"संस्कृतर आधुनिक स्थिति ओ साहित्य"
ओड़िआ लेख : डॉ. हरेकृष्ण मेहेर *
----------------------------
* ସଂସ୍କୃତର ଆଧୁନିକ ସ୍ଥିତି ଓ ସାହିତ୍ୟ *
----------------------------
ଆଲେଖ : ଡକ୍ଟର୍ ହରେକୃଷ୍ଣ ମେହେର
***********
('ଗୋପବନ୍ଧୁଙ୍କ ସତ୍ଯବାଦୀ', ସମାଜ କାର୍ଯ୍ୟାଳୟ, କଟକ, ପୂଜାସଂଖ୍ୟା, ଅକ୍ଟୋବର ୨୦୨୪, ପୃଷ୍ଠା ୭୯-୮୩ ରେ ପ୍ରକାଶିତ)
***********
ଜାତୀୟ ସଂହତି, ରାଷ୍ଟ୍ରୀୟ ଏକତା, ବିଶ୍ୱଭ୍ରାତୃତ୍ବ ଏବଂ ବିଶ୍ଵମୈତ୍ରୀର ପ୍ରତୀକ ସଂସ୍କୃତର ମହତ୍ତ୍ଵକୁ ସମଗ୍ର ପୃଥିବୀରେ ସୁପରିଚିତ କରାଇବା ନିମନ୍ତେ ରାକ୍ଷୀ (ଶ୍ରାବଣ) ପୂର୍ଣ୍ଣିମା ଦିନ ‘ବିଶ୍ଵସଂସ୍କୃତ-ଦିବସ' ପାଳନ କରାଯାଇଥାଏ । ଭାରତୀୟ ପରମ୍ପରାରେ ଶ୍ରାବଣପୂର୍ଣ୍ଣିମା ହେଉଛି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିବସ । ଭ୍ରାତୃତ୍ଵ, ମୈତ୍ରୀ ଓ ସଦ୍ଭାବର ସୁବିଦିତ ପର୍ବ ରକ୍ଷାବନ୍ଧନ ଏକ ପବିତ୍ର ମହୋତ୍ସବ । ଭାରତ-ଭାରତୀ ସଂସ୍କୃତ “ବସୁଧୈବ କୁଟୁମ୍ବକମ୍” ଭାବନାରେ ବିଶ୍ୱକୁ ଏକ ପରିବାର ରୂପରେ ବର୍ଣ୍ଣନା କରି ବିଶ୍ବବନ୍ଧୁତାର ମଧୁମୟ ସନ୍ଦେଶ ପ୍ରଦାନ କରିଆସିଛି । ବାସ୍ତବରେ ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ସମଗ୍ର ବିଶ୍ବ ଏକ ନୀଡ଼, ଏକ ପରିବାର ହୋଇଯାଇଛି । ମନୁଷ୍ୟ ଓ ଅନ୍ୟ ସମସ୍ତ ପ୍ରାଣୀଙ୍କର ଜୀବନ-ତତ୍ତ୍ବ ପ୍ରତିପାଦନ କରିବାରେ ସଂସ୍କୃତ-ସାହିତ୍ୟ ଏକ ସୁବିଶାଳ ଭଣ୍ଡାର । ଧର୍ମାର୍ଥକାମମୋକ୍ଷ-ରୂପ ଚତୁର୍ବର୍ଗର ସକଳ ଶାସ୍ତ୍ର ସଂସ୍କୃତରେ ଉପଲବ୍ଧ ହୋଇଥାଏ । ଭାରତୀୟ ସଂସ୍କୃତିରେ ସଂସ୍କୃତ ‘ଶୃଣ୍ବନ୍ତୁ ବିଶ୍ଵେ ଅମୃତସ୍ୟ ପୁତ୍ରାଃ' ବୋଲି ମାନବକୁ ଅମୃତ ସନ୍ତାନ ଭାବରେ ଚିତ୍ରଣ କରିଛି । ପ୍ରାଣୀଜଗତ ଓ ପ୍ରକୃତିଜଗତ ପ୍ରତି ସଦ୍ଭାବନା, ନୈତିକତା ଓ ସୁସଂସ୍କାର ପ୍ରଦାନ ସହିତ ମାନବ-ଜୀବନରେ ସଚ୍ଚରିତ୍ରତା ତଥା ମୂଲ୍ୟବୋଧର ବାହକ ହେଉଛି ସଂସ୍କୃତ ।
ସଂସ୍କୃତ ହେଉଛି ଏକ ବୈଜ୍ଞାନିକପଦ୍ଧତି-ସମ୍ପନ୍ନ ସମ୍ମାର୍ଜିତ ସମୃଦ୍ଧ ଭାଷା । ଭାରତୀୟ ସଂବିଧାନମତେ ସଂସ୍କୃତ ଏକ ଆଧୁନିକ ଭାରତୀୟ ଭାଷା ଭାବରେ ସ୍ବୀକୃତ ଓ ବ୍ୟବହୃତ । ଭାରତୀୟ ସଭ୍ୟତା ଓ ସଂସ୍କୃତି ସହିତ ସଂସ୍କୃତର ଅନ୍ତରଙ୍ଗ ସମ୍ପର୍କ ରହିଛି । ଭାରତର ଅଧିକାଂଶ ପ୍ରାନ୍ତୀୟ ଭାଷାମାନଙ୍କର ମୂଳ ଉତ୍ସ ହୋଇଥିବାରୁ ସଂସ୍କୃତ ଭାଷାଜନନୀ ଭାବରେ ସୁପରିଚିତ । ସଂସ୍କୃତ ପୃଥିବୀର ସର୍ବପ୍ରାଚୀନ ଭାଷା ବୋଲି ବିବେଚିତ । ପ୍ରସିଦ୍ଧ ଆମେରିକୀୟ ଐତିହାସିକ ୱିଲ୍ ଡୁରାଣ୍ଟଙ୍କ ମତରେ ସଂସ୍କୃତ ହେଉଛି ୟୁରୋପୀୟ ଭାଷାମାନଙ୍କର ଜନନୀ । ଭାରତୀୟ ସାହିତ୍ୟର ମୂଳତତ୍ତ୍ୱ ସଂସ୍କୃତ ଉପରେ ପ୍ରତିଷ୍ଠିତ । ଭାରତୀୟ ପ୍ରାଦେଶିକ ଭାଷାମାନଙ୍କର ସାହିତ୍ୟ ଅନେକାଂଶରେ ସଂସ୍କୃତସାହିତ୍ୟ ଦ୍ୱାରା ପ୍ରଭାବିତ । ସ୍ବାଧୀନତାପ୍ରାପ୍ତି ପୂର୍ବରୁ ଭାରତରେ ବାରମ୍ବାର ବୈଦେଶିକ ଆକ୍ରମଣ ଓ ପରାଧୀନତା ଯୋଗୁଁ ସାଂସ୍କୃତିକ ବୈଭବର କିଛି ହାନି ଘଟିଥିଲା । ଇଂରେଜ- ଶାସନାଧୀନ ଭାରତରେ ଶାସନର ସୁବିଧାଦୃଷ୍ଟିରୁ ଇଂରାଜୀ ଭାଷାର ପ୍ରାଧାନ୍ୟ ବିସ୍ତାର ହେତୁ ଭାରତୀୟ ମୂଳଭାଷା ସଂସ୍କୃତକୁ ଏକ ମୃତଭାଷାର ଆଖ୍ୟା ଦେଇ ଅପପ୍ରଚାର କରାଯାଇଥିଲା । କିଛି ଅବକ୍ଷୟ ପରେ ସମୟକ୍ରମେ ସଂସ୍କୃତର ପୁନରୁତ୍ଥାନ ଘଟିଲା । ଆଜିର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ସଂସ୍କୃତର ବୈଶିଷ୍ଟ୍ୟ ବହୁଭାବରେ ସୁଦୂରପ୍ରସାରୀ ହୋଇପାରିଛି ।
ଭାରତବର୍ଷ ଏକ ବିଶାଳ ରାଷ୍ଟ୍ର, ଯେଉଁଥିରେ ବିବିଧତା ଥିଲେ ମଧ୍ୟ ଭାରତୀୟତା-ରୂପୀ ଏକତା ପ୍ରତିଷ୍ଠିତ ରହିଛି । ସ୍ବାଧୀନତା ଲାଭ ପରେ ଭାରତରେ ଜାତୀୟ ଐକ୍ୟ ସ୍ଥାପନ ପାଇଁ ରାଷ୍ଟ୍ରଭାଷା-ନିର୍ଦ୍ଧାରଣ ବିଷୟରେ ମତଭେଦ ସୃଷ୍ଟି ହୋଇଥିଲା । ୧୯୪୯ରେ ଭାରତୀୟ ସମ୍ବିଧାନ-ପ୍ରଣୟନ ସମିତିର ଅଧ୍ୟକ୍ଷ ତଥା ଭାରତର ତତ୍କାଳୀନ ଆଇନ୍-ମନ୍ତ୍ରୀ ଡକ୍ଟର୍ ଭୀମରାଓ ଆମ୍ବେଦକର ସଂସ୍କୃତକୁ ଭାରତୀୟ ରାଜଭାଷାରୂପେ ସ୍ବୀକୃତି ଦେବା ଲାଗି ସଂସଦରେ ପ୍ରସ୍ତାବ ଆଗତ କରିଥିଲେ । କାରଣ, ଭାରତରେ ବିଭିନ୍ନ ପ୍ରାନ୍ତୀୟ ଭାଷାର ଆଞ୍ଚଳିକ ବୈଶିଷ୍ଟ୍ୟ ଥିଲେ ମଧ୍ୟ ପରସ୍ପର ସମନ୍ୱୟ-ସୂତ୍ର ଭାବରେ ଭାରତୀୟ ଏକତା ସ୍ଥାପନ ପାଇଁ ମୂଳଭାଷା ସଂସ୍କୃତ ଅତ୍ୟନ୍ତ ଉପଯୋଗୀ । କିନ୍ତୁ ସେତେବେଳେ କେତେକ ବିରୋଧୀଙ୍କ ଯୋଗୁଁ ସେହି ପ୍ରସ୍ତାବ ସଫଳ ହୋଇପାରି ନ ଥିଲା । (ଦ୍ରଷ୍ଟବ୍ୟ : ଇଂରାଜୀପୁସ୍ତକ ‘ସଂସ୍କୃତ’, ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ, ଦିଲ୍ଲୀ, ପୃ.୩-୫) |
ଆଜିର ଉତ୍କର୍ଷସମ୍ପନ୍ନ ବୈଜ୍ଞାନିକ ଯୁଗରେ ନିତ୍ୟବ୍ୟବହାର୍ଯ୍ୟ ଆଧୁନିକ ସଙ୍ଗଣକ ଯନ୍ତ୍ର (କମ୍ପ୍ୟୁଟର୍) ଲାଗି ସଂସ୍କୃତ ସର୍ବୋତ୍ତମ ଉପଯୋଗୀ ଭାଷା ବୋଲି ବିବେଚନା କରାଯାଉଛି । ସାମ୍ପ୍ରତିକ ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟ ସ୍ତରରୁ ବିଶ୍ଵବିଦ୍ୟାଳୟର ଉଚ୍ଚ-ଗବେଷଣା ପର୍ଯ୍ୟନ୍ତ ଶ୍ରେଣୀରେ ଆଧୁନିକ ସଂସ୍କୃତସାହିତ୍ୟର ବିବିଧ ସ୍ତରରେ କାବ୍ୟ, ଗୀତ, ନାଟକ, କଥା ଆଦିର ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ଆଜିର ବିଜ୍ଞାନଯୁଗରେ ଅନ୍ତର୍ଜାଲ (ଇଣ୍ଟରନେଟ୍)ରେ ସଂସ୍କୃତର ବିଭିନ୍ନ ବିଷୟର ସହସ୍ର-ସହସ୍ର ଲେଖା ଉପଲବ୍ଧ । ଦେଶବିଦେଶରେ ଶତାଧିକ ପତ୍ରପତ୍ରିକା ମୁଦ୍ରିତ ଭାବରେ ଏବଂ ଇ-ପତ୍ରିକା ବା ଅନ୍ତର୍ଜାଲ-ପତ୍ରିକା ଭାବରେ ପ୍ରକାଶିତ ହେଉଛି । ବେଦ, ଉପନିଷଦ, ରାମାୟଣ, ମହାଭାରତ ସମେତ ବଡ଼ ବଡ଼ କାବ୍ୟ, କୋଷାଭିଧାନ ଆଦି ଗ୍ରନ୍ଥରାଜି ଅନ୍ତର୍ଜାଲରେ ସ୍ଥାନିତ ହୋଇ ସମଗ୍ର ବିଶ୍ଵରେ ଲୋକବ୍ୟବହାରରେ ନିଜର ଉପାଦେୟତା ସିଦ୍ଧ କରୁଛି ।
ଅନ୍ୟ ଭାଷାସାହିତ୍ୟ ପରି ସଂସ୍କୃତ ସାହିତ୍ୟର ନିର୍ବାଚିତ ଲେଖକମାନଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ଭାରତର ବିଭିନ୍ନ ସଂସ୍ଥା ଦ୍ୱାରା ବିଭିନ୍ନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥାଏ । ସଂସ୍କୃତକବି ଆଚାର୍ଯ୍ୟ ଡକ୍ଟର୍ ସତ୍ୟବ୍ରତ ଶାସ୍ତ୍ରୀ ସଂସ୍କୃତରେ ଜ୍ଞାନପୀଠ ପୁରସ୍କାରର ପ୍ରଥମ ବିଜେତା । ବହୁଦିନରୁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସଂସ୍କୃତର ଅନେକ ଉପାଦେୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ଜାତୀୟ ଓ ବୈଶ୍ବିକ ସ୍ତରରେ ବିଭିନ୍ନ ସଂସ୍କୃତ-ସମ୍ମିଳନୀ ଦେଶବିଦେଶରେ ଆୟୋଜିତ ହେଉଛି । ଏଥିଲାଗି ବିଶ୍ଵସ୍ତରରେ ବହୁ ଅନୁଷ୍ଠାନ ରହିଛି । ବିଭିନ୍ନ ଭାଷାରେ ସଂସ୍କୃତ-ସମ୍ବନ୍ଧୀୟ ବହୁ ଗବେଷଣାତ୍ମକ ଲେଖା ଓ ପୁସ୍ତକାବଳୀ ରହିଛି । ସଂସ୍କୃତଭାଷାରେ ‘ଆଦିଶଙ୍କରାଚାର୍ଯ୍ୟ’ ଓ ‘ଶ୍ରୀମଦ୍ଭଗବଦ୍ଗୀତା’ ଚଳଚିତ୍ର ପରେ ‘ପ୍ରିୟମାନସମ୍’, ‘ଇଷ୍ଟିଃ’ ଆଦି ବିଭିନ୍ନ ଆଧୁନିକ ଚଳଚ୍ଚିତ୍ର ପ୍ରସାରିତ ହୋଇଛି । ସଂସ୍କୃତରେ ଅନେକ ଲଘୁ ଚଳଚ୍ଚିତ୍ର, ନାଟକ ଓ ଆଧୁନିକ ଗୀତ ପ୍ରଭୃତିର ପ୍ରସାର ମଧ୍ୟ ଅନ୍ତର୍ଜାଲରେ ଉପଲବ୍ଧ । ସଂସ୍କୃତ ସମ୍ଭାଷଣ- ଶିବିରାଦି ଓ ବିଭିନ୍ନ ସଂସ୍କୃତ-ଶାସ୍ତ୍ର-ବ୍ୟାକରଣାଦି ଶିକ୍ଷା ମାଧ୍ୟମରେ ସଂସ୍କୃତର ପ୍ରସାର-ପ୍ରଚାର ଚାଲିଛି । ଲିଖିତ ଓ କଥିତ ଭାଷାରୂପରେ ମଧ୍ୟ ସଂସ୍କୃତର ବିଶେଷତ୍ୱ ରହିଛି । ଏଥିରୁ ସଂସ୍କୃତର ପ୍ରଗତିଶୀଳତା ଲକ୍ଷ୍ୟ କରାଯାଇପାରେ । ବାସ୍ତବରେ ସଂସ୍କୃତ ଯେତିକି ପ୍ରାଚୀନତମ, ସେତିକି ଆଧୁନିକତମ ।
ଋଗ୍ବେଦରୁ ଆରମ୍ଭ କରି ଉପନିଷଦ, ବେଦାଙ୍ଗ ପର୍ଯ୍ୟନ୍ତ ରଚନାସମୂହ ବୈଦିକ ସଂସ୍କୃତ ସାହିତ୍ୟରୂପେ ପରିଚିତ । ଆଦିକବି ବାଲ୍ମୀକିଙ୍କ ରାମାୟଣଠାରୁ ଲୌକିକ ସଂସ୍କୃତସାହିତ୍ୟର ଆରମ୍ଭ । କେତେକ ଶବ୍ଦର ପ୍ରୟୋଗ ଓ ଗଠନ ଦୃଷ୍ଟିରୁ ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ଭାଷାମଧ୍ୟରେ କିଛି ପ୍ରଭେଦ ଓ ସମାନତା ପରିଲକ୍ଷିତ ହୋଇଥାଏ । ଆମେ ସାଧାରଣ ଭାବରେ ଲୌକିକ ଭାଷାର ବ୍ୟବହାର କରିଥାଉଁ । ଅଦ୍ୟାବଧି ସଂସ୍କୃତ ଭାଷା ନିରବଚ୍ଛିନ୍ନ ଭାବରେ ପ୍ରବହମାନ । ଯୁଗରୁଚିମତେ ପ୍ରତ୍ୟେକ ଭାଷାସାହିତ୍ୟର କିଛି ପରିବର୍ତ୍ତନ ଘଟିଥାଏ । ଆଧୁନିକ ବିଜ୍ଞାନଯୁଗରେ ସଂସ୍କୃତ ସାହିତ୍ୟର ମଧ୍ୟ ପରିବର୍ତ୍ତନ ସ୍ପଷ୍ଟ ଅନୁଭୂତ ହୁଏ । ଗବେଷକ ବିଦ୍ୱାନ୍-ବୃନ୍ଦ ବିଭିନ୍ନ ଦୃଷ୍ଟିରୁ ବିବେଚନା କରି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ବା ଊନବିଂଶ ଶତାବ୍ଦୀରୁ ଆଧୁନିକ ସଂସ୍କୃତସାହିତ୍ୟର ଆରମ୍ଭ ବୋଲି ମତପୋଷଣ କରନ୍ତି । ଆଧୁନିକ ସଂସ୍କୃତର ଅଗ୍ରଗଣ୍ୟ ବହୁମୁଖୀପ୍ରତିଭାଶାଳୀ ବିଦ୍ୱାନ୍ କବି ଓ ସାହିତ୍ୟଶାସ୍ତ୍ରୀ ପଦ୍ମଶ୍ରୀ-ସମ୍ମାନିତ ଆଚାର୍ଯ୍ୟ ଡକ୍ଟର୍ ଅଭିରାଜ ରାଜେନ୍ଦ୍ର ମିଶ୍ରଙ୍କ ମତରେ ଆଧୁନିକ ସଂସ୍କୃତସାହିତ୍ୟର କାଳ ବା ଯୁଗକୁ ତିନି ଭାଗରେ ବିଭକ୍ତ କରାଯାଇପାରେ : ପୁନର୍ଜାଗରଣ କାଳ ୧୭୮୪-୧୮୮୪ ଖ୍ରୀଷ୍ଟାବ୍ଦ, ସ୍ଥାପନାକାଳ ୧୮୮୫-୧୯୪୬, ସ୍ବର୍ଣ୍ଣକାଳ ବା ସ୍ବର୍ଣ୍ଣଯୁଗ ୧୯୪୭ ରୁ ଅଦ୍ୟାବଧି (ଦ୍ରଷ୍ଟବ୍ୟ. ଡକ୍ଟର୍ ମିଶ୍ରଙ୍କ ସମ୍ପାଦିତ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ‘କଳ୍ପବଲ୍ଲୀ’, ପୃ.୭ ରେ ସ୍ଥାନିତ ନାନ୍ଦୀବାକ୍) । ସ୍ବାଧୀନତା-ପରବର୍ତ୍ତୀକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂସ୍କୃତର ବିଶେଷ ପ୍ରଗତି ଓ ସମୃଦ୍ଧି ହେତୁ ଏହି କାଳକୁ ସ୍ବର୍ଣ୍ଣଯୁଗ ବୋଲି ଅଭିହିତ କରାଯାଇପାରେ । କେତେକ ସଂସ୍କୃତ ବିଦ୍ୱାନ୍ ‘ଆଧୁନିକ’ ଶବ୍ଦ ସ୍ଥାନରେ ‘ପ୍ରାଚୀନ’ର ବିପରୀତ ‘ଅର୍ବାଚୀନ’ ଶବ୍ଦର ପ୍ରୟୋଗ କରିଥାନ୍ତି । ସମକାଳୀନ, ସମକାଳିକ ଓ ସାମ୍ପ୍ରତିକ ଭାବରେ ମଧ୍ୟ ‘ଆଧୁନିକ’ ଶବ୍ଦର ବ୍ୟବହାର ପରିଦୃଷ୍ଟ ହୋଇଥାଏ ।
