Tuesday, August 19, 2025

ସଂସ୍କୃତର ଆଧୁନିକ ସ୍ଥିତି ଓ ସାହିତ୍ୟ * (संस्कृतर आधुनिक स्थिति ओ साहित्य): ओड़िआ लेख : डॉ. हरेकृष्ण मेहेर :

"संस्कृतर आधुनिक स्थिति ओ साहित्य" 
ओड़िआ लेख : डॉ. हरेकृष्ण मेहेर * 
----------------------------
* ସଂସ୍କୃତର ଆଧୁନିକ ସ୍ଥିତି ଓ ସାହିତ୍ୟ * 
---------------------------- 
ଆଲେଖ :  ଡକ୍ଟର୍ ହରେକୃଷ୍ଣ ମେହେର
*********** 
('ଗୋପବନ୍ଧୁଙ୍କ ସତ୍ଯବାଦୀ', ସମାଜ କାର୍ଯ୍ୟାଳୟ, କଟକ, ପୂଜାସଂଖ୍ୟା, ଅକ୍ଟୋବର ୨୦୨୪, ପୃଷ୍ଠା ୭୯-୮୩ ରେ ପ୍ରକାଶିତ) 
***********
     ଜାତୀୟ ସଂହତି, ରାଷ୍ଟ୍ରୀୟ ଏକତା, ବିଶ୍ୱଭ୍ରାତୃତ୍ବ ଏବଂ ବିଶ୍ଵମୈତ୍ରୀର ପ୍ରତୀକ ସଂସ୍କୃତର ମହତ୍ତ୍ଵକୁ ସମଗ୍ର ପୃଥିବୀରେ ସୁପରିଚିତ କରାଇବା ନିମନ୍ତେ ରାକ୍ଷୀ (ଶ୍ରାବଣ) ପୂର୍ଣ୍ଣିମା ଦିନ ‘ବିଶ୍ଵସଂସ୍କୃତ-ଦିବସ' ପାଳନ କରାଯାଇଥାଏ । ଭାରତୀୟ ପରମ୍ପରାରେ ଶ୍ରାବଣପୂର୍ଣ୍ଣିମା ହେଉଛି ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିବସ । ଭ୍ରାତୃତ୍ଵ, ମୈତ୍ରୀ ଓ ସଦ୍ଭାବର ସୁବିଦିତ ପର୍ବ ରକ୍ଷାବନ୍ଧନ ଏକ ପବିତ୍ର ମହୋତ୍ସବ । ଭାରତ-ଭାରତୀ ସଂସ୍କୃତ “ବସୁଧୈବ କୁଟୁମ୍ବକମ୍” ଭାବନାରେ ବିଶ୍ୱକୁ ଏକ ପରିବାର ରୂପରେ ବର୍ଣ୍ଣନା କରି ବିଶ୍ବବନ୍ଧୁତାର ମଧୁମୟ ସନ୍ଦେଶ ପ୍ରଦାନ କରିଆସିଛି । ବାସ୍ତବରେ ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ସମଗ୍ର ବିଶ୍ବ ଏକ ନୀଡ଼, ଏକ ପରିବାର ହୋଇଯାଇଛି । ମନୁଷ୍ୟ ଓ ଅନ୍ୟ ସମସ୍ତ ପ୍ରାଣୀଙ୍କର ଜୀବନ-ତତ୍ତ୍ବ ପ୍ରତିପାଦନ କରିବାରେ ସଂସ୍କୃତ-ସାହିତ୍ୟ ଏକ ସୁବିଶାଳ ଭଣ୍ଡାର । ଧର୍ମାର୍ଥକାମମୋକ୍ଷ-ରୂପ ଚତୁର୍ବର୍ଗର ସକଳ ଶାସ୍ତ୍ର ସଂସ୍କୃତରେ ଉପଲବ୍ଧ ହୋଇଥାଏ । ଭାରତୀୟ ସଂସ୍କୃତିରେ ସଂସ୍କୃତ ‘ଶୃଣ୍ବନ୍ତୁ ବିଶ୍ଵେ ଅମୃତସ୍ୟ ପୁତ୍ରାଃ' ବୋଲି ମାନବକୁ ଅମୃତ ସନ୍ତାନ ଭାବରେ ଚିତ୍ରଣ କରିଛି । ପ୍ରାଣୀଜଗତ ଓ ପ୍ରକୃତିଜଗତ ପ୍ରତି ସଦ୍ଭାବନା, ନୈତିକତା ଓ ସୁସଂସ୍କାର ପ୍ରଦାନ ସହିତ ମାନବ-ଜୀବନରେ ସଚ୍ଚରିତ୍ରତା ତଥା ମୂଲ୍ୟବୋଧର ବାହକ ହେଉଛି ସଂସ୍କୃତ ।

     ସଂସ୍କୃତ ହେଉଛି ଏକ ବୈଜ୍ଞାନିକପଦ୍ଧତି-ସମ୍ପନ୍ନ ସମ୍ମାର୍ଜିତ ସମୃଦ୍ଧ ଭାଷା । ଭାରତୀୟ ସଂବିଧାନମତେ ସଂସ୍କୃତ ଏକ ଆଧୁନିକ ଭାରତୀୟ ଭାଷା ଭାବରେ ସ୍ବୀକୃତ ଓ ବ୍ୟବହୃତ । ଭାରତୀୟ ସଭ୍ୟତା ଓ ସଂସ୍କୃତି ସହିତ ସଂସ୍କୃତର ଅନ୍ତରଙ୍ଗ ସମ୍ପର୍କ ରହିଛି । ଭାରତର ଅଧିକାଂଶ ପ୍ରାନ୍ତୀୟ ଭାଷାମାନଙ୍କର ମୂଳ ଉତ୍ସ ହୋଇଥିବାରୁ ସଂସ୍କୃତ ଭାଷାଜନନୀ ଭାବରେ ସୁପରିଚିତ । ସଂସ୍କୃତ ପୃଥିବୀର ସର୍ବପ୍ରାଚୀନ ଭାଷା ବୋଲି ବିବେଚିତ । ପ୍ରସିଦ୍ଧ ଆମେରିକୀୟ ଐତିହାସିକ ୱିଲ୍ ଡୁରାଣ୍ଟଙ୍କ ମତରେ ସଂସ୍କୃତ ହେଉଛି ୟୁରୋପୀୟ ଭାଷାମାନଙ୍କର ଜନନୀ । ଭାରତୀୟ ସାହିତ୍ୟର ମୂଳତତ୍ତ୍ୱ ସଂସ୍କୃତ ଉପରେ ପ୍ରତିଷ୍ଠିତ । ଭାରତୀୟ ପ୍ରାଦେଶିକ ଭାଷାମାନଙ୍କର ସାହିତ୍ୟ ଅନେକାଂଶରେ ସଂସ୍କୃତସାହିତ୍ୟ ଦ୍ୱାରା ପ୍ରଭାବିତ । ସ୍ବାଧୀନତାପ୍ରାପ୍ତି ପୂର୍ବରୁ ଭାରତରେ ବାରମ୍ବାର ବୈଦେଶିକ ଆକ୍ରମଣ ଓ ପରାଧୀନତା ଯୋଗୁଁ ସାଂସ୍କୃତିକ ବୈଭବର କିଛି ହାନି ଘଟିଥିଲା । ଇଂରେଜ- ଶାସନାଧୀନ ଭାରତରେ ଶାସନର ସୁବିଧାଦୃଷ୍ଟିରୁ ଇଂରାଜୀ ଭାଷାର ପ୍ରାଧାନ୍ୟ ବିସ୍ତାର ହେତୁ ଭାରତୀୟ ମୂଳଭାଷା ସଂସ୍କୃତକୁ ଏକ ମୃତଭାଷାର ଆଖ୍ୟା ଦେଇ ଅପପ୍ରଚାର କରାଯାଇଥିଲା । କିଛି ଅବକ୍ଷୟ ପରେ ସମୟକ୍ରମେ ସଂସ୍କୃତର ପୁନରୁତ୍‌ଥାନ ଘଟିଲା । ଆଜିର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ସଂସ୍କୃତର ବୈଶିଷ୍ଟ୍ୟ ବହୁଭାବରେ ସୁଦୂରପ୍ରସାରୀ ହୋଇପାରିଛି ।

