Durgashtaka * दुर्गाष्टक * ଦୁର୍ଗାଷ୍ଟକ *
(Devotional Odia Song: Prayer for Goddess Durga)
By : Dr. Harekrishna Meher
===
* दुर्गाष्टक *
(ओड़िआ भक्तिपरक गीत : दुर्गादेवी-स्तुति)
रचयिता : डॉ. हरेकृष्ण मेहेर
---------
* ଦୁର୍ଗାଷ୍ଟକ *
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
(ରାଗ - ଚତୁର୍ଦ୍ଦଶାକ୍ଷରୀ)
======
ଜୟ ଜୟ ଦୁର୍ଗା ମାଗୋ ! ଦୁର୍ଗତି-ହାରିଣୀ ।
କେଶରୀବାହିନୀ ଦୁଷ୍ଟ-ଦୈତ୍ୟ-ସଂହାରିଣୀ ।। (୧)
ଉମା ହୈମବତୀ ତୁହି ଈଶ୍ୱରୀ ପାର୍ବତୀ ।
କାଳିକା ସର୍ବମଙ୍ଗଳା ଗୌରୀ ଭଗବତୀ ।। (୨)
ଗାୟତ୍ରୀ ସାବିତ୍ରୀ ଆଦି ବହୁ ନାମ ତୋର ।
କେବେ ଶାନ୍ତ ରୂପ ତୋର କେବେ ମହାଘୋର ।। (୩)
ଧର୍ମରକ୍ଷା ଅର୍ଥେ ମାଗୋ ! ବିସ୍ତାରିଛୁ କାୟା ।
ଦଶଭୁଜା ଆଦିଶକ୍ତି ଦେବୀ ମହାମାୟା ।। (୪)
ମାତା ଶକ୍ତି ଜ୍ଞାନ ବିଦ୍ୟା ବୁଦ୍ଧି ସ୍ବରୂପରେ ।
ବ୍ୟାପି ରହିଅଛୁ ତୁହି ସକଳ ବିଶ୍ବରେ ।। (୫)
ଜଗତ-ଜନନୀ ସର୍ବ-ବିପତ୍ତି-ନାଶିନୀ ।
ପ୍ରସନ୍ନ ମାନସେ ହୁଅ ବର-ପ୍ରଦାୟିନୀ ।। (୬)
ଭକତ ଜନର ଦୁଃଖ କର ନିବାରଣ ।
ତୋହରି ଚରଣେ ମାତ ! ପଶିଲି ଶରଣ ।। (୭)
ଅନୁକମ୍ପା ବହି ଦୋଷ ଥିଲେ କ୍ଷମା କର ।
ସିଦ୍ଧ ହେଉ ମନୋବାଞ୍ଛା ପ୍ରସାଦେ ତୋହର ।। (୮)
ଏ ତୋର ଅଷ୍ଟକ ସର୍ବ କଷ୍ଟ କରୁ ନାଶ ।
ହରେକୃଷ୍ଣ ଧ୍ୟାୟେ ମାଗୋ ! ପୂର୍ଣ୍ଣ କର ଆଶ ।। (୯)
-----
(ଇତି ଶ୍ରୀହରେକୃଷ୍ଣ-ମେହେର-ବିରଚିତ ଦୁର୍ଗାଷ୍ଟକ ସମ୍ପୂର୍ଣ୍ଣ ।)
====
*
(ରଚନା ସମୟ : ୧୯୮୧ ମସିହା ।
ଏହି ଦୁର୍ଗାସ୍ତୁତି ଅନେକ ବର୍ଷ ପର୍ଯ୍ୟନ୍ତ ସିନାପାଲି ଗ୍ରାମ-ସ୍ଥିତ ଶ୍ରୀଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ବେଳେ ନିୟମିତ ଗାନ କରାଯାଉଥିଲା ।)
====
(Odia Song 'Durgashtaka' in Devanagari Script)
------
* दुर्गाष्टक *
(ओड़िआ भक्तिगीत : दुर्गादेवी-स्तुति)
रचयिता : डॉ. हरेकृष्ण मेहेर
(राग - चतुर्दशाक्षरी)
---------
जय जय दुर्गा मागो ! दुर्गति-हारिणी ।
केशरी-बाहिनी दुष्ट-दैत्य-संहारिणी ।। (१)
उमा हैमबती तुहि ईश्वरी पार्बती ।
काळिका सर्बमङ्गळा गौरी भगबती ।। (२)
गायत्री साबित्री आदि बहु नाम तोर ।
केबे शान्त रूप तोर केबे महाघोर ।। (३)
धर्मरक्षा अर्थे मागो ! बिस्तारिछु काया ।
दशभुजा आदिशक्ति। देबी महामाया ।। (४)
माता शक्ति ज्ञान बिद्या बुद्धि स्वरूपरे ।
व्यापि रहिअछु तुहि सकळ बिश्वरे ।। (५)
जगत-जननी सर्ब-बिपत्ति-नाशिनी ।
प्रसन्न मानसे हुअ बर-प्रदायिनी ।। (६)
भकत जनर दु:ख कर निबारण ।
तोहरि चरणे मात ! पशिलि शरण ।। (७)
अनुकम्पा बहि दोष थिले क्षमा कर ।
सिद्ध हेउ मनोबाञ्छा प्रसादे तोहर ।। (८)
ए तोर अष्टक सर्ब कष्ट करु नाश ।
हरेकृष्ण ध्याये मागो ! पूर्ण्ण कर आश ।। (९)
(इति श्रीहरेकृष्ण-मेहेर-बिरचित दुर्गाष्टक सम्पूर्ण्ण)
====
रचना काल : १९८१ ईसवी.
====
Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link : Kavitavali-Madhuri :
କବିତାବଳୀ-ମାଧୁରୀ : https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
****
*Durgashtaka * ଦୁର୍ଗାଷ୍ଟକ (Odia Poem) Link :
https://hkmeher.blogspot.com/2026/08/durgashtaka-devotional-odia-song-stuti.html
*****

No comments:
Post a Comment