Jibanara Anwesha (Odia Poem) By Dr. Harekrishna Meher)
*****
* ଜୀବନର ଅନ୍ବେଷା *
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
-----------
ଜୀବନ ଏ ଯଦି ତୁମ ପାଇଁ ଫୁଲ-
ଗୁଚ୍ଛ ହୁଏ,
ଆଉ ଯେତେ ସବୁ ବସ୍ତୁ ଜଗତେ
ତୁଚ୍ଛ ହୁଏ ।
ତେବେ କିସ ଅଛି ସତ୍ୟ ଆଉ,
ମଣିଷ କିଲାଗି ସହୁଅଛି ନାନା
କଷଣ ଭୀଷଣ ଦୁଃଖ ଦାଉ ।। (୧)
*
ହସ କାନ୍ଦର ଭଲ ମନ୍ଦର
ଏ ସଂସାର,
କେତେ ସୁନ୍ଦର କେତେ ହୁନ୍ଦର
ଚମତ୍କାର ।
ମାୟା-ଜଞ୍ଜାଳେ ମାତ ନା,
ପ୍ରସ୍ତୁତ ରହ ସହିବାର ଲାଗି
ଅଛି ଯେତେ ଘୋର ଯାତନା ।। (୨)
*
ଆଶାର କିରଣ ଉଦ୍ଭାସି ଉଠୁ
ହୃଦେ ସରବ,
ମାନବିକତାର ପଥେ ହେଉ ତବ
ଲକ୍ଷ୍ୟ ନବ ।
ଜାଗ ରେ ଯାତ୍ରୀ ! ଜାଗ ରେ ।
ନୂତନ ତଥ୍ୟ ପରକାଶ କର
ଭ୍ରମି ସଂସାର-ସାଗରେ ।। (୩)
======
(ରଚନା ତା: ୧୧-୩-୧୯୯୩)
======
'କବିତାବଳୀ' (କବିତା ସଙ୍କଳନ)ର ଅନ୍ତର୍ଗତ *
Included in "KAVITAVALI"
(Anthology of Odia Poems)
By Dr. Harekrishna Meher
*
Link : Kavitavali : କବିତାବଳୀ (କବିତା ସଙ୍କଳନ) : https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
***
ଜୀବନର ଅନ୍ବେଷା (କବିତା) :
https://hkmeher.blogspot.com/2026/05/jibanara-anweshaa-odia-poem-by-dr.html
*****

No comments:
Post a Comment