାଙ୍କ          ବିଳାସ-ବାନ୍ଧବ
            ଶିରୋମଣିର ଭାସ୍ବତୀ,
ଦୀପ୍ତିବଳେ ଦିଗ           ସମୁଜ୍ଜ୍ଵଳ ଦେଖି
            ପ୍ରସନ୍ନ ସଦା ଯା ମତି ।
ଯାର କୃପା-ଦୃଷ୍ଟି          ନିବାରଣ କରେ
           ଅଶେଷ ବିପତ୍ତି ଘୋର । 
ଏପରି କୌଣସି           ଦିଗମ୍ବର ତତ୍ତ୍ବେ
           ମାନସ ବିହରୁ ମୋର ।। 

----
(୪) 
ଜଟାଜୂଟଗତ             ସର୍ପଙ୍କର ଫଣା-
           ମଣିର ଆଭା ପିଙ୍ଗଳ । 
ଦିଗଙ୍ଗନା-ମୁଖେ       ବୋଳିଦିଏ ସୁଖେ
           କୁଙ୍କୁମ-ଲେପ ମଙ୍ଗଳ ।
ପ୍ରମତ୍ତ ହସ୍ତୀର         ଦୋଳାୟିତ ଚର୍ମ-
           ଉତ୍ତରୀୟେ ସ୍ନିଗ୍ଧ ବର୍ଣ୍ଣ । 
ଭୂତେଶ୍ୱର ଠାରେ      ଅଦ୍ଭୁତ ଭାବରେ
         ବିନୋଦ କରୁ ମୋ ମନ ।। 

----
(୫) 
ମହେନ୍ଦ୍ର ପ୍ରମୁଖ           ଦେବତା ସମସ୍ତ
           ପ୍ରଣାମ କଲେ ବିନୀତ ।
କିରୀଟରୁ ପୁଷ୍ପ-       ରେଣୁ-ପାତେ ଯାର
            ପାଦ-ପୀଠ ଧୂସରିତ ।
ନାଗରାଜ-ହାରେ          ବିଭୂଷିତ ଯାର
            ଜଟାଜୂଟ ପରିସର । 
ଚିର ଅଇଶ୍ୱର୍ଯ୍ୟ           ଦିଅନ୍ତୁ ସେ ପ୍ରଭୁ 
          ଶିବ ଶଶାଙ୍କ-ଶେଖର ।। 

----
(୬)   
ଲଲାଟ-ଅଙ୍ଗନେ            ଜ୍ୱଳିତ ଅନଳ-
          ସ୍ଫୁଲିଙ୍ଗ-ତେଜେ କିଞ୍ଚିତ । 
ପୁଷ୍ପେଷୁ କାମକୁ          ଭସ୍ମ କରିଛି ଯେ
            ସୁରପତି-ସୁପୂଜିତ । 
ସୁଧାମୟ ଚନ୍ଦ୍ର-             କଳା-ବିମଣ୍ଡିତ
          ମୁକୁଟରେ ଶୋଭାବନ । 
ବିରାଟ-ଲଲାଟ           ସେ ଶିବ-ମସ୍ତକ
          ହେଉ ଐଶ୍ୱର୍ଯ୍ୟ-ସାଧନ ।। 

----
(୭) 
କରାଳ ଲଲାଟ-            ପଟେ ଧକଧକ
            ପ୍ରକାଶି ଅନଳ-ଦ୍ୟୁତି ।
ପରଚଣ୍ଡ ବୀର             ପଞ୍ଚଶରକୁ ଯେ
           ଧ୍ୱଂସିଲେ କରି ଆହୁତି ।
ଉମା-ପୟୋଧରେ        ପତ୍ରଭଙ୍ଗୀ ପାଇଁ
             ଚିତ୍ରକର ଏକମାତ୍ର । 
ତ୍ରିନେତ୍ର ସେ ପ୍ରଭୁ      ଠାରେ ପ୍ରୀତି ଲଭୁ
           ମତି ମୋର ଦିବାରାତ୍ର ।। 