ସମକାଳୀନ ସଂସ୍କୃତସାହିତ୍ୟରେ ଯୁଗରୁଚି ସହ ଅନ୍ୟ ଭାଷାସାହିତ୍ୟର କିଛି ପ୍ରଭାବରେ ନୂତନ ପ୍ରବୃତ୍ତିର ସମାବେଶ ଦୃଷ୍ଟିଗୋଚର ହୋଇଥାଏ । ଆଧୁନିକ ଦୃଷ୍ଟିଭଙ୍ଗୀ, ସାମ୍ପ୍ରତିକ ସଙ୍ଘର୍ଷମୟ ସମାଜରେ ନାନା ସମସ୍ୟା ଓ ସମାଧାନର ମାର୍ଗଦର୍ଶନ, ଜୀବନର ବିଭିନ୍ନ ଅନୁଭୂତି, ନାରୀସମସ୍ୟା, ନାରୀଚେତନା, ନାରୀ-ଜାଗରଣ, ଦୁର୍ନୀତି, ଭ୍ରଷ୍ଟାଚାର, ଆତଙ୍କବାଦ, କୁଟିଳ ରାଜନୀତିକ ସ୍ଥିତି, ଦେଶାତ୍ମବୋଧକ ଭାବ, ରାଷ୍ଟ୍ରୀୟ ଭାବନା, ଭାରତୀୟ ସଂସ୍କୃତିର ମହନୀୟତା, ଭୌତିକ ସଭ୍ୟତାର ବିବିଧ ଦିଶା, ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁସରଣ ଓ ବିପର୍ଯ୍ୟୟ, ମହାନଗରବାସୀ ଓ ନିମ୍ନବର୍ଗୀୟଙ୍କ ଜୀବନଧାରଣ-ପଦ୍ଧତି, ଉଚ୍ଚ-ନୀଚବର୍ଗ ମଧ୍ୟରେ ସଙ୍ଘର୍ଷ, ସାମାଜିକ ପ୍ରାଚୁର୍ଯ୍ୟ ଓ ଦାରିଦ୍ର୍ୟ, ପରମ୍ପରା ପ୍ରତି ଉପେକ୍ଷା, ପାରମ୍ପରିକତା ଓ ଆଧୁନିକତାର ସମନ୍ବୟ, ନବସର୍ଜନାର ଉତ୍ସାହ, ପ୍ରଗତିଶୀଳ ନବ୍ୟଶୈଳୀରେ ରଚନା, ସୌନ୍ଦର୍ଯ୍ୟବୋଧ, ସମସାମୟିକ ଜୀବନଧାରା, ବାସ୍ତବବାଦୀ ଚିତ୍ରଣ, ଗ୍ରାମୀଣ ଜୀବନ, ମହାକାବ୍ୟାଦିରେ ଆଦର୍ଶ ପୁରୁଷ ବା ମହିଳାଙ୍କର ନାୟକତ୍ୱ-ଚିତ୍ରଣ, କଥା-ଉପନ୍ୟାସାଦିରେ ସାଧାରଣ ବ୍ୟକ୍ତିର ମୁଖ୍ୟଚରିତ୍ର-ପ୍ରତିପାଦନ ଆଦି ବିଷୟ ଆଧୁନିକ ସଂସ୍କୃତ ସାହିତ୍ୟରେ ଚର୍ଚ୍ଚିତ । ପରମ୍ପରାବାଦ ସହିତ ଆଧୁନିକ ଯୁଗାନୁକୂଳ ବିଭିନ୍ନ ରୂପକଳ୍ପ, ପାଶ୍ଚାତ୍ୟବାଦର ପ୍ରଭାବ, ଏକବିମ୍ବବାଦ, ପ୍ରତୀକବାଦ ଆଦି ଅନେକ ନୂତନ ତତ୍ତ୍ୱର ସମାବେଶ ପରିଲକ୍ଷିତ ହୁଏ । ଆଧୁନିକ ଜୀବନରେ ବିଷାଦବାଦ, ମୃତ୍ୟୁଚେତନା, ସଂସ୍କାରଧର୍ମିତା, ସାଂସ୍କୃତିକ ମୂଲ୍ୟବୋଧ, ନୈସର୍ଗିକ ପରିବେଶ, ପର୍ଯ୍ୟାବରଣ-ତତ୍ତ୍ବ, ସାମାଜିକ ଓ ବୈଶ୍ବିକ ଚେତନା, ଦାର୍ଶନିକ ଚିନ୍ତନ, ଆଧ୍ୟାତ୍ମିକତା, ଧାର୍ମିକତା, ଆସ୍ତିକତା, କଳା-ସଙ୍ଗୀତ- ଦର୍ଶନର ସମ୍ମିଶ୍ରଣ, ସମକାଳୀନ ବିଷୟରାଜିର ପ୍ରୟୋଗକ୍ଷମତା ଆଦି ନାନା ତତ୍ତ୍ୱାବଳୀ ଆଧୁନିକ ସଂସ୍କୃତ ସାହିତ୍ୟରେ ସନ୍ନିବେଶିତ ।
ସଂସ୍କୃତର ସରଳୀକରଣ ଦୃଷ୍ଟିରୁ ଆଧୁନିକ ସାହିତ୍ୟର ରଚନାବଳୀରେ ଭାଷାର ସରଳତା ଓ ସୁବୋଧତା ପ୍ରତୀତ ହୋଇଥାଏ । ଏଥିରେ ଜଟିଳତା ବା କ୍ଲିଷ୍ଟତା ପ୍ରାୟ ନାହିଁ । ପ୍ରସାଦ-ଗୁଣ ଓ ବୈଦର୍ଭୀ ରୀତିର ବହୁଳ ପ୍ରୟୋଗ ସଂସ୍କୃତକୁ ଅଧିକ ବୋଧଗମ୍ୟ କରିପାରିଛି । ଭାଷାର ଅଭିବ୍ୟକ୍ତିରେ ମଧ୍ୟ କିଛି ପରିବର୍ତ୍ତନ ଅନୁଭୂତ ହୁଏ । ଯୁଗରୁଚିମତେ ରଚନା-ଶୈଳୀରେ କିଛି ଭିନ୍ନତା ଓ ନୂତନତାର ସମାବେଶ ଘଟିଛି । ରକ୍ଷଣଶୀଳତାରୁ କିଛି ଦୂରରେ ରହି ସଂସ୍କୃତର ଆଧୁନିକୀକରଣ ଓ ସରଳୀକରଣ ମାଧ୍ୟମରେ ପ୍ରୟୋଜନମତେ ନୂତନ ଶବ୍ଦାବଳୀର ସଂଯୋଜନା କରାଯାଉଛି, ଯେପରି ସଂସ୍କୃତର ମୂଳସ୍ୱରୂପରେ କୌଣସି ବିକୃତି କିମ୍ବା ହାନି ନ ଘଟେ । କେତେକ ରକ୍ଷଣଶୀଳ ବ୍ୟକ୍ତି ସଂସ୍କୃତରେ ଆଧୁନିକ ନୂତନ ଶବ୍ଦର ପ୍ରୟୋଗକୁ ପସନ୍ଦ କରି ନ ପାରନ୍ତି । ତେବେ ଏହା ବ୍ୟକ୍ତିଗତ ସ୍ତରରେ ସୀମିତ । ପ୍ରଗତିଶୀଳ ଲେଖକ ସଂସ୍କୃତର ମୂଳସ୍ବରୂପ ଓ ମର୍ଯ୍ୟାଦାକୁ ସୁରକ୍ଷିତ ରଖି ଆଧୁନିକ ଶବ୍ଦ-ସଂଯୋଜନାପୂର୍ବକ ଲେଖନୀ ଚାଳନାରେ ତତ୍ପର