     ଭାରତବର୍ଷ ଏକ ବିଶାଳ ରାଷ୍ଟ୍ର, ଯେଉଁଥିରେ ବିବିଧତା ଥିଲେ ମଧ୍ୟ ଭାରତୀୟତା-ରୂପୀ ଏକତା ପ୍ରତିଷ୍ଠିତ ରହିଛି । ସ୍ବାଧୀନତା ଲାଭ ପରେ ଭାରତରେ ଜାତୀୟ ଐକ୍ୟ ସ୍ଥାପନ ପାଇଁ ରାଷ୍ଟ୍ରଭାଷା-ନିର୍ଦ୍ଧାରଣ ବିଷୟରେ ମତଭେଦ ସୃଷ୍ଟି ହୋଇଥିଲା । ୧୯୪୯ରେ ଭାରତୀୟ ସମ୍ବିଧାନ-ପ୍ରଣୟନ ସମିତିର ଅଧ୍ୟକ୍ଷ ତଥା ଭାରତର ତତ୍କାଳୀନ ଆଇନ୍-ମନ୍ତ୍ରୀ ଡକ୍ଟର୍ ଭୀମରାଓ ଆମ୍ବେଦକର ସଂସ୍କୃତକୁ ଭାରତୀୟ ରାଜଭାଷାରୂପେ ସ୍ବୀକୃତି ଦେବା ଲାଗି ସଂସଦରେ ପ୍ରସ୍ତାବ ଆଗତ କରିଥିଲେ । କାରଣ, ଭାରତରେ ବିଭିନ୍ନ ପ୍ରାନ୍ତୀୟ ଭାଷାର ଆଞ୍ଚଳିକ ବୈଶିଷ୍ଟ୍ୟ ଥିଲେ ମଧ୍ୟ ପରସ୍ପର ସମନ୍ୱୟ-ସୂତ୍ର ଭାବରେ ଭାରତୀୟ ଏକତା ସ୍ଥାପନ ପାଇଁ ମୂଳଭାଷା ସଂସ୍କୃତ ଅତ୍ୟନ୍ତ ଉପ‌ଯୋଗୀ । କିନ୍ତୁ ସେତେବେଳେ କେତେକ ବିରୋଧୀଙ୍କ ଯୋଗୁଁ ସେହି ପ୍ରସ୍ତାବ ସଫଳ ହୋଇପାରି ନ ଥିଲା । (ଦ୍ରଷ୍ଟବ୍ୟ : ଇଂରାଜୀପୁସ୍ତକ ‘ସଂସ୍କୃତ’, ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ, ଦିଲ୍ଲୀ, ପୃ.୩-୫) |

     ଆଜିର ଉତ୍କର୍ଷସମ୍ପନ୍ନ ବୈଜ୍ଞାନିକ ଯୁଗରେ ନିତ୍ୟବ୍ୟବହାର୍ଯ୍ୟ ଆଧୁନିକ ସଙ୍ଗଣକ ଯନ୍ତ୍ର (କମ୍ପ୍ୟୁଟର୍) ଲାଗି ସଂସ୍କୃତ ସର୍ବୋତ୍ତମ ଉପଯୋଗୀ ଭାଷା ବୋଲି ବିବେଚନା କରାଯାଉଛି । ସାମ୍ପ୍ରତିକ ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟ ସ୍ତରରୁ ବିଶ୍ଵବିଦ୍ୟାଳୟର ଉଚ୍ଚ-ଗବେଷଣା ପର୍ଯ୍ୟନ୍ତ ଶ୍ରେଣୀରେ ଆଧୁନିକ ସଂସ୍କୃତସାହିତ୍ୟର ବିବିଧ ସ୍ତରରେ କାବ୍ୟ, ଗୀତ, ନାଟକ, କଥା ଆଦିର ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ଆଜିର ବିଜ୍ଞାନଯୁଗରେ ଅନ୍ତର୍ଜାଲ (ଇଣ୍ଟରନେଟ୍)ରେ ସଂସ୍କୃତର ବିଭିନ୍ନ ବିଷୟର ସହସ୍ର-ସହସ୍ର ଲେଖା ଉପଲବ୍ଧ । ଦେଶବିଦେଶରେ ଶତାଧିକ ପତ୍ରପତ୍ରିକା ମୁଦ୍ରିତ ଭାବରେ ଏବଂ ଇ-ପତ୍ରିକା ବା ଅନ୍ତର୍ଜାଲ-ପତ୍ରିକା ଭାବରେ ପ୍ରକାଶିତ ହେଉଛି । ବେଦ, ଉପନିଷଦ, ରାମାୟଣ, ମହାଭାରତ ସମେତ ବଡ଼ ବଡ଼ କାବ୍ୟ, କୋଷାଭିଧାନ ଆଦି ଗ୍ରନ୍ଥରାଜି ଅନ୍ତର୍ଜାଲରେ ସ୍ଥାନିତ ହୋଇ ସମଗ୍ର ବିଶ୍ଵରେ ଲୋକବ୍ୟବ‌ହାରରେ ନିଜର ଉପାଦେୟତା ସିଦ୍ଧ କରୁଛି ।

     ଅନ୍ୟ ଭାଷାସାହିତ୍ୟ ପରି ସଂସ୍କୃତ ସାହିତ୍ୟର ନିର୍ବାଚିତ ଲେଖକମାନଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା ଭାରତର ବିଭିନ୍ନ ସଂସ୍ଥା ଦ୍ୱାରା ବିଭିନ୍ନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥାଏ । ସଂସ୍କୃତକବି ଆଚାର୍ଯ୍ୟ ଡକ୍ଟର୍  ସତ୍ୟବ୍ରତ ଶାସ୍ତ୍ରୀ ସଂସ୍କୃତରେ ଜ୍ଞାନପୀଠ ପୁରସ୍କାରର ପ୍ରଥମ ବିଜେତା । ବହୁଦିନରୁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସଂସ୍କୃତର ଅନେକ ଉପାଦେୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ଜାତୀୟ ଓ ବୈଶ୍ବିକ ସ୍ତରରେ ବିଭିନ୍ନ ସଂସ୍କୃତ-ସମ୍ମିଳନୀ ଦେଶବିଦେଶରେ ଆୟୋଜିତ ହେଉଛି । ଏଥିଲାଗି ବିଶ୍ଵସ୍ତରରେ ବହୁ ଅନୁଷ୍ଠାନ ରହିଛି । ବିଭିନ୍ନ ଭାଷାରେ ସଂସ୍କୃତ-ସମ୍ବନ୍ଧୀୟ ବହୁ ଗବେଷଣାତ୍ମକ ଲେଖା ଓ ପୁସ୍ତକାବଳୀ ରହିଛି । ସଂସ୍କୃତଭାଷାରେ ‘ଆଦିଶଙ୍କରାଚାର୍ଯ୍ୟ’ ଓ ‘ଶ୍ରୀମଦ୍ଭଗବଦ୍‌ଗୀତା’ ଚଳଚିତ୍ର ପରେ ‘ପ୍ରିୟମାନସମ୍’, ‘ଇଷ୍ଟିଃ’ ଆଦି ବିଭିନ୍ନ ଆଧୁନିକ ଚଳଚ୍ଚିତ୍ର ପ୍ରସାରିତ ହୋଇଛି । ସଂସ୍କୃତରେ ଅନେକ ଲଘୁ ଚଳଚ୍ଚିତ୍ର, ନାଟକ ଓ ଆଧୁନିକ ଗୀତ ପ୍ରଭୃତିର ପ୍ରସାର ମଧ୍ୟ ଅନ୍ତର୍ଜାଲରେ ଉପଲବ୍ଧ । ସଂସ୍କୃତ ସମ୍ଭାଷଣ- ଶିବିରାଦି ଓ ବିଭିନ୍ନ ସଂସ୍କୃତ-ଶାସ୍ତ୍ର-ବ୍ୟାକରଣାଦି ଶିକ୍ଷା ମାଧ୍ୟମରେ ସଂସ୍କୃତର ପ୍ରସାର-ପ୍ରଚାର ଚାଲିଛି । ଲିଖିତ ଓ କଥିତ ଭାଷାରୂପରେ ମଧ୍ୟ ସଂସ୍କୃତର ବିଶେଷତ୍ୱ ରହିଛି । ଏଥିରୁ ସଂସ୍କୃତର ପ୍ରଗତିଶୀଳତା ଲକ୍ଷ୍ୟ କରାଯାଇପାରେ । ବାସ୍ତବରେ ସଂସ୍କୃତ ଯେତିକି ପ୍ରାଚୀନତମ, ସେତିକି ଆଧୁନିକତମ ।

     ଋଗ୍‌ବେଦରୁ ଆରମ୍ଭ କରି ଉପନିଷଦ, ବେଦାଙ୍ଗ ପର୍ଯ୍ୟନ୍ତ ରଚନାସମୂହ ବୈଦିକ ସଂସ୍କୃତ ସାହିତ୍ୟରୂପେ ପରିଚିତ । ଆଦିକବି ବାଲ୍ମୀକିଙ୍କ ରାମାୟଣଠାରୁ ଲୌକିକ ସଂସ୍କୃତସାହିତ୍ୟର ଆରମ୍ଭ । କେତେକ ଶବ୍ଦର ପ୍ରୟୋଗ ଓ ଗଠନ ଦୃଷ୍ଟିରୁ ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ଭାଷାମଧ୍ୟରେ କିଛି ପ୍ରଭେଦ ଓ ସମାନତା ପରିଲକ୍ଷିତ ହୋଇଥାଏ । ଆମେ ସାଧାରଣ ଭାବରେ ଲୌକିକ ଭାଷାର ବ୍ୟବହାର କରିଥାଉଁ  । ଅଦ୍ୟାବଧି ସଂସ୍କୃତ ଭାଷା ନିରବଚ୍ଛିନ୍ନ ଭାବରେ ପ୍ରବହମାନ । ଯୁଗରୁଚିମତେ ପ୍ରତ୍ୟେକ ଭାଷାସାହିତ୍ୟର କିଛି ପରିବର୍ତ୍ତନ ଘଟିଥାଏ । ଆଧୁନିକ ବିଜ୍ଞାନଯୁଗରେ ସଂସ୍କୃତ ସାହିତ୍ୟର ମଧ୍ୟ ପରିବର୍ତ୍ତନ ସ୍ପଷ୍ଟ ଅନୁଭୂତ ହୁଏ । ଗବେଷକ ବିଦ୍ୱାନ୍-ବୃନ୍ଦ ବିଭିନ୍ନ ଦୃଷ୍ଟିରୁ ବିବେଚନା କରି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ବା ଊନବିଂଶ ଶତାବ୍ଦୀରୁ ଆଧୁନିକ ସଂସ୍କୃତସାହିତ୍ୟର ଆରମ୍ଭ ବୋଲି ମତପୋଷଣ କରନ୍ତି । ଆଧୁନିକ ସଂସ୍କୃତର ଅଗ୍ରଗଣ୍ୟ ବହୁମୁଖୀପ୍ରତିଭାଶାଳୀ ବିଦ୍ୱାନ୍ କବି ଓ ସାହିତ୍ୟଶାସ୍ତ୍ରୀ ପଦ୍ମଶ୍ରୀ-ସମ୍ମାନିତ ଆଚାର୍ଯ୍ୟ ଡକ୍ଟର୍ ଅଭିରାଜ ରାଜେନ୍ଦ୍ର ମିଶ୍ରଙ୍କ ମତରେ ଆଧୁନିକ ସଂସ୍କୃତସାହିତ୍ୟର କାଳ ବା ଯୁଗକୁ ତିନି ଭାଗରେ ବିଭକ୍ତ କରାଯାଇପାରେ : ପୁନର୍ଜାଗରଣ କାଳ ୧୭୮୪-୧୮୮୪ ଖ୍ରୀଷ୍ଟାବ୍ଦ, ସ୍ଥାପନାକାଳ ୧୮୮୫-୧୯୪୬, ସ୍ବର୍ଣ୍ଣକାଳ ବା ସ୍ବର୍ଣ୍ଣଯୁଗ ୧୯୪୭ ରୁ ଅଦ୍ୟାବଧି (ଦ୍ରଷ୍ଟବ୍ୟ. ଡକ୍ଟର୍ ମିଶ୍ରଙ୍କ ସମ୍ପାଦିତ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ‘କଳ୍ପବଲ୍ଲୀ’, ପୃ.୭ ରେ ସ୍ଥାନିତ ନାନ୍ଦୀବାକ୍) । ସ୍ବାଧୀନତା-ପରବର୍ତ୍ତୀକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂସ୍କୃତର ବିଶେଷ ପ୍ରଗତି ଓ ସମୃଦ୍ଧି ହେତୁ ଏହି କାଳକୁ ସ୍ବର୍ଣ୍ଣଯୁଗ ବୋଲି ଅଭିହିତ କରାଯାଇପାରେ । କେତେକ ସଂସ୍କୃତ ବିଦ୍ୱାନ୍ ‘ଆଧୁନିକ’ ଶବ୍ଦ ସ୍ଥାନରେ ‘ପ୍ରାଚୀନ’ର ବିପରୀତ ‘ଅର୍ବାଚୀନ’ ଶବ୍ଦର ପ୍ରୟୋଗ କରିଥାନ୍ତି । ସମକାଳୀନ, ସମକାଳିକ ଓ ସାମ୍ପ୍ରତିକ ଭାବରେ ମଧ୍ୟ ‘ଆଧୁନିକ’ ଶବ୍ଦର ବ୍ୟବ‌ହାର ପରିଦୃଷ୍ଟ ହୋଇଥାଏ ।

     ସମକାଳୀନ ସଂସ୍କୃତସାହିତ୍ୟରେ ଯୁଗରୁଚି ସହ ଅନ୍ୟ ଭାଷାସାହିତ୍ୟର କିଛି ପ୍ରଭାବରେ ନୂତନ ପ୍ରବୃତ୍ତିର ସମାବେଶ ଦୃଷ୍ଟିଗୋଚର ହୋଇଥାଏ । ଆଧୁନିକ ଦୃଷ୍ଟିଭଙ୍ଗୀ, ସାମ୍ପ୍ରତିକ ସଙ୍ଘର୍ଷମୟ ସମାଜରେ ନାନା ସମସ୍ୟା ଓ ସମାଧାନର ମାର୍ଗଦର୍ଶନ, ଜୀବନର ବିଭିନ୍ନ ଅନୁଭୂତି, ନାରୀସମସ୍ୟା, ନାରୀଚେତନା, ନାରୀ-ଜାଗରଣ, ଦୁର୍ନୀତି, ଭ୍ରଷ୍ଟାଚାର, ଆତଙ୍କବାଦ, କୁଟିଳ ରାଜନୀତିକ ସ୍ଥିତି, ଦେଶାତ୍ମବୋଧକ ଭାବ, ରାଷ୍ଟ୍ରୀୟ ଭାବନା, ଭାରତୀୟ ସଂସ୍କୃତିର ମହନୀୟତା, ଭୌତିକ ସଭ୍ୟତାର ବିବିଧ ଦିଶା, ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁସରଣ ଓ ବିପର୍ଯ୍ୟୟ, ମହାନଗରବାସୀ ଓ ନିମ୍ନବର୍ଗୀୟଙ୍କ ଜୀବନଧାରଣ-ପଦ୍ଧତି, ଉଚ୍ଚ-ନୀଚବର୍ଗ ମଧ୍ୟରେ ସଙ୍ଘର୍ଷ, ସାମାଜିକ ପ୍ରାଚୁର୍ଯ୍ୟ ଓ ଦାରିଦ୍ର୍ୟ, ପରମ୍ପରା ପ୍ରତି ଉପେକ୍ଷା, ପାରମ୍ପରିକତା ଓ ଆଧୁନିକତାର ସମନ୍ବୟ, ନବସର୍ଜନାର ଉତ୍ସାହ, ପ୍ରଗତିଶୀଳ ନବ୍ୟଶୈଳୀରେ ରଚନା, ସୌନ୍ଦର୍ଯ୍ୟବୋଧ, ସମସାମୟିକ ଜୀବନଧାରା, ବାସ୍ତବବାଦୀ ଚିତ୍ରଣ, ଗ୍ରାମୀଣ ଜୀବନ, ମହାକାବ୍ୟାଦିରେ ଆଦର୍ଶ ପୁରୁଷ ବା ମହିଳାଙ୍କର ନାୟକତ୍ୱ-ଚିତ୍ରଣ, କଥା-ଉପନ୍ୟାସାଦିରେ ସାଧାରଣ ବ୍ୟକ୍ତିର ମୁଖ୍ୟଚରିତ୍ର-ପ୍ରତିପାଦନ ଆଦି ବିଷୟ ଆଧୁନିକ ସଂସ୍କୃତ ସାହିତ୍ୟରେ ଚର୍ଚ୍ଚିତ । ପରମ୍ପରାବାଦ ସହିତ ଆଧୁନିକ ଯୁଗାନୁକୂଳ ବିଭିନ୍ନ ରୂପକଳ୍ପ, ପାଶ୍ଚାତ୍ୟବାଦର ପ୍ରଭାବ, ଏକବିମ୍ବବାଦ, ପ୍ରତୀକବାଦ ଆଦି ଅନେକ ନୂତନ ତତ୍ତ୍ୱର ସମାବେଶ ପରିଲକ୍ଷିତ ହୁଏ । ଆଧୁନିକ ଜୀବନରେ ବିଷାଦବାଦ, ମୃତ୍ୟୁଚେତନା, ସଂସ୍କାରଧର୍ମିତା, ସାଂସ୍କୃତିକ ମୂଲ୍ୟବୋଧ, ନୈସର୍ଗିକ ପରିବେଶ, ପର୍ଯ୍ୟାବରଣ-ତତ୍ତ୍ବ, ସାମାଜିକ ଓ ବୈଶ୍ବିକ ଚେତନା, ଦାର୍ଶନିକ ଚିନ୍ତନ, ଆଧ୍ୟାତ୍ମିକତା, ଧାର୍ମିକତା, ଆସ୍ତିକତା, କଳା-ସଙ୍ଗୀତ- ଦର୍ଶନର ସମ୍ମିଶ୍ରଣ, ସମକାଳୀନ ବିଷୟରାଜିର ପ୍ରୟୋଗକ୍ଷମତା ଆଦି ନାନା ତତ୍ତ୍ୱାବଳୀ ଆଧୁନିକ ସଂସ୍କୃତ ସାହିତ୍ୟରେ ସନ୍ନିବେଶିତ ।