----
(୮) 
ନବ ମେଘମାଳା-         ଆଚ୍ଛାଦିତ ଘୋର
           ଅମାବାସ୍ୟା ତ୍ରିଯାମାର । 
ବ୍ୟାପକ ନିବିଡ଼              ଅନ୍ଧକାର ସମ
           ଶ୍ୟାମବର୍ଣ୍ଣ କଣ୍ଠ ଯାର ।
ଗଜଚର୍ମଧର                ଦେବ ବିଶ୍ୱମ୍ଭର
             ଚନ୍ଦ୍ରକାନ୍ତି-ସମୁଜ୍ଜ୍ୱଳ । 
ଦିଅନ୍ତୁ ସେ ହର             ମନ୍ଦାକିନୀଧର
            ସୁଖ ସମ୍ପଦ ମଙ୍ଗଳ ।। 

----
(୯) 
ବିକଶିତ ନୀଳ            ରାଜୀବ-ରାଜିର
           ଶ୍ୟାମଳ ପ୍ରଭା ସମାନ । 
କଳଙ୍କ ଛବିରେ             ସୁଚିହ୍ନିତ ଯାର
            କଣ୍ଠଦେଶ ରାଜମାନ ।
ମଦନ-ଦାହକ              ତ୍ରିପୁର-ନାଶକ
            ଭବଭୟ-ନିବାରକ । 
ଧ୍ୟାୟେ ଦକ୍ଷଯଜ୍ଞ-        ଗଜାନ୍ଧକ-ଧ୍ୱଂସୀ
           ଯମଭୀତି-ସଂହାରକ ।। 

----
(୧୦) 
ଗର୍ବ-ବିରହିତା              ପର୍ବତ-ଦୁହିତା
            ଶୋଭାରୂପୀ କଦମ୍ୱର ।
କଳିକା-ମଧୁର             ମକରନ୍ଦ-ଧାରା
           ଆସ୍ବାଦନେ ଯେ ଭ୍ରମର ।
ଭଜେ କାମଧ୍ବଂସୀ         ତ୍ରିପୁର-ବିନାଶୀ
            ସଂସାର-ବନ୍ଧ-ନିବାରୀ ।
ଦକ୍ଷଯଜ୍ଞ-ଗଜ-           ଅନ୍ଧକ-ସଂହାରୀ
              ଅନ୍ତକର ଅନ୍ତକାରୀ ।। 

----
(୧୧) 
ଅତ୍ୟନ୍ତ ଚଞ୍ଚଳ              ଭ୍ରମିତ ସର୍ପଙ୍କ
            ଫୁଫୁକାର ଶବଦରେ ।
ଲଲାଟର ଭୀମ         ଅଗ୍ନି କ୍ରମେ କ୍ରମେ
           ବ୍ୟାପେ ଯାର ମସ୍ତକରେ । 
ଧିମି ଧିମି ଧିମି               ମୃଦଙ୍ଗର ମନ୍ଦ୍ର
            ମଙ୍ଗଳ ନାଦ କ୍ରମରେ । 
ପ୍ରଚଣ୍ଡ ତାଣ୍ଡବେ          ବିଭୋଳ ଶିବଙ୍କ
           ଜୟ ହେଉ ସନ୍ତତରେ ।। 

----
(୧୨) 
ପାଷାଣେ ଆବର          ମଞ୍ଜୁଳ ଶୟନେ
           ସର୍ପେ ତଥା ମୁକ୍ତାହାରେ । 
ଅମୂଲ୍ୟ ରତନେ          ତଥା ମୃତ୍ତିକାରେ
          ମିତ୍ରେ ଅବା ଶତ୍ରୁଠାରେ ।
ତୃଣରାଶି ଅବା             ତରୁଣୀଗଣରେ
          ପ୍ରଜା ତଥା ରାଜାଠାରେ ।
ସମ ଭାବ ରଖି        କେବେ ବାମଦେବ
           ଶିବଙ୍କୁ ଭଜିବି ବାରେ ।। 

----
(୧୩) 
କେବେ ଅବା ମୁ‌ହିଁ          ନିବାସ ବିରଚି
           ସ୍ୱର୍ଣ୍ଣଦୀ-କୁଞ୍ଜ ଅନ୍ତରେ । 
ଦୁର୍ବୁଦ୍ଧି ଉପେକ୍ଷି           ମସ୍ତକରେ ଥାପି
            କରାଞ୍ଜଳି ବିନୟରେ ।
ବିଲୋଳ ନୟନେ         ସୁଲଲାଟ ଚନ୍ଦ୍ର-
          ମୌଳି-ପଦେ ରଖି ଲୟ ।
ଶିବ ଶିବ ମନ୍ତ୍ର            ଉଚ୍ଚାରି ବଦନେ
           ସୁଖେ ଯାପିବି ସମୟ ।। 

----
(୧୪) 
ଏରୂପେ କଥିତ           ଉତ୍ତମୋତ୍ତମ ଏ
           ସ୍ତବ ପଢ଼େ ଯେଉଁ ଜନ ।
ସ୍ମରଣ କରଇ            ଅବା ବର୍ଣ୍ଣଇ ସେ
           ରହେ ନିତି ଶୁଦ୍ଧ ମନ ।
ଅଚିରେ ଶଙ୍କର-     ଭକ୍ତି ଲଭେ ମୋଦେ,
            ନ ପାଏ ବିରୁଦ୍ଧ ଗତି ।
ପ୍ରାଣୀଙ୍କର ମୋହ       ନାଶ ଯାଏ ଯେଣୁ
          ଶିବେ ହେଲେ ଦୃଢ଼ ମତି ।। 

----
(୧୫) 
ପୂଜାଶେଷକାଳେ  ସନ୍ଧ୍ୟାବେଳେ ଯେ ବା
            ଦଶାନନ-ବିରଚିତ । 
ଏ ଶିବପୂଜନ-              ବିଷୟକ ସ୍ତବ
           ପାଠ କରେ ଶୁଦ୍ଧଚିତ୍ତ ।
ଶମ୍ଭୁ-ଆରାଧନେ          ରଥ-ଗଜ-ଅଶ୍ୱ-
            ସମ୍ପନ୍ନ ସତତ ସ୍ଥିର ।
ବିପୁଳ ଐଶ୍ୱର୍ଯ୍ୟ       ଲଭେ ସେ ସାଧକ
          ହର-ପ୍ରସାଦେ ଅଚିର ।। 

----
(୧୬) 
(ଅନୁବାଦକୀୟ ଉପସଂହାର)
ମହାଦେବଙ୍କର         ତାଣ୍ଡବ ଦର୍ଶନେ
           ବିମୁଗ୍ଧ ଲଙ୍କାଧିପତି । 
ବିରଚିଲେ ଶ୍ଲୋକେ     ଏ ଶିବତାଣ୍ଡବ
           ପ୍ରକାଶି ଦୃଢ଼ ଭକତି ।
ଇଂରାଜୀ ମସିହା        ଊଣାଇଶ ଶହ 
           ସତସ୍ତରୀ ନଭେମ୍ବର,
ସପତ ଦିବସେ       ଚନ୍ଦ୍ର ବାରେ ଏହା
           ଅନୂଦିତ ପଦ୍ୟାକାର ।
ପ୍ରଭୁ ବିଶ୍ବନାଥ        ଅନୁଗ୍ରହେ କାଶୀ
          ହିନ୍ଦୁ ବିଶ୍ବବିଦ୍ୟାଳୟେ,
ସଂସ୍କୃତ ବିଭାଗେ ଗବେଷଣା କାର୍ଯ୍ୟେ
          ରତ ମୁହିଁ ଏ ସମୟେ ।
କାଶୀବିଶ୍ଵନାଥ         ସର୍ବ ମନୋରଥ
          କରିବେ ଶୁଭେ ପୂରଣ । 
ଧ୍ୟାୟେ ହରେକୃଷ୍ଣ  ମେହେର ସେ ହର-
           ମଞ୍ଜୁଳ-ପଦ୍ମ-ଚରଣ ।।  