ଅଛନ୍ତି । ଆଧୁନିକ ବସ୍ତୁରାଜିର ଉଦ୍ଭାବନ ଓ ଆବିଷ୍କାର ତଥା ବହୁଲୋକ-ପ୍ରଚଳନ ଉପରେ ଆଧୁନିକ ଶବ୍ଦବ୍ୟବହାର ଆଧାରିତ । ତେଣୁ ସ୍ୱେଚ୍ଛାଚାରିତାକୁ ସମ୍ପୂର୍ଣ୍ଣ ପରିହାର କରି ସଂସ୍କୃତ-ଭିନ୍ନ ବହୁକଥିତ ଭାରତୀୟ ଭାଷାମାନଙ୍କର ଶବ୍ଦରାଜି ପ୍ରୟୋଜନମତେ ଯଥାସମ୍ଭବ ସୁରୁଚିପୂର୍ବକ ଅପରିବର୍ତ୍ତିତ, ଈଷତ୍-ପରିବର୍ତ୍ତିତ ବା ସଂସ୍କୃତାୟିତ ରୂପରେ ପ୍ରୟୋଗ କଲେ କୌଣସି ଅସଙ୍ଗତି ଅନୁଭୂତ ହୁଏ ନାହିଁ । ସଂସ୍କୃତର ଆଧୁନିକ ପ୍ରୟୋଗ ଓ ପ୍ରସାର ସମ୍ବନ୍ଧରେ ପ୍ରୟାଗରୁ ପ୍ରକାଶିତ ସମସାମୟିକ ସମୀକ୍ଷାତ୍ମକ ପତ୍ରିକା ‘ଦୃକ୍’ର ୨୦୦୫-୨୦୦୬ ମଧ୍ୟରେ ପ୍ରକାଶିତ ଅଙ୍କଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି ।
ଆଧୁନିକ ସଂସ୍କୃତସାହିତ୍ୟରେ ଅନୁପ୍ରାସ-ଉପମା-ଯମକ-ରୂପକାଦି ପାରମ୍ପରିକ ନାନା ଅଳଙ୍କାରର ପ୍ରୟୋଗ ରହିଛି । ଏହା ସହିତ ଆଧୁନିକ ଯୁଗାନୁକୂଳ ବିଭିନ୍ନ ରୂପକଳ୍ପ, ଏକବିମ୍ବ, ପ୍ରତୀକବାଦ ଆଦି ଅନେକ ନୂତନ ଆଳଙ୍କାରିକ ତତ୍ତ୍ବ ସମାବିଷ୍ଟ ହୋଇଛି । ପାରମ୍ପରିକ ସଂସ୍କୃତ ଛନ୍ଦୋରାଜି ସହ ଆଧୁନିକ ରୁଚିର ଅନୁକୂଳ କେତେକ ବିଦେଶୀୟ ଛନ୍ଦର ଅନ୍ତର୍ଭୁକ୍ତି ସାମ୍ପ୍ରତିକ ସାହିତ୍ୟରେ ଆଦୃତ ହୋଇପାରିଛି । ଯଥା, ଜାପାନଦେଶୀୟ ‘ହାଇକୁ’ ଓ ‘ତାନ୍କା’ ତଥା କୋରିଆଦେଶୀୟ ‘ସିଜୋ’ ଛନ୍ଦ । ଏହି ତିନି ଛନ୍ଦ ସ୍ବସ୍ୱଗୁଣ ଅନୁସାରେ କାବ୍ୟବିଧା ମଧ୍ୟ ଅଟନ୍ତି ଏବଂ ନିର୍ଦ୍ଧାରିତ ବର୍ଣ୍ଣକ୍ରମରେ ସଜ୍ଜିତ ହେଲେ ଛନ୍ଦ ବୋଲି କଥିତ ହୁଅନ୍ତି । ଏଗୁଡ଼ିକର ମିଶ୍ରିତ ରୂପରେ ମଧ୍ୟ ଆଧୁନିକ ସଂସ୍କୃତ କବିତା ରଚିତ ହେଉଛି । ସଂସ୍କୃତରେ ମୌଳିକ ଉଦ୍ଭାବିତ ବିବିଧ ମାତ୍ରିକ ଗୀତିଛନ୍ଦ, ପାରସ୍ୟ ଓ ଉର୍ଦ୍ଦୁର ଗଜଲ୍, ଇଂରାଜୀର ସନେଟ୍ (ଚତୁର୍ଦ୍ଦଶପଙ୍କ୍ତି କବିତା) ତଥା କେତେକ ପ୍ରାଦେଶିକ ଲୋକଗୀତର ଛନ୍ଦ ମଧ୍ୟ ଅନ୍ତର୍ଭୁକ୍ତ । ହିନ୍ଦୀର ପ୍ରଭାବରେ ‘କୁଣ୍ଡଲିୟା’ ଛନ୍ଦ ଏବଂ ‘କ୍ଷଣିକା’ କବିତାବିଧା ସମାବିଷ୍ଟ ହୋଇଛି । ଓଡ଼ିଆ ସାହିତ୍ୟର ଅନେକ ଛନ୍ଦରେ ମଧ୍ୟ ସଂସ୍କୃତ କବିତା ରଚିତ ହେଉଛି । ଛନ୍ଦୋଯୋଜନା ଲେଖକଙ୍କ ରୁଚି ବା ଆଗ୍ରହ ଉପରେ ନିର୍ଭର କରେ । ମୁକ୍ତଛନ୍ଦ ବା ଛନ୍ଦୋମୁକ୍ତ କବିତା ମଧ୍ୟ ସଂସ୍କୃତ ସାହିତ୍ୟରେ ଦୃଷ୍ଟିପଥାରୂଢ଼ ହୋଇଥାଏ । ତେବେ ଏ ସବୁର ଯେତେପ୍ରକାର ବାହ୍ୟମିଶ୍ରଣ ହେଲେହେଁ ବ୍ୟାକରଣାଦି ବିଚାରରେ ସଂସ୍କୃତର ମୂଳସ୍ବରୂପ ସର୍ବଦା ଅକ୍ଷୁଣ୍ଣ ଏବଂ ଅବିକୃତ ରହିଛି । ଲେଖକମାନଙ୍କର ବ୍ୟକ୍ତିଗତ ରଚନାରୁଚିରେ ବିଭିନ୍ନତା ଥିଲେ ମଧ୍ୟ ସର୍ବୋପରି ପାରମ୍ପରିକତା ଓ ଆଧୁନିକତାର ସମନ୍ୱୟ ଆଧୁନିକ ସଂସ୍କୃତ ସାହିତ୍ୟର ସମୃଦ୍ଧି ଦିଗରେ ବିଶେଷ ଭୂମିକା ନିର୍ବାହ କରିଛି ।
ଭାରତବର୍ଷର ବିଭିନ୍ନ ଭାଷାସାହିତ୍ୟରେ ଯେପରି ଭିନ୍ନ ଭିନ୍ନ ବିଭାଗ ରହିଛି, ଆଧୁନିକ ସଂସ୍କୃତ ସାହିତ୍ୟରେ ମଧ୍ୟ ସେପରି ରହିଛି । ପାରମ୍ପରିକ ମହାକାବ୍ୟ, ଖଣ୍ଡକାବ୍ୟ, ଗୀତିକାବ୍ୟ, ଦୂତକାବ୍ୟ, ଚମ୍ପୂକାବ୍ୟ, ସ୍ତୋତ୍ରକାବ୍ୟ, ଭ୍ରମଣକାବ୍ୟ, ନାଟକ, କଥା ପ୍ରଭୃତି ପରି ଅଧୁନା ମଧ୍ୟ ରଚନାବଳୀ ପ୍ରଣୀତ ହେଉଛି । ଏହା ସହିତ ପୂର୍ବରୁ ଆଦୌ ନାମିତ ହୋଇ ନ ଥିବା ବିଭାଗମାନ ସାମ୍ପ୍ରତିକ ସଂସ୍କୃତ ସାହିତ୍ୟରେ ଅନ୍ତର୍ଭୁକ୍ତ ହୋଇସାରିଛି । ଏହା ସହିତ ଆଧୁନିକ ସାହିତ୍ୟର କାବ୍ୟଶ୍ରେଣୀରେ ବିଭିନ୍ନ ବିଭାଗ ରହିଛି । ଯଥା, ରାଗକାବ୍ୟ, ଲହରୀକାବ୍ୟ, ମୌଳିକ-ନବ୍ୟଛନ୍ଦ- ପ୍ରଣୀତ ଗୀତିକାବ୍ୟ, ଅନ୍ୟାପଦେଶ-କାବ୍ୟ, ହାସ୍ୟ-ବ୍ୟଙ୍ଗ୍ୟକାବ୍ୟ, ଉପନିଷଦୀୟ ବା ଦାର୍ଶନିକ କାବ୍ୟ, ନବ୍ୟଶତକ-କାବ୍ୟ । ଆହୁରି ରହିଛି ମୁକ୍ତଛନ୍ଦୋବଦ୍ଧ ବା ଛନ୍ଦମୁକ୍ତ କାବ୍ୟ, ବିଦେଶୀୟ ହାଇକୁ-ସିଜୋ-ତାନ୍କା ଆଦି ଛନ୍ଦରେ ରଚିତ କାବ୍ୟ, ଚତୁର୍ଦ୍ଦଶପଙ୍କ୍ତି କବିତା (ସନେଟ୍), ଗଲଜ୍ଜଲିକା (ଗଜଲ୍), କ୍ଷଣିକା, ବାସରିକ-କବିତା, କବାଲୀ ବା କାବ୍ୟାଲୀ ଆଦି ଲୋକଗୀତ, ପ୍ରହେଳିକା କାବ୍ୟ, ବିମାନକାବ୍ୟ, ଶିଶୁକବିତା ବା ବାଲକବିତା, ସୁଭାଷିତ କାବ୍ୟ ବା ସୂକ୍ତି-କବିତା, ଚରିତକାବ୍ୟ ଇତ୍ୟାଦି ।
ପାରମ୍ପରିକ ଗଦ୍ୟକାବ୍ୟରେ ଦ୍ବିବିଧ ବିଭାଜନ ରହିଛି, କଥା ଓ ଆଖ୍ୟାୟିକା । ଏହା ସହିତ ଆଧୁନିକ ସଂସ୍କୃତରେ ରହିଛି, ଉପନ୍ୟାସ, ଲଘୁ-ଉପନ୍ୟାସ ବା ଉପନ୍ୟାସିକା, ଦୀର୍ଘକଥା, ଲଘୁକଥା, ଟୁପ୍-କଥା ବା ଲଘୁ-ଲଘୁ କଥା (ଇଂରାଜୀରେ ଶର୍ଟ୍-ଶର୍ଟ୍ ଷ୍ଟୋରି), ନବ୍ୟକଥା, ରହସ୍ୟକଥା ବା ସ୍ପଶ-କଥା (ଇଂରାଜୀରେ ଡିଟେକ୍ଟିଭ୍ ଷ୍ଟୋରି), ହାସ୍ୟବ୍ୟଙ୍ଗ୍ୟ-କଥା, ତ୍ରାସଦ-କଥା, ଶିଶୁକଥା ବା ବାଲକଥା, ଯାତ୍ରାବୃତ୍ତାନ୍ତ ଆଦି । ‘କଥା’-ଶବ୍ଦର ପର୍ଯ୍ୟାୟବାଚୀ ରୂପେ ‘କଥାନୀ’ ଓ ‘କଥାନିକା’ ଶବ୍ଦର ପ୍ରୟୋଗ ମଧ୍ୟ ରହିଛି । ଆଧୁନିକ ସଂସ୍କୃତସାହିତ୍ୟର ରୂପକ-ଶ୍ରେଣୀରେ ରହିଛି : ନାଟକ-ପ୍ରକରଣାଦି ସହ ଏକାଙ୍କୀ ବା ଏକାଙ୍କିକା, ବୀଥି-ନାଟକ ବା ପଥପ୍ରାନ୍ତ ନାଟକ, ରେଡିଓ-ନାଟକ, ନୃତ୍ୟନାଟିକା, ଗୀତିନାଟ୍ୟ, ଶିଶୁ-ନାଟକ ଆଦି । ଗଦ୍ୟ-ସାହିତ୍ୟରେ ଲଳିତନିବନ୍ଧ ଆଦି ମଧ୍ୟ ରହିଛି । ଆଧୁନିକ ସଂସ୍କୃତ ସାହିତ୍ୟର ଗଦ୍ୟ-ପଦ୍ୟ ଉଭୟ ବିଭାଗରେ ଅନୁବାଦ-ସାହିତ୍ୟ ମଧ୍ୟ ପ୍ରଣିଧେୟ । ବିଭିନ୍ନ ଭାରତୀୟ ଭାଷା ତଥା ବିଦେଶୀୟ ଭାଷାରେ ରଚିତ କଥା-ଉପନ୍ୟାସ-ନାଟକ-କାବ୍ୟକବିତା-ଗୀତାଦିର ସଂସ୍କୃତାନୁବାଦ ଜନସମାଜରେ ସୁପରିଚିତି ଲାଭ କରିଛି ।
ପାରମ୍ପରିକ କାବ୍ୟଶାସ୍ତ୍ରବିଭାଗରେ ମମ୍ମଟାଚାର୍ଯ୍ୟଙ୍କ ‘କାବ୍ୟପ୍ରକାଶ' ଓ ଆଳଙ୍କାରିକ ବିଶ୍ବନାଥ କବିରାଜଙ୍କ ‘ସାହିତ୍ୟଦର୍ପଣ’ ଗ୍ରନ୍ଥ ଜନସମାଜରେ ସୁପ୍ରସିଦ୍ଧ । ସେହିପରି ଆଧୁନିକ ସଂସ୍କୃତ ସାହିତ୍ୟର ବିବେଚନାପରକ ନବ୍ୟ କାବ୍ୟଶାସ୍ତ୍ରମାନ ରଚିତ ହୋଇଛି । ଏ ଶ୍ରେଣୀରେ ଆଚାର୍ଯ୍ୟ ରେବାପ୍ରସାଦ ଦ୍ବିବେଦୀଙ୍କ ‘କାବ୍ୟାଳଙ୍କାର-କାରିକା', ଅଭିରାଜ-ରାଜେନ୍ଦ୍ର ମିଶ୍ରଙ୍କ ‘ଅଭିରାଜ-ୟଶୋଭୂଷଣମ୍”, ରାଧାବଲ୍ଲଭ ତ୍ରିପାଠୀଙ୍କ ‘ଅଭିନବ-କାବ୍ୟାଳଙ୍କାର-ସୂତ୍ରମ୍’, ରହସବିହାରୀ ଦ୍ବିବେଦୀଙ୍କ ‘ନବ୍ୟକାବ୍ୟତତ୍ତ୍ଵ-ମୀମାଂସା' ଆଦି ଉଲ୍ଲେଖନୀୟ । ଏଥିରେ ଆଧୁନିକ କାବ୍ୟ-ଉପନ୍ୟାସ-କଥା ଆଦିର ଲକ୍ଷଣ ଓ ବିବେଚନା ବର୍ଣ୍ଣିତ । ପାରମ୍ପରିକ କାବ୍ୟରେ ଶୃଙ୍ଗାର-ହାସ୍ୟାଦି ନବରସ ସହିତ ବହୁପୂର୍ବରୁ ଭକ୍ତିରସ ଓ ବାତ୍ସଲ୍ୟ (ବତ୍ସଳ) ରସ ଅନ୍ତର୍ଭୁକ୍ତ ହୋଇଛି । ଆଧୁନିକ ସଂସ୍କୃତ ସାହିତ୍ୟରେ ରାଷ୍ଟ୍ରଭକ୍ତି ବା ଦେଶପ୍ରେମ ଏକ ସ୍ବତନ୍ତ୍ର ରସ ରୂପରେ ପ୍ରତିପାଦିତ । ଆଧୁନିକ ସଂସ୍କୃତର ସୌନ୍ଦର୍ଯ୍ୟଶାସ୍ତ୍ରରାଜି ସୌନ୍ଦର୍ଯ୍ୟତତ୍ତ୍ଵ ଚର୍ଚ୍ଚାରେ ଓ ଛନ୍ଦଶାସ୍ତ୍ରମାନ ଆଧୁନିକ ଛନ୍ଦପ୍ରୟୋଗରେ ମଧ୍ୟ ନବ୍ୟ ନିର୍ମାଣ ଓ ନବ୍ୟ ଉଚ୍ଚାରଣର ସନ୍ଦେଶ ବହନ କରିଛି । ଏହିପରି ବିଭିନ୍ନ କ୍ଷେତ୍ରରେ ସଂସ୍କୃତର ଆଧୁନିକ ଦୃଷ୍ଟିଭଙ୍ଗୀ ସାହିତ୍ୟକୁ ଅଧିକ ପୁଷ୍କଳ ଓ ସମୃଦ୍ଧ କରିବାରେ ସହାୟକ ହୋଇଛି ।
