By : Dr. Harekrishna Meher
= = = = = = = = = = = = =
महाकबि काळिदास (ओड़िआ कबिता)
रचना : डॉ. हरेकृष्ण मेहेर
= = = = = = = = = = =
हे भारती-बरपुत्र ! कबिकुळ-इन्दु !
धन्य काळिदास तब प्रकृति- सुषमा ।
बितरिल जन-मुखे काव्य-सुधाबिन्दु
बिश्वे बिरचिल रम्य अमिय उपमा ॥ (१)
दिलीप-गोसेबा नृप अज-बिळपना
जणाए तब अपूर्ब काव्य-सुमाधुरी ।
सीता-बनबास राम-बिरह-बेदना
करुण रस झराए हृदये सबुरि ॥ (२)
स्मर-भस्मे घोर तपे गिरीश-हृदरे
करे परबत-सुता प्रणय उदय ।
कुमार जनमे षड़ कृत्तिका-उदरे
भजइ तारकासुर- पराण बिलय ॥ (३)
ऋतुपतिरे तरुणी- चन्द्रास्य अबश्य
जगाए प्रेमिक-हृदे मोहन स्पन्दन ।
काम-रसायन-राशि प्रकाशि रहस्य
आलोड़इ सर्बकाळे कामी जन-मन ॥ (४)
धनपति-शापे राम- गिरि मध्ये य़क्ष
रहे बरषे समय प्रेयसी-बिरहे ।
जीमूतकु दूतरूपे पेषइ प्रत्यक्ष
दारुण कारुण्ये प्रेमीजन-हृद दहे ॥ (५)
नृपति अप्सराङ्कर मधुर मिळन
मुनि-अभिशापे मर्त्त्ये उर्बशी आगमे ।
शापान्ते चळइ स्वर्गे चाहिँ पुत्रानन
शोक-कल्लोळ उछुळे पुरुरबा-मर्मे ॥ (६)
नर्त्तकी-बिरहे बीर अग्निमित्र भूप
ब्यकत करन्ति भाब सखी-सन्निधाने ।
चरितार्थ हुए प्रेमे माळबिका-रूप
जागे अपूरुब भाब सुकृति बिधाने ॥ (७)
कण्व-तापस-नन्दिनी शकुन्तळा चारु
दुष्यन्त नरेश सङ्गे स्वर्गीय प्रणय ।
मुनि-शापे काळबशे बिच्छेद हेबारु
तब नब भाबनार दिए परिचय ॥ (८)
बिश्व-साहित्य-उद्याने काब्यर प्रसूने
सतत महके तब उपमा-सुरभि ।
हेल कबिकुळ-गुरु सुलेखनी-मुने
मर धामे अलौकिक काब्यकळा लभि ॥ (९)
लोक-मुखे समुज्ज्वळ कीरति तुमरि
काळे काळे रहिथिब आहे कबीश्वर !
जने तब प्रिय बाणी गाइबे सुमरि
अमृत सन्तान तुमे अनन्त बिश्वर ॥ (१०)
= = = = = = = = = =
(This Poem was written on Date 5 June 1973)
* * *
(This Poem in Odia Script)
------
* ମହାକବି କାଳିଦାସ *
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
•••••••••••••••
ହେ ଭାରତୀ ବରପୁତ୍ର ! କବିକୁଳ-ଇନ୍ଦୁ !
ଧନ୍ୟ କାଳିଦାସ ! ତବ ପ୍ରକୃତି ସୁଷମା ।
ବିତରିଲ ଜନ-ମୁଖେ କାବ୍ୟ-ସୁଧାବିନ୍ଦୁ
ବିଶ୍ୱେ ବିରଚିଲ ରମ୍ୟ ଅମିୟ ଉପମା ।। (୧)
ଦିଲୀପ-ଗୋସେବା, ନୃପ ଅଜ-ବିଳପନା
ଜଣାଏ ତବ ଅପୂର୍ବ କାବ୍ୟ-ସୁମାଧୁରୀ ।
ସୀତା-ବନବାସ ରାମ-ବିରହ-ବେଦନା,
କରୁଣ-ରସ ଝରାଏ ହୃଦୟେ ସବୁରି ।। (୨)
ସ୍ମର-ଭସ୍ମେ ଘୋର ତପେ ଗିରୀଶ-ହୃଦରେ,
କରେ ପରବତ-ସୁତା ପ୍ରଣୟ ଉଦୟ ।
କୁମାର ଜନମେ ଷଡ଼କୃତ୍ତିକା-ଉଦରେ,
ଭଜଇ ତାରକାସୁର- ପରାଣ ବିଲୟ ।। (୩)
ଋତୁପତିରେ ତରୁଣୀ-ଚନ୍ଦ୍ରାସ୍ୟ ଅବଶ୍ୟ
ଜଗାଏ ପ୍ରେମିକ-ହୃଦେ ମୋହନ ସ୍ପନ୍ଦନ ।
କାମ-ରସାୟନ-ରାଶି ପ୍ରକାଶି ରହସ୍ୟ
ଆନ୍ଦୋଳଇ ସର୍ବକାଳେ କାମୀଜନ-ମନ ।। (୪)
ଧନପତି-ଶାପେ ରାମଗିରି ମଧ୍ୟେ ଯକ୍ଷ
ରହେ ବରଷେ ସମୟ ପ୍ରେୟସୀ- ବିରହେ ।
ଜୀମୂତକୁ ଦୂତରୂପେ ପେଷଇ ପ୍ରତ୍ୟକ୍ଷ,
ଦାରୁଣ କାରୁଣ୍ୟେ ପ୍ରେମୀଜନ-ହୃଦ ଦହେ ।। (୫)
ନୃପତି ଅପ୍ସରାଙ୍କର ମଧୁର ମିଳନ,
ମୁନି-ଅଭିଶାପେ ମର୍ତ୍ତ୍ୟେ ଉର୍ବଶୀ ଆଗମେ ।
ଶାପାନ୍ତେ ଚଳଇ ସ୍ୱର୍ଗେ ଚାହିଁ ପୁତ୍ରାନନ,
ଶୋକ-କଲ୍ଲୋଳ ଉଛୁଳେ ପୁରୁରବା-ମର୍ମେ ।। (୬)
ନର୍ତ୍ତକୀ-ବିରହେ ବୀର ଅଗ୍ନିମିତ୍ର ଭୂପ
ବ୍ୟକତ କରନ୍ତି ଭାବ ସଖୀ-ସନ୍ନିଧାନେ ।
ଚରିତାର୍ଥ ହୁଏ ପ୍ରେମେ ମାଳବିକା-ରୂପ,
ଜାଗେ ଅପୂରୁବ ଭାବ ସୁକୃତି ବିଧାନେ ।। (୭)
କଣ୍ବ-ତାପସନନ୍ଦିନୀ ଶକୁନ୍ତଳା ଚାରୁ,
ଦୁଷ୍ୟନ୍ତ ନରେଶ ସଙ୍ଗେ ସ୍ୱର୍ଗୀୟ ପ୍ରଣୟ ।
ମୁନି-ଶାପେ କାଳବଶେ ବିଚ୍ଛେଦ ହେବାରୁ
ତବ ନବ ଭାବନାର ଦିଏ ପରିଚୟ ।। (୮)
ବିଶ୍ୱସାହିତ୍ୟ-ଉଦ୍ୟାନେ କାବ୍ୟର ପ୍ରସୂନେ,
ସତତ ମହକେ ତବ ଉପମା-ସୁରଭି ।
ହେଲ କବିକୁଳଗୁରୁ ସୁଲେଖନୀ-ମୁନେ,
ମର-ଧାମେ ଅଲୌକିକ କାବ୍ୟକଳା ଲଭି ।। (୯)
ଲୋକମୁଖେ ସମୁଜ୍ଜ୍ୱଳ କୀରତି ତୁମରି,
କାଳେ କାଳେ ରହିଥିବ ଆହେ କବୀଶ୍ୱର !
ଜନେ ତବ ପ୍ରିୟ ବାଣୀ ଗାଇବେ ସୁମରି,
ଅମୃତସନ୍ତାନ ତୁମେ ଅନନ୍ତ ବିଶ୍ୱର ।। (୧୦)
======
(ରଚନା : ତା: ୫ ଜୁନ୍ ୧୯୭୩)
======
Included in
'Kavitavali-Madhuri' (Anthology of Odia Poems) : କବିତାବଳୀ-ମାଧୁରୀ :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
-------
ମହାକବି କାଳିଦାସ (କବିତା) :
https://hkmeher.blogspot.com/2009/12/mahakabi-kalidasa-hkmeher.html
===
Biodata: Web Version:
https://hkmeher.blogspot.com/2012/06/brief-biodata-english-dr-harekrishna.html?m=0
*****

1 comment:
I saw and read many poems from the site.Really it is very heart touching poems. Thanks a lot sir.
Post a Comment