*******

* SivaTandava-Stotram * 
Odia Version by Harekrishna Meher 
(in Devanagari Script) 
------
* शिवताण्डवस्तोत्रम् * 
ओड़िआ पद्यानुवाद : डा. हरेकृष्ण मेहेर 
(राग - बंगलाश्री) 
---------- 
(१) 
जटारूपी बनुँ           बिनिःसृत गङ्गा- 
             निर्झरणे परिपूत ।
कण्ठदेशे निज          लम्बाइ बिशाळ 
            सर्पमाळा अदभुत । 
डिबि डिबि डिबि         डम्बरु बाइ य़े 
          कले प्रचण्ड ताण्डब ।
निरते आम्भर           कल्याण करन्तु 
            से प्रभु पार्बतीधब ।।
---- 
(२) 
जटाजूटरूपी                कटाहरे बेगे 
            भ्रमित स्वर्गगङ्गार । 
तरळ तरङ्ग-                भङ्गीरे रुचिर 
            उत्तमाङ्ग शोहे य़ार । 
धक धक धक          बह्नि जळुअछि 
             य़ार ललाट-पटरे ।
से चन्द्रमउळि             शिबठारे मोर 
             मन रमु निरन्तरे ।।
---- 
(३) 
गिरीश-जेमाङ्क     बिळास-बान्धब 
           शिरोमणिर भास्वती ।
दीप्तिबळे दिग       समुज्ज्वळ देखि 
            प्रसन्न सदा य़ा मति ।
य़ार कृपा-दृष्टि            निबारण करे 
            अशेष बिपत्ति घोर ।
एपरि कौणसि           दिगम्बर तत्त्वे 
             मानस बिहरु मोर ।।
---- 
(४) 
जटाजूटगत            सर्पङ्कर फणा- 
          मणिर आभा पिङ्गळ ।
दिगङ्गना-मुखे          बोळिदिए सुखे 
          कुङ्कुम-लेप मङ्गळ ।
प्रमत्त हस्तीर            दोळायित चर्म- 
          उत्तरीये स्निग्ध बर्ण ।
भूतेश्वर ठारे               अद्भुत भाबरे 
          बिनोद करु मो मन ।।
---- 
(५) 
महेन्द्र प्रमुख              देबता समस्त 
            प्रणाम कले बिनीत ।
किरीटरु पुष्प-           रेणु-पाते य़ार 
             पाद-पीठ धूसरित ।
नागराज-हारे             बिभूषित य़ार 
              जटाजूट परिसर ।
चिर अइश्वर्य़्य           दिअन्तु से प्रभु 
         शिब शशाङ्क-शेखर ।।
---- 
(६) 
ललाट-अङ्गने           ज्वळित अनळ- 
         स्फुलिङ्ग-तेजे किञ्चित ।
पुष्पेषु कामकु          भस्म करिछि य़े 
             सुरपति-सुपूजित ।
सुधामय चन्द्र-        कळा-बिमण्डित 
             मुकुटरे शोभाबन ।
बिराट-ललाट           से शिब-मस्तक 
            हेउ ऐश्वर्य्य़-साधन ।।
---- 
(७) 
कराळ ललाट-              पटे धकधक 
          प्रकाशि अनळ द्युति ।
परचण्ड बीर               पञ्चशरकु य़े 
         ध्वंसिले करि आहुति । 
उमा-पयोधरे               पत्रभङ्गी पाइँ 
             चित्रकर एकमात्र ।
त्रिनेत्र से प्रभु             ठारे प्रीति लभु 
           मति मोर दिबारात्र ।‌। 
---- 
(८) 
नब मेघमाळा-          आच्छादित घोर 
          अमाबास्या त्रिय़ामार ।
ब्यापक निबिड़          अन्धकार सम 
          श्यामबर्ण्ण कण्ठ य़ार ।
गजचर्मधर                 देब बिश्वम्भर 
        चन्द्रकान्ति-समुज्ज्वळ ।
दिअन्तु से हर            मन्दाकिनीधर 
           सुख सम्पद मङ्गळ ।।
---- 
(९) 
बिकशित नीळ           राजीब-राजिर 
          श्यामळ प्रभा समान ।
कळङ्क छबिरे          सुचिह्नित य़ार 
            कण्ठदेश राजमान ।
मदन-दाहक               त्रिपुर-नाशक 
            भबभय-निबारक । 
ध्याये दक्षय़ज्ञ-       गजान्धक-ध्वंसी 
           य़मभीति-संहारक ।।
---- 
(१०) 
गर्ब-बिरहिता              पर्बत-दुहिता 
           शोभारूपी कदम्बर ।
कळिका-मधुर           मकरन्द-धारा 