     ସଂସ୍କୃତର ସରଳୀକରଣ ଦୃଷ୍ଟିରୁ ଆଧୁନିକ ସାହିତ୍ୟର ରଚନାବଳୀରେ ଭାଷାର ସରଳତା ଓ ସୁବୋଧତା ପ୍ରତୀତ ହୋଇଥାଏ । ଏଥିରେ ଜଟିଳତା ବା କ୍ଲିଷ୍ଟତା ପ୍ରାୟ ନାହିଁ । ପ୍ରସାଦ-ଗୁଣ ଓ ବୈଦର୍ଭୀ ରୀତିର ବହୁଳ ପ୍ରୟୋଗ ସଂସ୍କୃତକୁ ଅଧିକ ବୋଧଗମ୍ୟ କରିପାରିଛି । ଭାଷାର ଅଭିବ୍ୟକ୍ତିରେ ମଧ୍ୟ କିଛି ପରିବର୍ତ୍ତନ ଅନୁଭୂତ ହୁଏ । ଯୁଗରୁଚିମତେ ରଚନା-ଶୈଳୀରେ କିଛି ଭିନ୍ନତା ଓ ନୂତନତାର ସମାବେଶ ଘଟିଛି । ରକ୍ଷଣଶୀଳତାରୁ କିଛି ଦୂରରେ ରହି ସଂସ୍କୃତର ଆଧୁନିକୀକରଣ ଓ ସରଳୀକରଣ ମାଧ୍ୟମରେ ପ୍ରୟୋଜନମତେ ନୂତନ ଶବ୍ଦାବଳୀର ସଂଯୋଜନା କରାଯାଉଛି, ଯେପରି ସଂସ୍କୃତର ମୂଳସ୍ୱରୂପରେ କୌଣସି ବିକୃତି କିମ୍ବା ହାନି ନ ଘଟେ । କେତେକ ରକ୍ଷଣଶୀଳ ବ୍ୟକ୍ତି ସଂସ୍କୃତରେ ଆଧୁନିକ ନୂତନ ଶବ୍ଦର ପ୍ରୟୋଗକୁ ପସନ୍ଦ କରି ନ ପାରନ୍ତି । ତେବେ ଏହା ବ୍ୟକ୍ତିଗତ ସ୍ତରରେ ସୀମିତ । ପ୍ରଗତିଶୀଳ ଲେଖକ ସଂସ୍କୃତର ମୂଳସ୍ବରୂପ ଓ ମର୍ଯ୍ୟାଦାକୁ ସୁରକ୍ଷିତ ରଖି ଆଧୁନିକ ଶବ୍ଦ-ସଂଯୋଜନାପୂର୍ବକ ଲେଖନୀ ଚାଳନାରେ ତତ୍ପର ଅଛନ୍ତି । ଆଧୁନିକ ବସ୍ତୁରାଜିର ଉଦ୍ଭାବନ ଓ ଆବିଷ୍କାର ତଥା ବହୁଲୋକ-ପ୍ରଚଳନ ଉପରେ ଆଧୁନିକ ଶବ୍ଦବ୍ୟବହାର ଆଧାରିତ । ତେଣୁ ସ୍ୱେଚ୍ଛାଚାରିତାକୁ ସମ୍ପୂର୍ଣ୍ଣ ପରିହାର କରି ସଂସ୍କୃତ-ଭିନ୍ନ ବହୁକଥିତ ଭାରତୀୟ ଭାଷାମାନଙ୍କର ଶବ୍ଦରାଜି ପ୍ରୟୋଜନମତେ ଯଥାସମ୍ଭବ ସୁରୁଚିପୂର୍ବକ ଅପରିବର୍ତ୍ତିତ, ଈଷତ୍-ପରିବର୍ତ୍ତିତ ବା ସଂସ୍କୃତାୟିତ ରୂପରେ ପ୍ରୟୋଗ କଲେ କୌଣସି ଅସଙ୍ଗତି ଅନୁଭୂତ ହୁଏ ନାହିଁ । ସଂସ୍କୃତର ଆଧୁନିକ ପ୍ରୟୋଗ ଓ ପ୍ରସାର ସମ୍ବନ୍ଧରେ ପ୍ରୟାଗରୁ ପ୍ରକାଶିତ ସମସାମୟିକ ସମୀକ୍ଷାତ୍ମକ ପତ୍ରିକା ‘ଦୃକ୍‌’ର ୨୦୦୫-୨୦୦୬ ମଧ୍ୟରେ ପ୍ରକାଶିତ ଅଙ୍କଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି ।

