* ଶିବତାଣ୍ଡବସ୍ତୋତ୍ରମ୍ *
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର ହରେକୃଷ୍ଣ ମେହେର
----------
'Siva-Tandava Stotra'
ODIA Metrical Translation by
Dr. Harekrishna Meher :
(In both Odia and Devanagari Scripts) :
https://www.facebook.com/share/p/1ATcMxrY4q/
*
SivaTandava-Stotram:
Odia Version Post in Odia Script:
Harekrishna Meher :
https://hkmeher.blogspot.com/2026/08/sivatandava-stotra-odia-version-by.html
------
*
SivaTandava: Original Slokas and Odia Version in Devanagari Script:
https://hkmeher.blogspot.com/2008/03/siva-tandava-stotra-oriya-version.html
****
*SivaTandava-Stotram*
----------
Posted here from Published Odia Book.
(Odia Version in Both Odia and Devanagari scripts presented here)
----------
* शिवताण्डवस्तोत्रम् *
ओड़िआ पद्यानुवाद : डा. हरेकृष्ण मेहेर
(राग - बंगलाश्री)
**
* ଶିବତାଣ୍ଡବସ୍ତୋତ୍ରମ୍ *
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର ହରେକୃଷ୍ଣ ମେହେର
(ରାଗ - ବଙ୍ଗଳାଶ୍ରୀ)
----------
(1)
ଜଟାରୂପୀ ବନୁଁ ବିନିଃସୃତ ଗଙ୍ଗା-
ନିର୍ଝରଣେ ପରିପୂତ ।
କଣ୍ଠଦେଶେ ନିଜ ଲମ୍ବାଇ ବିଶାଳ
ସର୍ପମାଳା ଅଦଭୁତ ।
ଡିବି ଡିବି ଡିବି ଡମ୍ବରୁ ବାଇ ଯେ
କଲେ ପ୍ରଚଣ୍ଡ ତାଣ୍ଡବ ।
ନିରତେ ଆମ୍ଭର କଲ୍ୟାଣ କରନ୍ତୁ
ସେ ପ୍ରଭୁ ପାର୍ବତୀଧବ ।।
जटारूपी बनुँ बिनिःसृत गङ्गा-
निर्झरणे परिपूत ।
कण्ठदेशे निज लम्बाइ बिशाळ
सर्पमाळा अदभुत ।
डिबि डिबि डिबि डम्बरु बाइ य़े
कले प्रचण्ड ताण्डब ।
निरते आम्भर कल्याण करन्तु
से प्रभु पार्बतीधब ।।
----
(2)
ଜଟାଜୂଟରୂପୀ କଟାହରେ ବେଗେ
ଭ୍ରମିତ ସ୍ୱର୍ଗଗଙ୍ଗାର ।
ତରଳ ତରଙ୍ଗ- ଭଙ୍ଗୀରେ ରୁଚିର
ଉତ୍ତମାଙ୍ଗ ଶୋହେ ଯାର ।
ଧକ ଧକ ଧକ ବହ୍ନି ଜଳୁଅଛି
ଯାର ଲଲାଟ-ପଟରେ ।
ସେ ଚନ୍ଦ୍ରମଉଳି ଶିବଠାରେ ମୋର
ମନ ରମୁ ନିରନ୍ତରେ ।।
जटाजूटरूपी कटाहरे बेगे
भ्रमित स्वर्गगङ्गार ।
तरळ तरङ्ग- भङ्गीरे रुचिर
उत्तमाङ्ग शोहे य़ार ।
धक धक धक बह्नि जळुअछि
य़ार ललाट-पटरे ।
से चन्द्रमउळि शिबठारे मोर
मन रमु निरन्तरे ।।
----
(3)
ଗିରୀଶ-ଜେମାଙ୍କ ବିଳାସ-ବାନ୍ଧବ
ଶିରୋମଣିର ଭାସ୍ବତୀ,
ଦୀପ୍ତିବଳେ ଦିଗ ସମୁଜ୍ଜ୍ଵଳ ଦେଖି
ପ୍ରସନ୍ନ ସଦା ଯା ମତି ।
ଯାର କୃପା-ଦୃଷ୍ଟି ନିବାରଣ କରେ
ଅଶେଷ ବିପତ୍ତି ଘୋର ।
ଏପରି କୌଣସି ଦିଗମ୍ବର ତତ୍ତ୍ବେ
ମାନସ ବିହରୁ ମୋର ।।
गिरीश-जेमाङ्क बिळास-बान्धब
शिरोमणिर भास्वती ।
दीप्तिबळे दिग समुज्ज्वळ देखि
प्रसन्न सदा य़ा मति ।
य़ार कृपा-दृष्टि निबारण करे
अशेष बिपत्ति घोर ।
एपरि कौणसि दिगम्बर तत्त्वे
मानस बिहरु मोर ।।
----
(4)
ଜଟାଜୂଟଗତ ସର୍ପଙ୍କର ଫଣା-
ମଣିର ଆଭା ପିଙ୍ଗଳ ।
ଦିଗଙ୍ଗନା-ମୁଖେ ବୋଳିଦିଏ ସୁଖେ
କୁଙ୍କୁମ-ଲେପ ମଙ୍ଗଳ ।
ପ୍ରମତ୍ତ ହସ୍ତୀର ଦୋଳାୟିତ ଚର୍ମ-
ଉତ୍ତରୀୟେ ସ୍ନିଗ୍ଧ ବର୍ଣ୍ଣ ।
ଭୂତେଶ୍ୱର ଠାରେ ଅଦ୍ଭୁତ ଭାବରେ
ବିନୋଦ କରୁ ମୋ ମନ ।।
जटाजूटगत सर्पङ्कर फणा-
मणिर आभा पिङ्गळ ।
दिगङ्गना-मुखे बोळिदिए सुखे
कुङ्कुम-लेप मङ्गळ ।
प्रमत्त हस्तीर दोळायित चर्म-
उत्तरीये स्निग्ध बर्ण ।
भूतेश्वर ठारे अद्भुत भाबरे
बिनोद करु मो मन ।।
----
(5)
ମହେନ୍ଦ୍ର ପ୍ରମୁଖ ଦେବତା ସମସ୍ତ
ପ୍ରଣାମ କଲେ ବିନୀତ ।
କିରୀଟରୁ ପୁଷ୍ପ- ରେଣୁ-ପାତେ ଯାର
ପାଦ-ପୀଠ ଧୂସରିତ ।
ନାଗରାଜ-ହାରେ ବିଭୂଷିତ ଯାର
ଜଟାଜୂଟ ପରିସର ।
ଚିର ଅଇଶ୍ୱର୍ଯ୍ୟ ଦିଅନ୍ତୁ ସେ ପ୍ରଭୁ
ଶିବ ଶଶାଙ୍କ-ଶେଖର ।।
महेन्द्र प्रमुख देबता समस्त
प्रणाम कले बिनीत ।
किरीटरु पुष्प- रेणु-पाते य़ार
पाद-पीठ धूसरित ।
नागराज-हारे बिभूषित य़ार
जटाजूट परिसर ।
चिर अइश्वर्य़्य दिअन्तु से प्रभु
शिब शशाङ्क-शेखर ।।
----
(6)
ଲଲାଟ-ଅଙ୍ଗନେ ଜ୍ୱଳିତ ଅନଳ-
ସ୍ଫୁଲିଙ୍ଗ-ତେଜେ କିଞ୍ଚିତ ।
ପୁଷ୍ପେଷୁ କାମକୁ ଭସ୍ମ କରିଛି ଯେ
ସୁରପତି-ସୁପୂଜିତ ।
ସୁଧାମୟ ଚନ୍ଦ୍ର- କଳା-ବିମଣ୍ଡିତ
ମୁକୁଟରେ ଶୋଭାବନ ।
ବିରାଟ-ଲଲାଟ ସେ ଶିବ-ମସ୍ତକ
ହେଉ ଐଶ୍ୱର୍ଯ୍ୟ-ସାଧନ ।।
ललाट-अङ्गने ज्वळित अनळ-
स्फुलिङ्ग-तेजे किञ्चित ।
पुष्पेषु कामकु भस्म करिछि य़े
सुरपति-सुपूजित ।
सुधामय चन्द्र- कळा-बिमण्डित
मुकुटरे शोभाबन ।
बिराट-ललाट से शिब-मस्तक
हेउ ऐश्वर्य्य़-साधन ।।
----
(7)
କରାଳ ଲଲାଟ- ପଟେ ଧକଧକ
ପ୍ରକାଶି ଅନଳ-ଦ୍ୟୁତି ।
ପରଚଣ୍ଡ ବୀର ପଞ୍ଚଶରକୁ ଯେ