           आस्वादने य़े भ्रमर । 
भजे कामध्वंसी        त्रिपुर-बिनाशी 
          संसार-बन्ध-निबारी ।
दक्षय़ज्ञ-गज-          अन्धक-संहारी 
          अन्तकर अन्तकारी ।।
---- 
(११) 
अत्यन्त चञ्चळ       भ्रमित सर्पङ्क 
              फुफुकार शबदरे ।
ललाटर भीम           अग्नि क्रमे क्रमे 
            ब्यापे य़ार मस्तकरे ।
धिमि धिमि धिमि          मृदङ्गर मन्द्र 
              मङ्गळ नाद क्रमरे ।
प्रचण्ड ताण्डबे     बिभोळ शिबङ्क 
              जय हेउ सन्ततरे ।।
---- 
(१२) 
पाषाणे आबर            मञ्जुळ शयने 
           सर्पे तथा मुक्ताहारे ।
अमूल्य रतने             तथा मृत्तिकारे 
           मित्रे अबा शत्रुठारे ।
तृणराशि अबा              तरुणीगणरे 
          प्रजा तथा राजाठारे । 
सम भाब रखि            केबे बामदेब 
         शिबङ्कु भजिबि बारे ।।
---- 
(१३) 
केबे अबा मुहिँ           निबास बिरचि 
           स्वर्णदी-कुञ्ज अन्तरे ।
दुर्बुद्धि उपेक्षि            मस्तकरे थापि 
            कराञ्जळि बिनयरे ।
बिलोळ नयने            सुललाट चन्द्र-
           मौळि-पदे रखि लय । 
शिब शिब मन्त्र          उच्चारि बदने 
           सुखे य़ापिबि समय ।।
---- 
(१४) 
एरूपे कथित              उत्तमोत्तम ए 
           स्तब पढ़े य़ेउँ जन । 
स्मरण करइ             अबा बर्ण्णइ से 
            रहे निति शुद्ध मन । 
अचिरे शङ्कर-       भक्ति लभे मोदे, 
           न पाए बिरुद्ध गति । 
प्राणीङ्कर मोह        नाश य़ाए य़ेणु 
           शिबे हेले दृढ़ मति ।।
----
(१५) 
पूजाशेषकाळे       सन्ध्याबेळे य़े बा 
            दशानन-बिरचित ।
ए शिबपूजन-           बिषयक स्तब 
           पाठ करे शुद्धचित्त ।
शम्भु-आराधने         रथ-गज-अश्व- 
           सम्पन्न सतत स्थिर ।
बिपुळ ऐश्वर्य़्य         लभे से साधक 
           हर-प्रसादे अचिर ।। 
---- 
(१६) 
(अनुवादकीय उपसंहार)
महादेबङ्कर           ताण्डब दर्शने 
          बिमुग्ध लङ्काधिपति ।
बिरचिले श्लोके      ए शिबताण्डब 
          प्रकाशि दृढ़ भकति । 
इंग्राजी मसिहा        ऊणाइश शह 
            सतस्तरी नभेम्बर, 
सपत दिबसे           चन्द्र बारे एहा 
            अनूदित पद्याकार ।
प्रभु विश्वनाथ         अनुग्रहे काशी 
            हिन्दु विश्वविद्यालये, 
संस्कृत विभागे     गवेषणा कार्य़्ये 
            रत मुहिँ ए समये । 
काशीविश्वनाथ         सर्ब मनोरथ 
           करिबे शुभे पूरण । 
ध्याये हरेकृष्ण           मेहेर से हर- 
          मञ्जुळ-पद्म-चरण ।। 
======= 

Translation Date:
7 November 1977.
*
Book First Published in 1978
By Bani Bhandar, Brahmapur, Ganjam, Odisha.
Later on several editions published.
----------

Related Link :  (SivaTandava with Original Sanskrit Slokas):
http://hkmeher.blogspot.com/2008/03/siva-tandava-stotra-oriya-version.html
=======

Other Links : 

Biodata (English) : Harekrishna Meher :
http://hkmeher.blogspot.com/2012/06/brief-biodata-english-dr-harekrishna.html
*
Biodata: English (Web Version) :
https://hkmeher.blogspot.com/2012/06/brief-biodata-english-dr-harekrishna.html?m=0
------
Biodata (Hindi): Harekrishna Meher:
https://tapasvini-kavya.blogspot.com/2021/05/biodata-h

https://tapasvini-kavya.blogspot.com/2021/05/biodata-hindi-dr-harekrishna-meher.html 

*****