     ଆଧୁନିକ ସଂସ୍କୃତସାହିତ୍ୟରେ ଅନୁପ୍ରାସ-ଉପମା-ଯମକ-ରୂପକାଦି ପାରମ୍ପରିକ ନାନା ଅଳଙ୍କାରର ପ୍ରୟୋଗ ରହିଛି । ଏହା ସହିତ ଆଧୁନିକ ଯୁଗାନୁକୂଳ ବିଭିନ୍ନ ରୂପକଳ୍ପ, ଏକବିମ୍ବ, ପ୍ରତୀକବାଦ ଆଦି ଅନେକ ନୂତନ ଆଳଙ୍କାରିକ ତତ୍ତ୍ବ ସମାବିଷ୍ଟ ହୋଇଛି । ପାରମ୍ପରିକ ସଂସ୍କୃତ ଛନ୍ଦୋରାଜି ସହ ଆଧୁନିକ ରୁଚିର ଅନୁକୂଳ କେତେକ ବିଦେଶୀୟ ଛନ୍ଦର ଅନ୍ତର୍ଭୁକ୍ତି ସାମ୍ପ୍ରତିକ ସାହିତ୍ୟରେ ଆଦୃତ ହୋଇପାରିଛି । ଯଥା, ଜାପାନଦେଶୀୟ ‘ହାଇକୁ’ ଓ ‘ତାନ୍‌କା’ ତଥା କୋରିଆଦେଶୀୟ ‘ସିଜୋ’ ଛନ୍ଦ । ଏହି ତିନି ଛନ୍ଦ ସ୍ବ‌ସ୍ୱଗୁଣ ଅନୁସାରେ କାବ୍ୟବିଧା ମଧ୍ୟ ଅଟନ୍ତି ଏବଂ ନିର୍ଦ୍ଧାରିତ ବର୍ଣ୍ଣକ୍ରମରେ ସଜ୍ଜିତ ହେଲେ ଛନ୍ଦ ବୋଲି କଥିତ ହୁଅନ୍ତି । ଏଗୁଡ଼ିକର ମିଶ୍ରିତ ରୂପରେ ମଧ୍ୟ ଆଧୁନିକ ସଂସ୍କୃତ କବିତା ରଚିତ ହେଉଛି । ସଂସ୍କୃତରେ ମୌଳିକ ଉଦ୍ଭାବିତ ବିବିଧ ମାତ୍ରିକ ଗୀତିଛନ୍ଦ, ପାରସ୍ୟ ଓ ଉର୍ଦ୍ଦୁର ଗଜଲ୍, ଇଂରାଜୀର ସନେଟ୍ (ଚତୁର୍ଦ୍ଦଶପଙ୍‌କ୍ତି କବିତା) ତଥା କେତେକ ପ୍ରାଦେଶିକ ଲୋକଗୀତର ଛନ୍ଦ ମଧ୍ୟ ଅନ୍ତର୍ଭୁକ୍ତ । ହିନ୍ଦୀର ପ୍ରଭାବରେ ‘କୁଣ୍ଡଲିୟା’ ଛନ୍ଦ ଏବଂ ‘କ୍ଷଣିକା’ କବିତାବିଧା ସମାବିଷ୍ଟ ହୋଇଛି । ଓଡ଼ିଆ ସାହିତ୍ୟର ଅନେକ ଛନ୍ଦରେ ମଧ୍ୟ ସଂସ୍କୃତ କବିତା ରଚିତ ହେଉଛି । ଛନ୍ଦୋଯୋଜନା ଲେଖକଙ୍କ ରୁଚି ବା ଆଗ୍ରହ ଉପରେ ନିର୍ଭର କରେ । ମୁକ୍ତଛନ୍ଦ ବା ଛନ୍ଦୋମୁକ୍ତ କବିତା ମଧ୍ୟ ସଂସ୍କୃତ ସାହିତ୍ୟରେ ଦୃଷ୍ଟିପଥାରୂଢ଼ ହୋଇଥାଏ । ତେବେ ଏ ସବୁର ଯେତେପ୍ରକାର ବାହ୍ୟମିଶ୍ରଣ ହେଲେହେଁ ବ୍ୟାକରଣାଦି ବିଚାରରେ ସଂସ୍କୃତର ମୂଳସ୍ବରୂପ ସର୍ବଦା ଅକ୍ଷୁଣ୍ଣ ଏବଂ ଅବିକୃତ ରହିଛି । ଲେଖକମାନଙ୍କର ବ୍ୟକ୍ତିଗତ ରଚନାରୁଚିରେ ବିଭିନ୍ନତା ଥିଲେ ମଧ୍ୟ ସର୍ବୋପରି ପାରମ୍ପରିକତା ଓ ଆଧୁନିକତାର ସମନ୍ୱୟ ଆଧୁନିକ ସଂସ୍କୃତ ସାହିତ୍ୟର ସମୃଦ୍ଧି ଦିଗରେ ବିଶେଷ ଭୂମିକା ନିର୍ବାହ କରିଛି ।

     ଭାରତବର୍ଷର ବିଭିନ୍ନ ଭାଷାସାହିତ୍ୟରେ ଯେପରି ଭିନ୍ନ ଭିନ୍ନ ବିଭାଗ ରହିଛି, ଆଧୁନିକ ସଂସ୍କୃତ ସାହିତ୍ୟରେ ମଧ୍ୟ ସେପରି ରହିଛି । ପାରମ୍ପରିକ ମହାକାବ୍ୟ, ଖଣ୍ଡକାବ୍ୟ, ଗୀତିକାବ୍ୟ, ଦୂତକାବ୍ୟ, ଚମ୍ପୂକାବ୍ୟ, ସ୍ତୋତ୍ରକାବ୍ୟ, ଭ୍ରମଣକାବ୍ୟ, ନାଟକ, କଥା ପ୍ରଭୃତି ପରି ଅଧୁନା ମଧ୍ୟ ରଚନାବଳୀ ପ୍ରଣୀତ ହେଉଛି । ଏହା ସହିତ ପୂର୍ବରୁ ଆଦୌ ନାମିତ ହୋଇ ନ ଥିବା ବିଭାଗମାନ ସାମ୍ପ୍ରତିକ ସଂସ୍କୃତ ସାହିତ୍ୟରେ ଅନ୍ତର୍ଭୁକ୍ତ ହୋଇସାରିଛି । ଏହା ସହିତ ଆଧୁନିକ ସାହିତ୍ୟର କାବ୍ୟଶ୍ରେଣୀରେ ବିଭିନ୍ନ ବିଭାଗ ରହିଛି । ଯଥା, ରାଗକାବ୍ୟ, ଲହରୀକାବ୍ୟ, ମୌଳିକ-ନବ୍ୟଛନ୍ଦ- ପ୍ରଣୀତ ଗୀତିକାବ୍ୟ, ଅନ୍ୟାପଦେଶ-କାବ୍ୟ, ହାସ୍ୟ-ବ୍ୟଙ୍ଗ୍ୟକାବ୍ୟ, ଉପନିଷଦୀୟ ବା ଦାର୍ଶନିକ କାବ୍ୟ, ନବ୍ୟଶତକ-କାବ୍ୟ । ଆହୁରି ରହିଛି ମୁକ୍ତଛନ୍ଦୋବଦ୍ଧ ବା ଛନ୍ଦମୁକ୍ତ କାବ୍ୟ, ବିଦେଶୀୟ ହାଇକୁ-ସିଜୋ-ତାନ୍‌କା ଆଦି ଛନ୍ଦରେ ରଚିତ କାବ୍ୟ, ଚତୁର୍ଦ୍ଦଶପଙ୍‌କ୍ତି କବିତା (ସନେଟ୍), ଗଲଜ୍ଜଲିକା (ଗଜଲ୍), କ୍ଷଣିକା, ବାସରିକ-କବିତା, କବାଲୀ ବା କାବ୍ୟାଲୀ ଆଦି ଲୋକଗୀତ, ପ୍ରହେଳିକା କାବ୍ୟ, ବିମାନକାବ୍ୟ, ଶିଶୁକବିତା ବା ବାଲକବିତା, ସୁଭାଷିତ କାବ୍ୟ ବା ସୂକ୍ତି-କବିତା, ଚରିତକାବ୍ୟ ଇତ୍ୟାଦି ।

     ପାରମ୍ପରିକ ଗଦ୍ୟକାବ୍ୟରେ ଦ୍ବିବିଧ ବିଭାଜନ ରହିଛି, କଥା ଓ ଆଖ୍ୟାୟିକା । ଏହା ସହିତ ଆଧୁନିକ ସଂସ୍କୃତରେ ରହିଛି, ଉପନ୍ୟାସ, ଲଘୁ-ଉପନ୍ୟାସ ବା ଉପନ୍ୟାସିକା, ଦୀର୍ଘକଥା, ଲଘୁକଥା, ଟୁପ୍-କଥା ବା ଲଘୁ-ଲଘୁ କଥା (ଇଂରାଜୀରେ ଶର୍ଟ୍-ଶର୍ଟ୍ ଷ୍ଟୋରି), ନବ୍ୟକଥା, ରହସ୍ୟକଥା ବା ସ୍ପଶ-କଥା (ଇଂରାଜୀରେ ଡିଟେକ୍ଟିଭ୍ ଷ୍ଟୋରି), ହାସ୍ୟବ୍ୟଙ୍ଗ୍ୟ-କଥା, ତ୍ରାସଦ-କଥା, ଶିଶୁକଥା ବା ବାଲକଥା, ଯାତ୍ରାବୃତ୍ତାନ୍ତ ଆଦି । ‘କଥା’-ଶବ୍ଦର ପର୍ଯ୍ୟାୟବାଚୀ ରୂପେ ‘କଥାନୀ’ ଓ ‘କଥାନିକା’ ଶବ୍ଦର ପ୍ରୟୋଗ ମଧ୍ୟ ରହିଛି । ଆଧୁନିକ ସଂସ୍କୃତସାହିତ୍ୟର ରୂପକ-ଶ୍ରେଣୀରେ ରହିଛି : ନାଟକ-ପ୍ରକରଣାଦି ସହ ଏକାଙ୍କୀ ବା ଏକାଙ୍କିକା, ବୀଥି-ନାଟକ ବା ପଥପ୍ରାନ୍ତ ନାଟକ, ରେଡିଓ-ନାଟକ, ନୃତ୍ୟନାଟିକା, ଗୀତିନାଟ୍ୟ, ଶିଶୁ-ନାଟକ ଆଦି । ଗଦ୍ୟ-ସାହିତ୍ୟରେ ଲଳିତନିବନ୍ଧ ଆଦି ମଧ୍ୟ ରହିଛି । ଆଧୁନିକ ସଂସ୍କୃତ ସାହିତ୍ୟର ଗଦ୍ୟ-ପଦ୍ୟ ଉଭୟ ବିଭାଗରେ ଅନୁବାଦ-ସାହିତ୍ୟ ମଧ୍ୟ ପ୍ରଣିଧେୟ । ବିଭିନ୍ନ ଭାରତୀୟ ଭାଷା ତଥା ବିଦେଶୀୟ ଭାଷାରେ ରଚିତ କଥା-ଉପନ୍ୟାସ-ନାଟକ-କାବ୍ୟକବିତା-ଗୀତାଦିର ସଂସ୍କୃତାନୁବାଦ ଜନସମାଜରେ ସୁପରିଚିତି ଲାଭ କରିଛି ।