ଆଧୁନିକତା-ପ୍ରସଙ୍ଗରେ ‘ମାଳବିକାଗ୍ନିମିତ୍ର’ ନାଟକର ପ୍ରସ୍ତାବନାରେ କବିକୁଳଗୁରୁ କାଳିଦାସ କହିଛନ୍ତି :
'ପୁରାଣମିତ୍ୟେବ ନ ସାଧୁ ସର୍ବଂ
ନ ଚାପି କାବ୍ୟଂ ନବମିତ୍ୟବଦ୍ୟମ୍ ।
ସନ୍ତଃ ପରୀକ୍ଷ୍ୟାନ୍ୟତରଦ୍ ଭଜନ୍ତେ
ମୂଢ଼଼ଃ ପରପ୍ରତ୍ୟୟ-ନେୟ-ବୁଦ୍ଧିଃ ॥’
ଏହାର ତାତ୍ପର୍ଯ୍ୟ ହେଉଛି, ପୁରାତନ ହେବା କାରଣରୁ ସବୁ ପୁରାତନ ବସ୍ତୁ ଯେ ଉତ୍ତମ, ଏମିତି କଥା ନୁହେ । ନୂତନ ଭାବରେ ଆଗତ ହେବା ଯୋଗୁଁ ସବୁ ନୂତନ କାବ୍ୟ ବା ବସ୍ତୁ ଯେ ହେୟ ବା ଦୋଷଯୁକ୍ତ ଅଟେ, ଏମିତି କଥା ମଧ୍ୟ ନୁହେ । ବିବେକୀ ବ୍ୟକ୍ତି ଉତ୍ତମ ଓ ଅଧମ ବିଷୟରେ ଅନୁଶୀଳନ କରି ଉତ୍ତମକୁ ହିଁ ଗ୍ରହଣ କରିଥାଏ । ମୂଢ଼ ବ୍ୟକ୍ତି ବିଚାରଶକ୍ତିର ଅଭାବ ହେତୁ ଅନ୍ୟର ବିଶ୍ଵାସ ଉପରେ ନିର୍ଭର କରି ନିଜ ବୁଦ୍ଧିକୁ ପରିଚାଳିତ କରିଥାଏ ।
ଆଜି ଯାହା ଆଧୁନିକ କୁହାଯାଉଛି, ସମୟର ଗତିରେ ତାହା ପୁରାତନ ବୋଲି ନାମିତ ହେବ । ଆଧୁନିକ ସାହିତ୍ୟର ଅନେକ ଲେଖକ ପୁରାତନ ବା ପାରମ୍ପରିକ ବିଷୟକୁ ଆଧାର କରି ସେଥିରେ ମୂଲ୍ୟବୋଧସମ୍ପନ୍ନ ସମକାଳିକ ଶୈଳୀ ବା ପ୍ରବୃତ୍ତିର ସଂଯୋଜନାପୂର୍ବକ କାବ୍ୟାଦି-ପ୍ରଣୟନରେ ବ୍ରତୀ ଅଛନ୍ତି ଏବଂ ସାମ୍ପ୍ରତିକ ସମାଜରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଯୁଗ ସହିତ ସମତାଳ ଦେଇ ସକାରାତ୍ମକ ନବ୍ୟରୂପ ମାଧ୍ୟମରେ ସାହିତ୍ୟ ପ୍ରଣୀତ ହେଲେ ତାହା ସମାଜ ପକ୍ଷେ ହିତକର ଓ ଗୌରବସମ୍ପନ୍ନ ହୋଇଥାଏ । ବାସ୍ତବତା ଓ କଳ୍ପନାବିଳାସର ସମନ୍ୱୟରେ ସାହିତ୍ୟର କଳେବର ସମୃଦ୍ଧି ଲାଭ କରିଥାଏ । ବାସ୍ତବତା ପରି କଳ୍ପନା-ବିଳାସରେ ମଧ୍ୟ ଜୀବନର ବିଭିନ୍ନ ଅନୁଭୂତି ଗର୍ଭିତ ହୋଇଥାଏ । ଜୀବନ ସହିତ ସାହିତ୍ୟର, ସାହିତ୍ୟ ସହିତ ସମାଜର, ସମାଜ ସହିତ ଦେଶର, ଦେଶ ସହିତ ବିଶ୍ଵର ପରସ୍ପର ଭାବସମ୍ବନ୍ଧ ଚିରନ୍ତନ । ଏଥିପାଇଁ ସର୍ଜନାତ୍ମକ ବା ରଚନାତ୍ମକ ଉପାଦାନଯୋଗେ ରଚିତ ସାହିତ୍ୟ ସମାଜର କଲ୍ୟାଣସାଧନ କରିଥାଏ । ସମାଜକୁ ନକାରାତ୍ମକ ଚିନ୍ତନ ଦ୍ୱାରା ଉଦ୍ବୁଦ୍ଧ କରିବା ମାନବ-ଜୀବନ ଉପରେ କୁପ୍ରଭାବ ପକାଇଥାଏ । ସମାଳରେ ଥିବା କୁପ୍ରଥା, ଦୁର୍ନୀତି ଆଦି ନାନା ସମସ୍ୟାର ସମାଧାନ ଲାଗି ସାହିତ୍ୟରେ ଉପଯୁକ୍ତ ସକାରାତ୍ମକ ଚିନ୍ତନ ଓ ଶିକ୍ଷଣୀୟ ସୁସଂସ୍କାର-ଭାବନା ଅନ୍ତର୍ଭୁକ୍ତ ହେବା ବିଧେୟ । ସଂସ୍କୃତ ସାହିତ୍ୟରେ ବିଶ୍ୱଜନୀନ ମଙ୍ଗଳମୟ, ସୌନ୍ଦର୍ଯ୍ୟମୟ ଓ ଆନନ୍ଦମୟ ବିଷୟାବଳୀ ନିହିତ ରହିଛି । ଏହା ସମସ୍ତଙ୍କ ପାଇଁ ସର୍ବଦା ଉପାଦେୟ । ପ୍ରାଚୀନ ହୁଅନ୍ତୁ ବା ଆଧୁନିକ ହୁଅନ୍ତୁ, ପ୍ରତ୍ୟେକ ରଚନାକାରଙ୍କ ପ୍ରତିଭାରେ କିଛି ମୌଳିକତା ବା ସ୍ୱତନ୍ତ୍ରତା ରହିଥାଏ । ଆଧୁନିକ ଯୁଗରେ ସଂସ୍କୃତସାହିତ୍ୟର ବହୁପ୍ରତିଭାବାନ୍ ଲେଖକ ଅଛନ୍ତି । ଆଧୁନିକ ସଂସ୍କୃତ କବିତା ନିଜର କାବ୍ୟଗୁଣାନୁସାରେ ବହୁଲୋକପ୍ରିୟ ହୋଇପାରିଛି ।
