By : Dr. Harekrishna Meher
= = = = = = = = = = = =
कळामयी कळाहाण्डि
रचयिता : डॉ. हरेकृष्ण मेहेर
कळाहाण्डि माटि एइ कळार भण्डार,
बिराजे गौरब य़हिँ
कळाश्री माणिकेश्वरी- बिजय- झण्डार ॥
ख्यात्ति रहिछि ए भूमि
नाम महाकान्तारक अथबा कारुण्ड,
सुकुमार कळा य़हिँ
उत्कर्ष आहरि होइअछि एका रुण्ड ॥
बीर-बाद्य बिदित घुमुरा,
श्रुति- सुख देइ य़ाहा
दूर करे नयन- झुमुरा ॥
व्यक्त करे गिरि-गह्वरादि,
प्रकृति चारु सम्पद
रखिअछि यतने सम्पादि ॥
कळाहाण्डि स्वर्णप्रसू रतन-गरभा,
बिकशित य़हिँ कबि-प्रतिभा- सुप्रभा ।
साहित्य कळा ऐतिह्य
संस्कृति एहार,
भारत-मातार कण्ठे
रम्य़ पुष्प-हार ।
कळार माधुरी घेनि अभिनन्दनीया,
कळाबती कळाहाण्डि चिर बन्दनीया ॥
सहिछि य़े दुःख दैन्य
दारिद्र्य कषण,
लोके ता अपप्रचार
असह्य भीषण ।
बास्तबे महत्त्व तार प्रशंसार य़ोग्य,
निसर्ग सौन्दर्य़्य तार सदा उपभोग्य ॥
= = = = = = = =
(रचना : ता: १४-१-२००४)
= = = = = = = = = =
* କଳାମୟୀ କଳାହାଣ୍ଡି *
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
=====
କଳାହାଣ୍ଡି ମାଟି ଏଇ କଳାର ଭଣ୍ଡାର,
ବିରାଜେ ଗୌରବ ଯହିଁ
କଳାଶ୍ରୀ ମାଣିକେଶ୍ଵରୀ-ବିଜୟ-ଝଣ୍ଡାର ।।
ଖ୍ୟାତି ରହିଛି, ଏ ଭୂମି
ନାମ ମହାକାନ୍ତାରକ ଅଥବା କାରୁଣ୍ଡ,
ସୁକୁମାର କଳା ଯହିଁ
ଉତ୍କର୍ଷ ଆହରି ହୋଇଅଛି ଏକା ରୁଣ୍ଡ ।।
କଳାମୟୀ ଭୂମିର ଯେ
ବୀରବାଦ୍ୟ ବିଦିତ ଘୁମୁରା,
ଶ୍ରୁତି-ସୁଖ ଦେଇ ଯାହା
ଦୂର କରେ ନୟନ-ଝୁମୁରା ।।
ଐତିହାସିକ ବୈଶିଷ୍ଟ୍ୟ
ବ୍ୟକ୍ତ କରେ ଗିରି-ଗହ୍ବରାଦି,
ପ୍ରକୃତି ଚାରୁ ସଂପଦ
ରଖିଅଛି ଯତନେ ସଂପାଦି ।।
କଳାହାଣ୍ଡି ସ୍ବର୍ଣ୍ଣପ୍ରସୂ ରତନ-ଗରଭା,
ବିକଶିତ ଯହିଁ କବି-ପ୍ରତିଭା-ସୁପ୍ରଭା ।
ସାହିତ୍ୟ କଳା ଐତିହ୍ୟ
ସଂସ୍କୃତି ଏହାର,
ଭାରତ-ମାତାର କଣ୍ଠେ
ରମ୍ୟ ପୁଷ୍ପ-ହାର ।
କଳାର ମାଧୁରୀ ଘେନି ଅଭିନନ୍ଦନୀୟା,
କଳାବତୀ କଳାହାଣ୍ଡି ଚିର-ବନ୍ଦନୀୟା ।।
ସହିଛି ଯେ ଦୁଃଖ ଦୈନ୍ୟ
ଦାରିଦ୍ର୍ୟ କଷଣ,
ଲୋକେ ତା ଅପପ୍ରଚାର
ଅସହ୍ୟ ଭୀଷଣ ।
ବାସ୍ତବେ ମହତ୍ତ୍ବ ତାର ପ୍ରଶଂସାର ଯୋଗ୍ୟ,
ନିସର୍ଗ-ସୌନ୍ଦର୍ଯ୍ୟ ତାର ସଦା ଉପଭୋଗ୍ୟ ।।
====
(ରଚନା : ତା: ୧୪-୧-୨୦୦୪)
******
Included in

No comments:
Post a Comment