     ପାରମ୍ପରିକ କାବ୍ୟଶାସ୍ତ୍ରବିଭାଗରେ ମମ୍ମଟାଚାର୍ଯ୍ୟଙ୍କ ‘କାବ୍ୟପ୍ରକାଶ' ଓ ଆଳଙ୍କାରିକ ବିଶ୍ବନାଥ କବିରାଜଙ୍କ ‘ସାହିତ୍ୟଦର୍ପଣ’ ଗ୍ରନ୍ଥ ଜନସମାଜରେ ସୁପ୍ରସିଦ୍ଧ । ସେହିପରି ଆଧୁନିକ ସଂସ୍କୃତ ସାହିତ୍ୟର ବିବେଚନାପରକ ନବ୍ୟ କାବ୍ୟଶାସ୍ତ୍ରମାନ ରଚିତ ହୋଇଛି । ଏ ଶ୍ରେଣୀରେ ଆଚାର୍ଯ୍ୟ ରେବାପ୍ରସାଦ ଦ୍ବିବେଦୀଙ୍କ ‘କାବ୍ୟାଳଙ୍କାର-କାରିକା', ଅଭିରାଜ-ରାଜେନ୍ଦ୍ର ମିଶ୍ରଙ୍କ ‘ଅଭିରାଜ-ୟଶୋଭୂଷଣମ୍”, ରାଧାବଲ୍ଲଭ ତ୍ରିପାଠୀଙ୍କ ‘ଅଭିନବ-କାବ୍ୟାଳଙ୍କାର-ସୂତ୍ରମ୍’, ରହସବିହାରୀ ଦ୍ବିବେଦୀଙ୍କ ‘ନବ୍ୟକାବ୍ୟତତ୍ତ୍ଵ-ମୀମାଂସା' ଆଦି ଉଲ୍ଲେଖନୀୟ । ଏଥିରେ ଆଧୁନିକ କାବ୍ୟ-ଉପନ୍ୟାସ-କଥା ଆଦିର ଲକ୍ଷଣ ଓ ବିବେଚନା ବର୍ଣ୍ଣିତ । ପାରମ୍ପରିକ କାବ୍ୟରେ ଶୃଙ୍ଗାର-ହାସ୍ୟାଦି ନବରସ ସହିତ ବହୁପୂର୍ବରୁ ଭକ୍ତିରସ ଓ ବାତ୍ସଲ୍ୟ (ବତ୍ସଳ) ରସ ଅନ୍ତର୍ଭୁକ୍ତ ହୋଇଛି । ଆଧୁନିକ ସଂସ୍କୃତ ସାହିତ୍ୟରେ ରାଷ୍ଟ୍ରଭକ୍ତି ବା ଦେଶପ୍ରେମ ଏକ ସ୍ବତନ୍ତ୍ର ରସ ରୂପରେ ପ୍ରତିପାଦିତ । ଆଧୁନିକ ସଂସ୍କୃତର ସୌନ୍ଦର୍ଯ୍ୟଶାସ୍ତ୍ରରାଜି ସୌନ୍ଦର୍ଯ୍ୟତତ୍ତ୍ଵ ଚର୍ଚ୍ଚାରେ ଓ ଛନ୍ଦଶାସ୍ତ୍ରମାନ ଆଧୁନିକ ଛନ୍ଦପ୍ରୟୋଗରେ ମଧ୍ୟ ନବ୍ୟ ନିର୍ମାଣ ଓ ନବ୍ୟ ଉଚ୍ଚାରଣର ସନ୍ଦେଶ ବହନ କରିଛି । ଏହିପରି ବିଭିନ୍ନ କ୍ଷେତ୍ରରେ ସଂସ୍କୃତର ଆଧୁନିକ ଦୃଷ୍ଟିଭଙ୍ଗୀ ସାହିତ୍ୟକୁ ଅଧିକ ପୁଷ୍କଳ ଓ ସମୃଦ୍ଧ କରିବାରେ ସହାୟକ ହୋଇଛି ।

   ଆଧୁନିକତା-ପ୍ରସଙ୍ଗରେ ‘ମାଳବିକାଗ୍ନିମିତ୍ର’ ନାଟକର ପ୍ରସ୍ତାବନାରେ କବିକୁଳଗୁରୁ କାଳିଦାସ କହିଛନ୍ତି : 
'ପୁରାଣମିତ୍ୟେବ ନ ସାଧୁ ସର୍ବଂ 
ନ ଚାପି କାବ୍ୟଂ ନବମିତ୍ୟବଦ୍ୟମ୍‌ । 
ସନ୍ତଃ ପରୀକ୍ଷ୍ୟାନ୍ୟତରଦ୍ ଭଜନ୍ତେ 
ମୂଢ଼଼ଃ ପରପ୍ରତ୍ୟୟ-ନେୟ-ବୁଦ୍ଧିଃ ॥’ 
ଏହାର ତାତ୍ପର୍ଯ୍ୟ ହେଉଛି, ପୁରାତନ ହେବା କାରଣରୁ ସବୁ ପୁରାତନ ବସ୍ତୁ ଯେ ଉତ୍ତମ, ଏମିତି କଥା ନୁହେ । ନୂତନ ଭାବରେ ଆଗତ ହେବା ଯୋଗୁଁ ସବୁ ନୂତନ କାବ୍ୟ ବା ବସ୍ତୁ ଯେ ହେୟ ବା ଦୋଷଯୁକ୍ତ ଅଟେ, ଏମିତି କଥା ମଧ୍ୟ ନୁହେ । ବିବେକୀ ବ୍ୟକ୍ତି ଉତ୍ତମ ଓ ଅଧମ ବିଷୟରେ ଅନୁଶୀଳନ କରି ଉତ୍ତମକୁ ହିଁ ଗ୍ରହଣ କରିଥାଏ । ମୂଢ଼ ବ୍ୟକ୍ତି ବିଚାରଶକ୍ତିର ଅଭାବ ହେତୁ ଅନ୍ୟର ବିଶ୍ଵାସ ଉପରେ ନିର୍ଭର କରି ନିଜ ବୁଦ୍ଧିକୁ ପରିଚାଳିତ କରିଥାଏ ।

     ଆଜି ଯାହା ଆଧୁନିକ କୁହାଯାଉଛି, ସମୟର ଗତିରେ ତାହା ପୁରାତନ ବୋଲି ନାମିତ ହେବ । ଆଧୁନିକ ସାହିତ୍ୟର ଅନେକ ଲେଖକ ପୁରାତନ ବା ପାରମ୍ପରିକ ବିଷୟକୁ ଆଧାର କରି ସେଥିରେ ମୂଲ୍ୟବୋଧସମ୍ପନ୍ନ ସମକାଳିକ ଶୈଳୀ ବା ପ୍ରବୃତ୍ତିର ସଂଯୋଜନାପୂର୍ବକ କାବ୍ୟାଦି-ପ୍ରଣୟନରେ ବ୍ରତୀ ଅଛନ୍ତି ଏବଂ ସାମ୍ପ୍ରତିକ ସମାଜରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଯୁଗ ସହିତ ସମତାଳ ଦେଇ ସକାରାତ୍ମକ ନବ୍ୟରୂପ ମାଧ୍ୟମରେ ସାହିତ୍ୟ ପ୍ରଣୀତ ହେଲେ ତାହା ସମାଜ ପକ୍ଷେ ହିତକର ଓ ଗୌରବସମ୍ପନ୍ନ ହୋଇଥାଏ । ବାସ୍ତବତା ଓ କଳ୍ପନାବିଳାସର ସମନ୍ୱୟରେ ସାହିତ୍ୟର କଳେବର ସମୃଦ୍ଧି ଲାଭ କରିଥାଏ । ବାସ୍ତବତା ପରି କଳ୍ପନା-ବିଳାସରେ ମଧ୍ୟ ଜୀବନର ବିଭିନ୍ନ ଅନୁଭୂତି ଗର୍ଭିତ ହୋଇଥାଏ । ଜୀବନ ସହିତ ସାହିତ୍ୟର, ସାହିତ୍ୟ ସହିତ ସମାଜର, ସମାଜ ସହିତ ଦେଶର, ଦେଶ ସହିତ ବିଶ୍ଵର ପରସ୍ପର ଭାବସମ୍ବନ୍ଧ ଚିରନ୍ତନ । ଏଥିପାଇଁ ସର୍ଜନାତ୍ମକ ବା ରଚନାତ୍ମକ ଉପାଦାନଯୋଗେ ରଚିତ ସାହିତ୍ୟ ସମାଜର କଲ୍ୟାଣସାଧନ କରିଥାଏ । ସମାଜକୁ ନକାରାତ୍ମକ ଚିନ୍ତନ ଦ୍ୱାରା ଉଦ୍‌ବୁଦ୍ଧ କରିବା ମାନବ-ଜୀବନ ଉପରେ କୁପ୍ରଭାବ ପକାଇଥାଏ । ସମାଳରେ ଥିବା କୁପ୍ରଥା, ଦୁର୍ନୀତି ଆଦି ନାନା ସମସ୍ୟାର ସମାଧାନ ଲାଗି ସାହିତ୍ୟରେ ଉପଯୁକ୍ତ ସକାରାତ୍ମକ ଚିନ୍ତନ ଓ ଶିକ୍ଷଣୀୟ ସୁସଂସ୍କାର-ଭାବନା ଅନ୍ତର୍ଭୁକ୍ତ ହେବା ବିଧେୟ । ସଂସ୍କୃତ ସାହିତ୍ୟରେ ବିଶ୍ୱଜନୀନ ମଙ୍ଗଳମୟ, ସୌନ୍ଦର୍ଯ୍ୟମୟ ଓ ଆନନ୍ଦମୟ ବିଷୟାବଳୀ ନିହିତ ରହିଛି । ଏହା ସମସ୍ତଙ୍କ ପାଇଁ ସର୍ବଦା ଉପାଦେୟ । ପ୍ରାଚୀନ ହୁଅନ୍ତୁ ବା ଆଧୁନିକ ହୁଅନ୍ତୁ, ପ୍ରତ୍ୟେକ ରଚନାକାରଙ୍କ ପ୍ରତିଭାରେ କିଛି ମୌଳିକତା ବା ସ୍ୱତନ୍ତ୍ରତା ରହିଥାଏ । ଆଧୁନିକ ଯୁଗରେ ସଂସ୍କୃତସାହିତ୍ୟର ବହୁପ୍ରତିଭାବାନ୍ ଲେଖକ ଅଛନ୍ତି । ଆଧୁନିକ ସଂସ୍କୃତ କବିତା ନିଜର କାବ୍ୟଗୁଣାନୁସାରେ ବହୁଲୋକପ୍ରିୟ ହୋଇପାରିଛି ।

     ପ୍ରତ୍ୟେକ ଭାଷାର ଦୁଇଟି ଦିଗ ଥାଏ, ସରଳ ଓ କଠିନ । ଲୋକବ୍ୟବ‌ହାରରେ ସରଳ ଦିଗର ଓ ଶାସ୍ତ୍ରାଦି ରଚନା-ଆଲୋଚନାରେ ପ୍ରୟୋଜନମତେ କଠିନ ଦିଗର ଅବଲମ୍ବନ କରାଯାଇଥାଏ । କେତେକେ ସଂସ୍କୃତକୁ କଠିନ ଭାଷା ବୋଲି ବିବେଚନା କରିଥାନ୍ତି । ମାତ୍ର ଏହା ଭ୍ରାନ୍ତ ଧାରଣା । ଭିନ୍ନ-ବର୍ଣ୍ଣମାଳାଯୁକ୍ତ ଓ ଭିନ୍ନ-ଶବ୍ଦାବଳୀଯୁକ୍ତ ଇଂରାଜୀ ଆଦି ବିଦେଶୀୟ ଭାଷାକୁ ବହୁପରିଶ୍ରମରେ ଶିକ୍ଷା କରିବା ଲାଗି ଲୋକେ ଚେଷ୍ଟିତ । କିନ୍ତୁ ଭାରତୀୟ ଭାଷାରାଜିର ମୂଳ ଆଧାର ଓ ଭାରତୀୟ ଜ୍ଞାନବିଜ୍ଞାନର ମୂଳ ନିଧାନ ସଂସ୍କୃତର ଶିକ୍ଷା ପାଇଁ ଅନେକେ କୁଣ୍ଠିତ । ଆଜିକାଲିର ବିଜ୍ଞାନ ଯୁଗରେ ସ୍ବଦେଶୀ ଓ ବିଦେଶୀ ଉଭୟ ଭାଷାର ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ମୂଳଭାଷା ସଂସ୍କୃତର ବର୍ଣ୍ଣସମୂହ ଭାରତୀୟ ଅନ୍ୟାନ୍ୟ ଭାଷାରେ ଥିବାରୁ ସଂସ୍କୃତ ଶିକ୍ଷା ବହୁତ ସହଜ । ସଂସ୍କୃତରେ ଶବ୍ଦ ଯେମିତି ଲେଖାଯାଏ, ସେମିତି ଉଚ୍ଚାରଣ କରାଯାଏ ଏବଂ ଯେମିତି ଉଚ୍ଚାରଣ କରାଯାଏ, ସେମିତି ଲେଖାଯାଏ । ସଂସ୍କୃତରେ ବାକ୍ୟଗଠନର ଶୈଳୀକୁ ଲକ୍ଷ୍ୟ କଲେ ଅତି ଆଶ୍ଚର୍ଯ୍ୟ ଲାଗେ । ବାକ୍ୟରେ କର୍ତ୍ତା-କ୍ରିୟାଦି ଶବ୍ଦଗୁଡ଼ିକର ସ୍ଥାନ ପରିବର୍ତ୍ତନ କଲେ ମଧ୍ୟ ବାକ୍ୟାର୍ଥର କୌଣସି ପରିବର୍ତ୍ତନ ହୁଏ ନାହିଁ । ବ୍ୟବହାରର ମାନସିକତା ଥିଲେ ସଂସ୍କୃତ ହେଉଛି ଅତ୍ୟନ୍ତ ସରଳ ଭାଷା । ସଂସ୍କୃତ ପ୍ରତି ଯେଉଁମାନଙ୍କର ଭ୍ରାନ୍ତ ଧାରଣା ରହିଛି, ସେମାନେ ସକାରାତ୍ମକ ଚିନ୍ତନ କଲେ ପ୍ରଶସ୍ତ ହୃଦୟରେ ସଂସ୍କୃତର ଗତିଶୀଳତା ଏବଂ ପ୍ରଗତିଶୀଳତାକୁ ଚିହ୍ନିପାରିବେ । ଭାରତ-ଭାରତୀ ସଂସ୍କୃତର ନବ୍ୟରୂପରେ ପରିପ୍ରକାଶ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଦୀପ୍ତିମନ୍ତ ନିଦର୍ଶନ ରୂପେ ଚିରକାଳ ରହିଥିବ । ଏତିକି କୁହାଯାଇପାରେ ଯେ ବୈଶ୍ୱିକ ଚେତନାର ପ୍ରବାହରେ ଆଧୁନିକ ସଂସ୍କୃତ ସାହିତ୍ୟର ଅତ୍ୟନ୍ତ ଉଜ୍ଜ୍ଵଳ ସମ୍ଭାବନା ରହିଛି । ପରିଶେଷରେ ଏହି ଉକ୍ତି ସ୍ମରଣ କରିବା ସମୀଚୀନ ହେବ : 
‘ପ୍ରାଚୀନତ୍ବଂ ସମାଶ୍ରିତ୍ୟ ନୂତନତ୍ବଂ ବିତନ୍ବତୀ । 
ବହନ୍ତୀ ସନ୍ତତଂ ଧାରା ଭାତି ଭାରତ-ଭାରତୀ ॥’
********
ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଓ ମୁଖ୍ୟ,
ସ୍ନାତକୋତ୍ତର ସଂସ୍କୃତବିଭାଗ,
ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟ, 
ସମ୍ବଲପୁର, ଓଡ଼ିଶା.
(ସମ୍ପ୍ରତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ)
ଦୂରଭାଷ : ୯୪୩୭୩୬୨୯୬୨.
********
सौजन्य : 
"संस्कृतर आधुनिक स्थिति ओ साहित्य" 
ओड़िआ लेख : डॉ. हरेकृष्ण मेहेर * 
प्रकाशित : "सत्यवादी" पत्रिका, पूजा विशेषांक, अक्टूबर २०२४, पृष्ठा ७९-८३, समाज कार्यालय, गोपबन्धु भवन, बक्सि बजार, कटक, ओड़िशा.
लिंक् : 