ପ୍ରତ୍ୟେକ ଭାଷାର ଦୁଇଟି ଦିଗ ଥାଏ, ସରଳ ଓ କଠିନ । ଲୋକବ୍ୟବହାରରେ ସରଳ ଦିଗର ଓ ଶାସ୍ତ୍ରାଦି ରଚନା-ଆଲୋଚନାରେ ପ୍ରୟୋଜନମତେ କଠିନ ଦିଗର ଅବଲମ୍ବନ କରାଯାଇଥାଏ । କେତେକେ ସଂସ୍କୃତକୁ କଠିନ ଭାଷା ବୋଲି ବିବେଚନା କରିଥାନ୍ତି । ମାତ୍ର ଏହା ଭ୍ରାନ୍ତ ଧାରଣା । ଭିନ୍ନ-ବର୍ଣ୍ଣମାଳାଯୁକ୍ତ ଓ ଭିନ୍ନ-ଶବ୍ଦାବଳୀଯୁକ୍ତ ଇଂରାଜୀ ଆଦି ବିଦେଶୀୟ ଭାଷାକୁ ବହୁପରିଶ୍ରମରେ ଶିକ୍ଷା କରିବା ଲାଗି ଲୋକେ ଚେଷ୍ଟିତ । କିନ୍ତୁ ଭାରତୀୟ ଭାଷାରାଜିର ମୂଳ ଆଧାର ଓ ଭାରତୀୟ ଜ୍ଞାନବିଜ୍ଞାନର ମୂଳ ନିଧାନ ସଂସ୍କୃତର ଶିକ୍ଷା ପାଇଁ ଅନେକେ କୁଣ୍ଠିତ । ଆଜିକାଲିର ବିଜ୍ଞାନ ଯୁଗରେ ସ୍ବଦେଶୀ ଓ ବିଦେଶୀ ଉଭୟ ଭାଷାର ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ମୂଳଭାଷା ସଂସ୍କୃତର ବର୍ଣ୍ଣସମୂହ ଭାରତୀୟ ଅନ୍ୟାନ୍ୟ ଭାଷାରେ ଥିବାରୁ ସଂସ୍କୃତ ଶିକ୍ଷା ବହୁତ ସହଜ । ସଂସ୍କୃତରେ ଶବ୍ଦ ଯେମିତି ଲେଖାଯାଏ, ସେମିତି ଉଚ୍ଚାରଣ କରାଯାଏ ଏବଂ ଯେମିତି ଉଚ୍ଚାରଣ କରାଯାଏ, ସେମିତି ଲେଖାଯାଏ । ସଂସ୍କୃତରେ ବାକ୍ୟଗଠନର ଶୈଳୀକୁ ଲକ୍ଷ୍ୟ କଲେ ଅତି ଆଶ୍ଚର୍ଯ୍ୟ ଲାଗେ । ବାକ୍ୟରେ କର୍ତ୍ତା-କ୍ରିୟାଦି ଶବ୍ଦଗୁଡ଼ିକର ସ୍ଥାନ ପରିବର୍ତ୍ତନ କଲେ ମଧ୍ୟ ବାକ୍ୟାର୍ଥର କୌଣସି ପରିବର୍ତ୍ତନ ହୁଏ ନାହିଁ । ବ୍ୟବହାରର ମାନସିକତା ଥିଲେ ସଂସ୍କୃତ ହେଉଛି ଅତ୍ୟନ୍ତ ସରଳ ଭାଷା । ସଂସ୍କୃତ ପ୍ରତି ଯେଉଁମାନଙ୍କର ଭ୍ରାନ୍ତ ଧାରଣା ରହିଛି, ସେମାନେ ସକାରାତ୍ମକ ଚିନ୍ତନ କଲେ ପ୍ରଶସ୍ତ ହୃଦୟରେ ସଂସ୍କୃତର ଗତିଶୀଳତା ଏବଂ ପ୍ରଗତିଶୀଳତାକୁ ଚିହ୍ନିପାରିବେ । ଭାରତ-ଭାରତୀ ସଂସ୍କୃତର ନବ୍ୟରୂପରେ ପରିପ୍ରକାଶ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଦୀପ୍ତିମନ୍ତ ନିଦର୍ଶନ ରୂପେ ଚିରକାଳ ରହିଥିବ । ଏତିକି କୁହାଯାଇପାରେ ଯେ ବୈଶ୍ୱିକ ଚେତନାର ପ୍ରବାହରେ ଆଧୁନିକ ସଂସ୍କୃତ ସାହିତ୍ୟର ଅତ୍ୟନ୍ତ ଉଜ୍ଜ୍ଵଳ ସମ୍ଭାବନା ରହିଛି । ପରିଶେଷରେ ଏହି ଉକ୍ତି ସ୍ମରଣ କରିବା ସମୀଚୀନ ହେବ :
‘ପ୍ରାଚୀନତ୍ବଂ ସମାଶ୍ରିତ୍ୟ ନୂତନତ୍ବଂ ବିତନ୍ବତୀ ।
ବହନ୍ତୀ ସନ୍ତତଂ ଧାରା ଭାତି ଭାରତ-ଭାରତୀ ॥’
********
ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଓ ମୁଖ୍ୟ,
ସ୍ନାତକୋତ୍ତର ସଂସ୍କୃତବିଭାଗ,
ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟ,
ସମ୍ବଲପୁର, ଓଡ଼ିଶା.
(ସମ୍ପ୍ରତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ)
ଦୂରଭାଷ : ୯୪୩୭୩୬୨୯୬୨.
********
सौजन्य :
"संस्कृतर आधुनिक स्थिति ओ साहित्य"
ओड़िआ लेख : डॉ. हरेकृष्ण मेहेर *
प्रकाशित : "सत्यवादी" पत्रिका, पूजा विशेषांक, अक्टूबर २०२४, पृष्ठा ७९-८३, समाज कार्यालय, गोपबन्धु भवन, बक्सि बजार, कटक, ओड़िशा.
लिंक् :

लिंक् : https://www.facebook.com/share/p/16K7fdcmtW/
******
प्रयोजनानुसार मूल आधार लेख द्रष्टव्य :
https://www.facebook.com/share/p/19XLNHMn7L/
======
No comments:
Post a Comment