ଧ୍ୱଂସିଲେ କରି ଆହୁତି ।
ଉମା-ପୟୋଧରେ ପତ୍ରଭଙ୍ଗୀ ପାଇଁ
ଚିତ୍ରକର ଏକମାତ୍ର ।
ତ୍ରିନେତ୍ର ସେ ପ୍ରଭୁ ଠାରେ ପ୍ରୀତି ଲଭୁ
ମତି ମୋର ଦିବାରାତ୍ର ।।
कराळ ललाट- पटे धकधक
प्रकाशि अनळ द्युति ।
परचण्ड बीर पञ्चशरकु य़े
ध्वंसिले करि आहुति ।
उमा-पयोधरे पत्रभङ्गी पाइँ
चित्रकर एकमात्र ।
त्रिनेत्र से प्रभु ठारे प्रीति लभु
मति मोर दिबारात्र ।।
----
(8)
ନବ ମେଘମାଳା- ଆଚ୍ଛାଦିତ ଘୋର
ଅମାବାସ୍ୟା ତ୍ରିଯାମାର ।
ବ୍ୟାପକ ନିବିଡ଼ ଅନ୍ଧକାର ସମ
ଶ୍ୟାମବର୍ଣ୍ଣ କଣ୍ଠ ଯାର ।
ଗଜଚର୍ମଧର ଦେବ ବିଶ୍ୱମ୍ଭର
ଚନ୍ଦ୍ରକାନ୍ତି-ସମୁଜ୍ଜ୍ୱଳ ।
ଦିଅନ୍ତୁ ସେ ହର ମନ୍ଦାକିନୀଧର
ସୁଖ ସମ୍ପଦ ମଙ୍ଗଳ ।।
नब मेघमाळा- आच्छादित घोर
अमाबास्या त्रिय़ामार ।
ब्यापक निबिड़ अन्धकार सम
श्यामबर्ण्ण कण्ठ य़ार ।
गजचर्मधर देब बिश्वम्भर
चन्द्रकान्ति-समुज्ज्वळ ।
दिअन्तु से हर मन्दाकिनीधर
सुख सम्पद मङ्गळ ।।
----
(9)
ବିକଶିତ ନୀଳ ରାଜୀବ-ରାଜିର
ଶ୍ୟାମଳ ପ୍ରଭା ସମାନ ।
କଳଙ୍କ ଛବିରେ ସୁଚିହ୍ନିତ ଯାର
କଣ୍ଠଦେଶ ରାଜମାନ ।
ମଦନ-ଦାହକ ତ୍ରିପୁର-ନାଶକ
ଭବଭୟ-ନିବାରକ ।
ଧ୍ୟାୟେ ଦକ୍ଷଯଜ୍ଞ- ଗଜାନ୍ଧକ-ଧ୍ୱଂସୀ
ଯମଭୀତି-ସଂହାରକ ।।
बिकशित नीळ राजीब-राजिर
श्यामळ प्रभा समान ।
कळङ्क छबिरे सुचिह्नित य़ार
कण्ठदेश राजमान ।
मदन-दाहक त्रिपुर-नाशक
भबभय-निबारक ।
ध्याये दक्षय़ज्ञ- गजान्धक-ध्वंसी
य़मभीति-संहारक ।।
----
(10)
ଗର୍ବ-ବିରହିତା ପର୍ବତ-ଦୁହିତା
ଶୋଭାରୂପୀ କଦମ୍ୱର ।
କଳିକା-ମଧୁର ମକରନ୍ଦ-ଧାରା
ଆସ୍ବାଦନେ ଯେ ଭ୍ରମର ।
ଭଜେ କାମଧ୍ବଂସୀ ତ୍ରିପୁର-ବିନାଶୀ
ସଂସାର-ବନ୍ଧ-ନିବାରୀ ।
ଦକ୍ଷଯଜ୍ଞ-ଗଜ- ଅନ୍ଧକ-ସଂହାରୀ
ଅନ୍ତକର ଅନ୍ତକାରୀ ।।
गर्ब-बिरहिता पर्बत-दुहिता
शोभारूपी कदम्बर ।
कळिका-मधुर मकरन्द-धारा
आस्वादने य़े भ्रमर ।
भजे कामध्वंसी त्रिपुर-बिनाशी
संसार-बन्ध-निबारी ।
दक्षय़ज्ञ-गज- अन्धक-संहारी
अन्तकर अन्तकारी ।।
----
(11)
ଅତ୍ୟନ୍ତ ଚଞ୍ଚଳ ଭ୍ରମିତ ସର୍ପଙ୍କ
ଫୁଫୁକାର ଶବଦରେ ।
ଲଲାଟର ଭୀମ ଅଗ୍ନି କ୍ରମେ କ୍ରମେ
ବ୍ୟାପେ ଯାର ମସ୍ତକରେ ।
ଧିମି ଧିମି ଧିମି ମୃଦଙ୍ଗର ମନ୍ଦ୍ର
ମଙ୍ଗଳ ନାଦ କ୍ରମରେ ।
ପ୍ରଚଣ୍ଡ ତାଣ୍ଡବେ ବିଭୋଳ ଶିବଙ୍କ
ଜୟ ହେଉ ସନ୍ତତରେ ।।
अत्यन्त चञ्चळ भ्रमित सर्पङ्क
फुफुकार शबदरे ।
ललाटर भीम अग्नि क्रमे क्रमे
ब्यापे य़ार मस्तकरे ।
धिमि धिमि धिमि मृदङ्गर मन्द्र
मङ्गळ नाद क्रमरे ।
प्रचण्ड ताण्डबे बिभोळ शिबङ्क
जय हेउ सन्ततरे ।।
----
(12)
ପାଷାଣେ ଆବର ମଞ୍ଜୁଳ ଶୟନେ
ସର୍ପେ ତଥା ମୁକ୍ତାହାରେ ।
ଅମୂଲ୍ୟ ରତନେ ତଥା ମୃତ୍ତିକାରେ
ମିତ୍ରେ ଅବା ଶତ୍ରୁଠାରେ ।
ତୃଣରାଶି ଅବା ତରୁଣୀଗଣରେ
ପ୍ରଜା ତଥା ରାଜାଠାରେ ।
ସମ ଭାବ ରଖି କେବେ ବାମଦେବ
ଶିବଙ୍କୁ ଭଜିବି ବାରେ ।।
पाषाणे आबर मञ्जुळ शयने
सर्पे तथा मुक्ताहारे ।
अमूल्य रतने तथा मृत्तिकारे
मित्रे अबा शत्रुठारे ।
तृणराशि अबा तरुणीगणरे
प्रजा तथा राजाठारे ।
सम भाब रखि केबे बामदेब
शिबङ्कु भजिबि बारे ।।
----
(13)
କେବେ ଅବା ମୁହିଁ ନିବାସ ବିରଚି
ସ୍ୱର୍ଣ୍ଣଦୀ-କୁଞ୍ଜ ଅନ୍ତରେ ।
ଦୁର୍ବୁଦ୍ଧି ଉପେକ୍ଷି ମସ୍ତକରେ ଥାପି
କରାଞ୍ଜଳି ବିନୟରେ ।
ବିଲୋଳ ନୟନେ ସୁଲଲାଟ ଚନ୍ଦ୍ର-
ମୌଳି-ପଦେ ରଖି ଲୟ ।
ଶିବ ଶିବ ମନ୍ତ୍ର ଉଚ୍ଚାରି ବଦନେ
ସୁଖେ ଯାପିବି ସମୟ ।।
केबे अबा मुहिँ निबास बिरचि
स्वर्णदी-कुञ्ज अन्तरे ।
दुर्बुद्धि उपेक्षि मस्तकरे थापि
कराञ्जळि बिनयरे ।
बिलोळ नयने सुललाट चन्द्र-
मौळि-पदे रखि लय ।
शिब शिब मन्त्र उच्चारि बदने
सुखे य़ापिबि समय ।।
----
(14)
ଏରୂପେ କଥିତ ଉତ୍ତମୋତ୍ତମ ଏ
ସ୍ତବ ପଢ଼େ ଯେଉଁ ଜନ ।
ସ୍ମରଣ କରଇ ଅବା ବର୍ଣ୍ଣଇ ସେ
ରହେ ନିତି ଶୁଦ୍ଧ ମନ ।
ଅଚିରେ ଶଙ୍କର- ଭକ୍ତି ଲଭେ ମୋଦେ,
ନ ପାଏ ବିରୁଦ୍ଧ ଗତି ।
ପ୍ରାଣୀଙ୍କର ମୋହ ନାଶ ଯାଏ ଯେଣୁ
ଶିବେ ହେଲେ ଦୃଢ଼ ମତି ।।
एरूपे कथित उत्तमोत्तम ए
स्तब पढ़े य़ेउँ जन ।
स्मरण करइ अबा बर्ण्णइ से
रहे निति शुद्ध मन ।
अचिरे शङ्कर- भक्ति लभे मोदे,
न पाए बिरुद्ध गति ।
प्राणीङ्कर मोह नाश य़ाए य़ेणु
शिबे हेले दृढ़ मति ।।
----
(15)
ପୂଜାଶେଷକାଳେ ସନ୍ଧ୍ୟାବେଳେ ଯେ ବା
ଦଶାନନ-ବିରଚିତ ।
ଏ ଶିବପୂଜନ- ବିଷୟକ ସ୍ତବ
ପାଠ କରେ ଶୁଦ୍ଧଚିତ୍ତ ।
ଶମ୍ଭୁ-ଆରାଧନେ ରଥ-ଗଜ-ଅଶ୍ୱ-
ସମ୍ପନ୍ନ ସତତ ସ୍ଥିର ।
ବିପୁଳ ଐଶ୍ୱର୍ଯ୍ୟ ଲଭେ ସେ ସାଧକ
ହର-ପ୍ରସାଦେ ଅଚିର ।।
पूजाशेषकाळे सन्ध्याबेळे य़े बा
दशानन-बिरचित ।
ए शिबपूजन- बिषयक स्तब
पाठ करे शुद्धचित्त ।
