Thursday, May 28, 2026

Yuddha O Shanti * (War and Peace) Odia Poem by Dr. Harekrishna Meher : ଯୁଦ୍ଧ ଓ ଶାନ୍ତି (ଓଡ଼ିଆ କବିତା) ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର


* Yuddha O Shanti * 
(War and Peace)
Odia Poem by Dr. Harekrishna Meher
=====

* ଯୁଦ୍ଧ ଓ ଶାନ୍ତି *
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
----------------

ବିତ୍ତ-ମଦରେ          ଉଦ୍ଦାମ ଆଜି
      ଯୁଦ୍ଧ-ଦୁଆର  ରୁଦ୍ଧ କର,
ବିଶ୍ୱେ ବିକାଶ         ବନ୍ଧୁ-ଭାବନା
      ଅନ୍ତର ନିଜ  ଶୁଦ୍ଧ କର ।। (୧)

ବ୍ୟର୍ଥ କାରଣେ         ମାରଣାସ୍ତ୍ରର
             ବିପଣୀ ଖୋଲି,
ବୀର ବୋଲାଇ କି   ଖେଳୁଛ ନିରୀହ-
             ରକ୍ତେ ହୋଲି ? (୨)

ସୃଜ ନା କାଳର         କରାଳ ବହ୍ନି
         ଧ୍ବଂସ ନ କର ସଂସାର,
ପ୍ରେମ-ସରଣୀରେ     ଚରଣ ଚଳାଇ
        ମୈତ୍ରୀ-ମନ୍ତ୍ର ଉଚ୍ଚାର ।। (୩)

ମାନବାତ୍ମାର             ମହତ୍ତ୍ଵ ବୁଝି
      କର ବିଶ୍ବର ଜୟ ଗାନ,
ଶାନ୍ତି-ବାରିଦ          ବରଷି ଲିଭାଅ
     ଅଗ୍ନିର ଶିଖା ଲେଲିହାନ ।। (୪)

     ପାର୍ଥିବ ସୁଖ ମରୀଚିକା,
ନର-ଜନ୍ମରେ           ଉନ୍ମାଦଭରେ
     ନ ବଢ଼ାଅ ରଣ-ବିଭୀଷିକା ।
     ତେଜି ବଡ଼ପଣ ଅହମିକା,
ଲଗାଅ ଲଲାଟେ      ଆତ୍ମିକ ବଳେ
     ମାନବିକତାର ଜୟଟୀକା ।। (୫)
=====

ରଚନା ତା: ୨-୨-୧୯୯୧
ଆକାଶବାଣୀ ଭବାନୀପାଟଣା ଦ୍ବାରା ତା: ୨୯-୧-୧୯୯୬ ରେ ପ୍ରସାରିତ । )
*
Poem written on 2 February 1991.
Broadcast by Akashvani Bhawanipatna on 29-1-1996.
=====

Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*

Link : Kavitavali-Madhuri
କବିତାବଳୀ-ମାଧୁରୀ : 
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
***** 

Yuddha O Shanti * 
* ଯୁଦ୍ଧ ଓ ଶାନ୍ତି : Odia Poem:
Link : http://hkmeher.blogspot.com/2026/05/yuddha-o-shanti-war-and-peace-odia-poem.html
****** 

No comments: