'NISHA' (Odia Song)
Lyrics and Tuning : Dr. Harekrishna Meher
(Regarding Prevention of Drug Use)
------
* निशा * (ओड़िआ गीत)
रचना एवं स्वरयोजना : डॉ. हरेकृष्ण मेहेर
------
* ନିଶା * (ଗୀତିକବିତା)
ରଚନା ଓ ସ୍ବରଯୋଜନା : ଡକ୍ଟର୍ ହରେକୃଷ୍ଣ ମେହେର
========
ନିଶା, ନିଶା, ନିଶାରେ,
ନିଜକୁ ନ ମିଶା ରେ ।
ଦିବସେ କି ନିଶାରେ,
ନ ରସ ତୁ ନିଶାରେ ।
ଯେ ରସିଲା, ସେ ସରିଲା,
କେତେ ଦୁଃଖ ଦଶାରେ ।
ନିଶା, ନିଶା, ନିଶାରେ,
ନିଜକୁ ନ ମିଶା ରେ ।। (୦)
*
ପଶ୍ଚିମର ଅନ୍ଧାରେ,
ନ ହୁଅ ତୁ ବନ୍ଧା ରେ ।
ରବି ଜ୍ୟୋତି ପରକାଶେ
ଦେଖ ପୂର୍ବ ଦିଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। (୧)
*
ବହୁମୂଲ୍ୟ ପରାଣ,
ବୃଥା ନୁହେ ତୁ ଜାଣ ।
ଜୀଇଁ ଶିଖ ସୁଖେ ହସି,
ମଧୁଭରା ଆଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। (୨)
*
ଘେନି ନିଶା ଦରବ,
ନାଶ ଯାଏ ମାନବ ।
ଏ ଦୁର୍ଗୁଣ ଛାଡ଼ ସଦା,
ନ ବୁଡ଼ ନିରାଶାରେ ।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।।
ନିଶା, ନିଶା, ନିଶାରେ ।
ନିଜକୁ ନ ମିଶା ରେ ।। (୩)
====
ଏ ଗୀତଟି କହରୱ। (୪+୪) ୮-ମାତ୍ରା ତାଳରେ ପରିବେଷଣୀୟ ।
(ରଚନା କାଳ : ତା: ୯-୫-୧୯୯୭)
------
Included in
'Kavitavali-Madhuri' (Anthology of Odia Poems) : କବିତାବଳୀ-ମାଧୁରୀ :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
****
Nisha : ନିଶା (ଗୀତିକବିତା) :
https://hkmeher.blogspot.com/2026/08/nisha-odia-song-drharekrishna-meher.html
****

No comments:
Post a Comment