शम्भु-आराधने रथ-गज-अश्व-
सम्पन्न सतत स्थिर ।
बिपुळ ऐश्वर्य़्य लभे से साधक
हर-प्रसादे अचिर ।।
----
(16)
(ଅନୁବାଦକୀୟ ଉପସଂହାର)
ମହାଦେବଙ୍କର ତାଣ୍ଡବ ଦର୍ଶନେ
ବିମୁଗ୍ଧ ଲଙ୍କାଧିପତି ।
ବିରଚିଲେ ଶ୍ଲୋକେ ଏ ଶିବତାଣ୍ଡବ
ପ୍ରକାଶି ଦୃଢ଼ ଭକତି ।
ଇଂରାଜୀ ମସିହା ଊଣାଇଶ ଶହ
ସତସ୍ତରୀ ନଭେମ୍ବର,
ସପତ ଦିବସେ ଚନ୍ଦ୍ର ବାରେ ଏହା
ଅନୂଦିତ ପଦ୍ୟାକାର ।
ପ୍ରଭୁ ବିଶ୍ବନାଥ ଅନୁଗ୍ରହେ କାଶୀ
ହିନ୍ଦୁ ବିଶ୍ବବିଦ୍ୟାଳୟେ,
ସଂସ୍କୃତ ବିଭାଗେ ଗବେଷଣା କାର୍ଯ୍ୟେ
ରତ ମୁହିଁ ଏ ସମୟେ ।
କାଶୀବିଶ୍ଵନାଥ ସର୍ବ ମନୋରଥ
କରିବେ ଶୁଭେ ପୂରଣ ।
ଧ୍ୟାୟେ ହରେକୃଷ୍ଣ ମେହେର ସେ ହର-
ମଞ୍ଜୁଳ-ପଦ୍ମ-ଚରଣ ।।
(अनुवादकीय उपसंहार)
महादेबङ्कर ताण्डब दर्शने
बिमुग्ध लङ्काधिपति ।
बिरचिले श्लोके ए शिबताण्डब
प्रकाशि दृढ़ भकति ।
इंग्राजी मसिहा ऊणाइश शह
सतस्तरी नभेम्बर,
सपत दिबसे चन्द्र बारे एहा
अनूदित पद्याकार ।
प्रभु विश्वनाथ अनुग्रहे काशी
हिन्दु विश्वविद्यालये,
संस्कृत विभागे गवेषणा कार्य़्ये
रत मुहिँ ए समये ।
काशीविश्वनाथ सर्ब मनोरथ
करिबे शुभे पूरण ।
ध्याये हरेकृष्ण मेहेर से हर-
मञ्जुळ-पद्म-चरण ।।
=======
Translation Date:
7 November 1977.
*
Book First Published in 1978
By Bani Bhandar, Brahmapur, Ganjam, Odisha.
Later on several editions published.
----------
Related Link : (SivaTandava with Original Sanskrit Slokas):
http://hkmeher.blogspot.com/2008/03/siva-tandava-stotra-oriya-version.html
=======
Other Links :
* Biodata ODIA:
http://hkmeher.blogspot.com/2021/05/biodata-odia-dr-harekrishna-meher.html
* Biodata : HINDI :
https://tapasvini-kavya.blogspot.com/2021/05/biodata-hindi-dr-harekrishna-meher.html
* Biodata: ENGLISH :
http://hkmeher.blogspot.in/2012/06/brief-biodata-english-dr-harekrishna.html
* Biodata: Web Version:
https://hkmeher.blogspot.com/2012/06/brief-biodata-english-dr-harekrishna.html?m=0
===

No comments:
Post a Comment