लिंक् : https://www.facebook.com/share/p/16K7fdcmtW/
******
प्रयोजनानुसार मूल आधार लेख द्रष्टव्य : 
https://www.facebook.com/share/p/19XLNHMn7L/
======

Monday, August 4, 2025

Goswami Tulasidas O SriRamacharitamanas *ଗୋସ୍ବାମୀ ତୁଳସୀଦାସ ଓ ଶ୍ରୀରାମଚରିତମାନସ* Literary Program by Akhil Bharatiya Sahitya Parishad, Ganjam, Odisha: Speaker Dr.Harekrishna Meher

Goswami Tulasidas O SriRamacharitamanas *

ଗୋସ୍ବାମୀ ତୁଳସୀଦାସ ଓ ଶ୍ରୀରାମଚରିତମାନସ 
*********
A Literary Program on "Goswami Tulasidas and SriRamacharitamanas" was organised by Akhila Bharatiya Sahitya Parishad, Ganjam Branch, Brahmapur, Odisha  on 30 July 2025, Wednesday at 7.30 pm through Google Meet App. Online.
*
As an invited speaker, Dr. Harekrishna Meher delivered speech on Birth Identity of Saint-Poet Goswami Tulasidas and his valuable contributions to the Indian Literature. Continued discussion on social, cultural and spiritual importance of Saint Tulasidas's great immortal work SriRamacharitamanas  therein contextually reciting several verses and slokas from different chapters (kanda).
Further elaborated discussion on his works in spiritual  perspective and their positive social values. Also elucidated with quotations regarding some influence of SriRamcharitamanas on Odia literary works of Kavivar Radhanath Ray and Swabhavakavi Gangadhar Meher.
During speech, he explained the spiritual impression and divine vision of SriRama-devotee Goswami Tulasidas on Lord Jagannatha, Lord Balabhadra and Devi Subhadra worshipped as Lord SriRama, Lakshmana and Devi Sita respectively.
Dr. Meher comparatively presented Upanishadic Verse 'अपाणिपादो जवनो ग्रहीता'.. and 'बिनु पद चलइ सुनइ बिनु काना'..  etc. from SriRamacharitamanas. Furthermore expressed own views on socio-cultural significance of Hanuman Chalisa and other compositions of Saint-Poet Tulasidas.

Goswami Tulasidas is regarded as an incarnation of Sage Valmiki, the author of great epic Ramayana. SriRamacharitamanas is popularly known as Tulasi Ramayana.
During discussion, Dr. Meher  presented some similarities between Mahakavi Kalidasa, author of Raghuvansha Kaya and Goswami Tulasidas, author of  SriRamcharitamanas regarding humbleness,  dedication and keen devotion in writing own great compositions.

Also elucidated the humanitarian universal feelings of Sage Vyasadeva and Goswami Tulasidas by quoting the sloka 'परोपकार: पुण्याय पापाय पर-पीडनम्' and the verses 'परहित सरिस धर्म नहिं भाई, परपीड़ा सम नहिं अधमाई ।।'
*
Hearty thanks and gratitude to the esteemed Convenor Prof. Dr. Prakash Chandra Panigrahi and the Sahitya Parishad for organizing this beautiful program. It was very much encouraging, delightful and enjoyable with some songs and other discussions.
*******
Regards to All.
🙏🙏🙏
---------
Some Photosnaps of the program are posted on Facebook.
****
https://www.facebook.com/share/p/18YN4dUjKh/
----
https://www.facebook.com/share/p/1GW7ashA3K/
----
https://x.com/DrHarekrishnaM/status/1950819250345574548?t=IchRYowPvudRa-5ITWlKBQ&s=19
****

* ଗୁରୁପୂର୍ଣ୍ଣିମା ଓ ମହର୍ଷି ବ୍ୟାସ *(Guru Purnima O Maharshi Vyasa): Literary Program by Baikunthanath Smruti Sansad, Salepur, Odisha: Speaker Dr.Harekrishna Meher

* ଗୁରୁପୂର୍ଣ୍ଣିମା ଓ ମହର୍ଷି ବ୍ୟାସ *
(Guru Purnima O Maharshi Vyasa)
---------
A Literary Program on "Guru Purnima and Maharshi Vyasa" was organised by Baikunthanath Smruti Sansad, Japakud, Salepur, Cuttack, Odisha on the sacred occasion of VyasaPurnima or GuruPurnima on 10 July 2025 Thursday at 7.30 pm through Google Meet App. Online.
*
As an invited speaker, Dr. Harekrishna Meher delivered speech on Maharshi Vyasadeva's Birth and his valuable contributions to the World Literature therein contextually reciting several verses from SriGuruGita, Mahabharata, SrimadBhagavadGita,  Brahmasutra, Bhagavata-Purana including Gopigitam and related works. Continued discussion on epical style, spiritual significance, cultural harmony, social values and universal well-being in Vyasadeva's Sanskrit writings that have influenced the literatures of several Indian languages.
*
परोपकार: पुण्याय पापाय परपीड़नम् ।
*
Other noted speaker Dr. Kaliprasanna Satapathy  presented his elaborate  discussions on several aspects of Guru-tradition and Sage Vyasadeva with references from Sanskrit Puranas, SriGuruGita and other works. 
Some other speakers also presented their discussions on Guru Purnima.
*
Hearty thanks and gratitude to Esteemed Convenor Sri Ananta Gopal Panda, Prof. Dr. Prakash Chandra Panigrahi and the Sansad for this nice, inspiring and enjoyable program.
=====
Some Photosnaps of the program are posted on Facebook.
-------
Facebook Post :
https://www.facebook.com/share/p/191mKmfPKL/
---
https://www.facebook.com/share/p/1Aj869coGG/
---
https://x.com/DrHarekrishnaM/status/1946057672370909219?t=cT45n7ZOsWWVXyDiuEC3fQ&s=19
******

*Maharshi Vyasadeva O Mahabharata *ମହର୍ଷି ବ୍ୟାସଦେବ ଓ ମହାଭାରତ: Akhil Bharatiya Sahitya Parishad, Ganjam Branch, Odisha: Literary Program: Speaker Dr.Harekrishna Meher

*Maharshi Vyasadeva O Mahabharata *
ମହର୍ଷି ବ୍ୟାସଦେବ ଓ ମହାଭାରତ
*********
A Literary Program on "Maharshi Vyasadeva and  Mahabharata" was organised by Akhila Bharatiya Sahitya Parishad, Ganjam Branch, Brahmapur, Odisha  on 9July 2025, Wednesday at 7.30 pm through Google Meet App. Online, on the sacred occasion of Maharshi Vyasadeva Jayanti.
*
As an invited speaker, Dr. Harekrishna Meher delivered speech on Sage Vyasadeva's Birth Identity and his valuable contributions to the World Literature. Continued discussion on social and cultural significance of Sage Vyasadeva's great Sanskrit epic Mahabharata therein contextually reciting some verses from different Parvas including Srimad-Bhagavad-Gita.
Further presented discussion on all-encompassing aspects of Mahabharata in humanitarian perspective and  their positive social values.
यतो धर्मस्ततो जय: ।
*
Hearty thanks and gratitude to esteemed Convenor Prof. Dr. Prakash Chandra Panigrahi and the Sahitya Parishad for organizing this beautiful program. The program was very much inspiring, delightful and enjoyable with some songs and other discussions.
******
Some Photosnaps of the program are posted on Facebook.
******
Facebook Post:
https://www.facebook.com/share/p/177rfEP9h8/
---
https://www.facebook.com/share/p/1BvHG8GeGw/
----
X Link :
https://x.com/DrHarekrishnaM/status/1943898624267849746?t=Yi_7pDrTI5G2_fCveDSS3g&s=19
*****