Sraabani (Odia Poem)
Lyrics and Tuning By : Dr. Harekrishna Meher
----
* ଶ୍ରାବଣୀ (ଗୀତିକବିତା) *
ରଚନା ଓ ସ୍ବରସଂଯୋଜନା : ଡକ୍ଟର୍ ହରେକୃଷ୍ଣ ମେହେର
---------------
ଆଗୋ ଶ୍ରାବଣୀ ବରଷା-ରାଣୀ !
ଆଜି କିପାଁ ଏତେ ମାଧୁରୀ ଠାଣି ।। (୦)
*
କଳା ଜଳଧର ଅଳକା ସାଜି
ମୋତିମାଳା ଘେନି ଅଛ ବିରାଜି ।
କେକା-ସୁସ୍ବରେ ରଚି ସ୍ୱାଗତିକା
ଜଣାଉଛ କିବା ପ୍ରେମ-କାହାଣୀ
ଦରଶାଇ ବାରେ ବିଦ୍ୟୁ-ଚାହାଣୀ ।
ଆଗୋ ଶ୍ରାବଣୀ ... ।। (୧)
*
କାହା ପାଇଁ ତୁମେ ଅଭିସାରିକା
ସାଜିଅଛ ପ୍ରେମମୟୀ ନାୟିକା ।
କାହା ସାଥେ ତୁମ ଅଛି ଅନୁରାଗ
ଭାବୁଅଛ କେତେ କଥା କେଜାଣି
ନେଲେ ତୁମ ପ୍ରିୟ କିବା ମେଲାଣି ।
ଆଗୋ ଶ୍ରାବଣୀ ... ।। (୨)
*
ଭାବେ ପୁଲକିତ କର ସଂସାର
ବହି ତବ ନବ ରୂପ ସମ୍ଭାର ।
ସୁଧା-ସିଞ୍ଚନେ ଭରିଦିଅ ପ୍ରୀତି
ମେଘ-ମହ୍ଲାରେ ଗାଇ ରାଗିଣୀ
ସବୁରି ପାଇଁ ତ ତୁମେ କଲ୍ୟାଣୀ ।
ଆଗୋ ଶ୍ରାବଣୀ ... ।। (୩)
=======
(ରୂପକ ତାଳ-୭ ମାତ୍ରା କିମ୍ବା ଦୀପଚନ୍ଦୀ ତାଳ-୧୪ ମାତ୍ରାରେ ପରିବେଷଣୀୟ ।
ରଚନା ତା: ୫-୧୦-୧୯୯୬)
====
Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link : Kavitavali-Madhuri :
କବିତାବଳୀ-ମାଧୁରୀ : https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
****
Sraabani * ଶ୍ରାବଣୀ (Odia Poem) Link :
http://hkmeher.blogspot.com/2026/05/sraabani-odia-lyrical-poem-by-dr.html
*****

No comments:
Post a Comment